fbpx
BJD
BJD SKY
BJD SKY

ମରିକି ପଡିଛି ମାଲିକ, ହେଲେ ଛାଡିକି ଯାଉନି ପୋଷା କୁକୁର: ଫଟୋ ଦେଖିଲେ ଆପଣଙ୍କ ଆଖିରେ ବି ଲୁହ ଆସିଯିବ

ନୂଆଦିଲ୍ଳୀ: କୁକୁରକୁ ବିଶ୍ୱାସର ଅନ୍ୟ ନାମ ବୋଲି କୁହାଯାଏ । ତେବେ ଏହି ବିଶ୍ୱାସର କୌଣସି ଚେହେରା ନଥାଏ । ଏହାର ସଦ୍ୟତମ ଉଦାହରଣ ହେଉଛି ଏହି ଫଟୋ । ଋଷ-ୟୁକ୍ରେନ ଯୁଦ୍ଧର ବିଭୀଷିକା ମଧ୍ୟରେ ପ୍ରାଣ ହରାଇଛନ୍ତି ମାଲିକ । ତେବେ କୁକୁରଟି ଛାଡିଯିବା ପରିବର୍ତ୍ତେ ମୃତ ଶରୀରକୁ ସେମିତି ଜଗି ବସିଛି । ୟୁକ୍ରେନର ରାଜଧାନୀ କିଭରେ ଏଭଳି ଛାତିଥରା ଘଟଣା ଦେଖିବାକୁ ମିଳିଛି । ଋଷୀୟ ସେନାର ବର୍ବର ଆକ୍ରମଣରେ ରାସ୍ତାକଡରେ ପ୍ରାଣ ହରାଇଛନ୍ତି ମାଲିକ । ପାଖରେ କେହି ବି ନାହାନ୍ତି ହେଲେ ପୋଷା କୁକୁରଟି କିନ୍ତୁ ପାଖ ଛାଡୁନି । ୟୁରୋପିଆନ ମିଡିଆ ହାଉସ୍ ନେକ୍ସଟା ପକ୍ଷରୁ ଏହି ଫଟୋଟିକୁ ଟ୍ୱିଟ୍ କରାଯାଇଥିଲା । ଫଟୋଟିକୁ ୧୩ ହଜାର ଲାଇକ ମିଳିଥିବା ବେଳେ ୩୭୬୫ ରିଟ୍ୱିଟ୍ କରାଯାଇଛି ।

ଫେବୃୟାରୀ ୨୪ ତାରିଖରେ ଋଷ ପଡୋଶୀ ରାଷ୍ଟ୍ର ୟୁକ୍ରେନ ବିରୋଧରେ ଯୁଦ୍ଧ ଘୋଷଣା କରିଥିଲା । ଏହି ଯୁଦ୍ଧ କାରଣରୁ ପ୍ରାୟ ୪୦ ଲକ୍ଷ ଲୋକ ନିଜ ମୁଣ୍ଡ ଉପରୁ ଛାତ ହରାଇ ବର୍ତ୍ତମାନ ଯାଯାବର ଜୀବନ ବଞ୍ଚୁଥିବା ବେଳେ ହଜାର ହଜାର ସୈନିକ ମଧ୍ୟ ପ୍ରାଣବଳି ଦେଇଛନ୍ତି । ଏପରି ପରସ୍ଥିତିରେ ଋଷ ଯୁଦ୍ଧ ନିୟମ ଭାଙ୍ଗୁଛି ବୋଲି ୟୁକ୍ରେନ ଅଭିଯୋଗ କରିଥିବା ବେଳେ ଏଙ୍କୁ ଖଣ୍ଡନ କରିଛି ଋଷ ।

Get real time updates directly on you device, subscribe now.