fbpx

IRCTC ପକ୍ଷରୁ ଦେଶର ୪୦୦ଟି ଷ୍ଟେସନରେ ଲଞ୍ଚ ହେଲା ସ୍ପେଶାଲ ଥାଳି: ଜାଣନ୍ତୁ କ’ଣ ରହିଛି ମେନ୍ୟୁ ଓ କେମିତି କରିବେ ବୁକିଂ

ନୂଆଦିଲ୍ଲୀ: ନବରାତ୍ରି ବ୍ରତ ଉପଲକ୍ଷେ ଯଦି ଆପଣମାନେ ଟ୍ରେନରେ ଯାତ୍ରା କରୁଛନ୍ତି ତେବେ ଖାଇବାକୁ ନେଇ ଆଦୌ ବ୍ୟସ୍ତ ହେବାର ନାହିଁ । ଇଣ୍ଡିଆନ ରେଲୱେ କ୍ୟାଟରିଂ ଆଣ୍ଡ ଟୁରିଜମ କର୍ପୋରେସନ ((ଆଇଆରସିଟିସି) ଦ୍ୱାରା ଟ୍ରେନରେ ସ୍ପେଶାଲ ବ୍ରତର ଥାଳି ସୁବିଧା ପ୍ରଦାନ କରାଯାଉଛି । ନବରାତ୍ରିର ପ୍ରଥମ ୩ ଦିନ ମଧ୍ୟରେ ୨୨ ହଜାରରୁ ଅଧିକ ସ୍ପେଶାଲ ଥାଳି ବିକ୍ରି ହୋଇସାରିଛି । ନବରାତ୍ରିର ଅବଶିଷ୍ଟ ଦିନମାନଙ୍କରେ ଏହି ଅଙ୍କ ୧ ଲକ୍ଷ ପର୍ଯ୍ୟନ୍ତ ପହଞ୍ଚିବାର ଅନୁମାନ କରାଯାଉଛି ।

ରେଲୱେ ମୁତାବକ, ଦେଶର ୪୦୦ଟି ଷ୍ଟେସନରେ ଆଇଆରସିଟିସିର ନବରାତ୍ରି ଥାଳି ସୁବିଧା ଉପଲବ୍ଧ ରହିଛି । ଯାତ୍ରୀମାନେ ୧୩୨୩ ନମ୍ବରକୁ କଲ କରି ଥାଳି ବୁକ୍ କରାଇପାରିବେ । ନବରାତ୍ରି ସମୟରେ ଯାତ୍ରୀମାନଙ୍କର ଯେପରି କୌଣସି ସମସ୍ୟା ନହୁଏ, ସେଥିପାଇଁ ଏହି ଯୋଜନାର ଆରମ୍ଭ କରାଯାଇଛି । ଆଇଆରସିଟି ପକ୍ଷରୁ ଏହି ଥାଳିରେ ବିଭିନ୍ନ ପ୍ରକାର ମେନ୍ୟୁ ସୁବିଧା ରହିଛି । ଫଳ, କୁଟୁର ପକୋଡ଼ି, ଦହି- ୯୯ ଟଙ୍କା, ୨ ପରାଠା, ଆଳି ସବଜୀ, ସାବୁଦାନା କ୍ଷୀରୀ- ୯୯ ଟଙ୍କା, ୪ ପରାଠା, ୩ ସବଜୀ, ସାବୁଦାନା ଖିଚଡ଼ି, ଦହି- ୧୯୯ ଟଙ୍କା, ପନିର ପରାଠା, ବ୍ରତ ମସାଲା, ସିଙ୍ଗଡ଼ା ଓ ଆଳୁ ପରାଠା- ୨୫୦ ଟଙ୍କା ରହିଛି ।

Get real time updates directly on you device, subscribe now.