କରୋନା ପରେ ହିଂସ୍ର ହୋଇଛନ୍ତି ବୁଲା କୁକୁର ! ମଣିଷ-କୁକୁର ସମ୍ପର୍କରେ ଶତ୍ରୁତା ବଢିଛି, ସବୁ ପ୍ରଶ୍ନର ଉତ୍ତର ମିଳିଲା ରିସର୍ଚ୍ଚରୁ

ନୂଆଦିଲ୍ଲୀ : କୁକୁରମାନଙ୍କୁ ନେଇ ପ୍ରାୟତଃ ପ୍ରତିଦିନ କିଛି ନା କିଛି ଖବର ଆସୁଛି । କେବେ ସେମାନେ ମଣିଷମାନଙ୍କୁ ବିଶେଷ କରି ଛୋଟ ପିଲାମାନଙ୍କୁ ଆକ୍ରମଣ କରୁଛନ୍ତି ତ ଅନ୍ୟ କେତେବେଳେ ମଣିଷ ମାନଙ୍କ ଦ୍ୱାରା ଆକ୍ରମଣର ଶିକାର ହେଉଛନ୍ତି । ଯୌନ ଶୋଷଣ କରୁଛି ତ ଅନ୍ୟ କେହି ବାଡାଇ ଆଘାତ କରୁଛି, ଗାଡି ଚଢାଇ ମାରି ଦିଆଯାଉଛି, ପଥର ଫିଙ୍ଗୁଛି, ଗରମ ପାଣି ବା ଏସିଡ୍ ମଧ୍ୟ ଫିଙ୍ଗା ଯାଉଛି । ତେବେ ମନରେ ପ୍ରଶ୍ନ ଆସେ ଯେ ସମାଜରେ ଏଭଳି ଘଟଣା ବାରମ୍ବାର ଘଟୁଛି କାହିଁକି? କାହିଁକି ମଣିଷ ଓ ପଶୁ ବା ବୁଲା କୁକୁର ମଧ୍ୟରେ ଥିବା ସମ୍ପର୍କ ଏତେ ଖରାପ ହୋଇଛି? ସେମ।ନେ ପରସ୍ପର ପ୍ରତି ଶ୍ରତୁ ଆଚରଣ କରୁଛନ୍ତି କାହିଁକି ?

ଉଭୟ ମଣିଷ ଓ କୁକୁର ସାମାଜିକ ପ୍ରାଣୀ । କେହି ଜଙ୍ଗଲରୁ ଆସି ନାହିଁନ୍ତି ବା କେହି ହିଂସ୍ର ପ୍ରବୃତ୍ତିର ନୁହେଁ ଯେ ଅନ୍ୟକୁ ଆକ୍ରମଣ କରିବ । ତେବେ ଘଟଣା ବାରମ୍ବାର କାହିଁକି? ନୂଆ ଏକ ଅଧ୍ୟୟନରୁ ଜଣାପଡିଛି ଯେ, କରୋନା ପର ଠୁଁ କୁକୁରମାନେ ଏଭଳି ହିଂସ୍ର ହୋଇ ପଡିଛନ୍ତି ।

କୋଭିଡ ପୂର୍ବରୁ ବୁଲା କୁକୁରମାନେ ଏତେ ହିଂସ୍ର ନଥିଲେ । ଦୈନନ୍ଦିନ ଜୀବନର ମଣିଷ ଓ କୁକୁର ନିଜ ନିଜ ଜାଗାରେ ଠିକ୍ ଥିଲେ । କିନ୍ତୁ କୋଭିଡ ସବୁ କିଛି ବଦଳାଇ ଦେଲା। ଦୁର୍ଦିନରେ ଦିନ କାଟିଲେ ଉଭୟ ମଣିଷ ଓ ପଶୁ ଜାତି । ଖାଇବାକୁ ନ ପାଇ ଉଭୟ ଡହଳବିକଳ ହେଲେ । ମଣିଷମାନେ ନିଜ ପାଇଁ କେଉଁଠୁ ବନ୍ଦୋବସ୍ତ କରିଦେଲେ ଦେଲେ, ହେଲେ କୁକୁରମାନେ ସେତିକି ପରିଲେନି । ମଣିଷମାନେ ଘରୁ ବାହାରିବା ବନ୍ଦ ହୋଇଗଲା, ରେଷ୍ଟୁରାଣ୍ଟ ବନ୍ଦ ରହିଲା, ପର୍ଯ୍ୟଟନସ୍ଥଳୀ ମଧ୍ୟ ବନ୍ଦ ରହିଲା । ତେଣୁ ସେମାନେ ଖାଇବାକୁ ପାଇଲେ ନାହିଁ । କୁକୁରମାନେ ଭୋକିଲା ଏଣେ ତେଣେ ଘୂରି ବୁଲିଲେ । ଭୋକିଲା ପେଟରେ ମଣିଷ ତ ପଶୁ ପାଲଟି ଯାଏ, ଏମିତିରେ ତ ଏମାନେ ପଶୁ । ହିଂସ୍ର ହେବା ତ ସ୍ୱଭାବିକ ।

ଖାଦ୍ୟ ସନ୍ଧାନରେ କୁକୁରମାନେ ମଣିଷ ପାଖରେ ପହଞ୍ଚିଲେ । ରାସ୍ତାରେ ଜଣେ ମଣିଷକୁ ଦେଖିବା ମାତ୍ରେ ସେମାନେ ଖାଦ୍ୟ ପାଇଁ ଧାଇଁଲେ । ଯେହେତୁ ଖାଦ୍ୟ ସଙ୍କଟ ମଣିଷ ପାଇଁ ଏକ ବଡ ବିପତ୍ତି ଥିଲା ତେଣୁ ସେମାନେ ବା ଦେବେ କେଉଁଠୁ । ତେଣୁ ସେମାନେ କୁକୁରକୁ ଘୋଉଡାଇବା ପାଇଁ ପିଟିବା ଆରମ୍ଭ କଲେ । ଗରମ ପାଣି ଓ ଏସିଡ୍ ଫିଙ୍ଗିବା ଆରମ୍ଭ କଲେ । ଏହା ଦ୍ୱାରା କୁକୁରମାନଙ୍କ କ୍ରୋଧ ଆକ୍ରୋଷରେ ପରିବର୍ତ୍ତନ ହେଲା । କୁକୁର ଏବଂ ମଣିଷ ମଧ୍ୟରେ ଶତ୍ରୁତା ବୃଦ୍ଧି ହେଲା । ତେଣୁ ରାସ୍ତାରେ ମଣିଷ ବା ମଣିଷ ଛୁଆ ଦେଖିଲେ ସେମାନଙ୍କୁ ଗୋଡାଇ ଯାଇ କାମୁଡିବା ଆରମ୍ଭ କଲେ । କେତେକ ସ୍ଥାନରେ କୋମଳମତି ଶିଶୁକୁ ଝୁଣି ଖାଇଗଲେ କୁକୁରପଲ । ସେବେ ଠାରୁ ପରସ୍ପର ପ୍ରତି ଆକ୍ରୋଷ ମନୋଭାବ ରହିଲା । ତେଣୁ କୋଭିଡ ହେଉଛି ଏହାର ମୁଖ୍ୟ କାରଣ ।

ପଶୁ ବିଶେଷଜ୍ଞ କହିଛନ୍ତି ଯେ, ସାଧାରଣତଃ କୁକୁରମାନେ ସମାଜସେବୀ, ସାମାଜିକ ପ୍ରାଣୀ, ଯେଉଁମାନେ ସାଧାରଣତଃ ମଣିଷ ଉପରେ ଆକ୍ରମଣ କରନ୍ତି ନାହିଁ। ତେଣୁ କୁକୁର ବା ସାମାଜିକ ପ୍ରାଣୀ ପ୍ରତି ଖରାପ ବ୍ୟବହାର ପ୍ରଦର୍ଶନ କରୁଥିବା ଲୋକଙ୍କ ପାଇଁ ନିରନ୍ତର ସଚେତନତା ଅଭିଯାନର ଆବଶ୍ୟକତା ରହିଛି।