fbpx

ଭାରତର ସବୁଠାରୁ ରହସ୍ୟମୟ ହ୍ରଦ, ଯେଉଁଠାକୁ ଯାଉଥିବା ଲୋକ କେବେ ବି ଫେରିନାହାନ୍ତି

ନୂଆଦିଲ୍ଲୀ: ଆମ ପୃଥିବୀ ଅଗଣିତ ରହସ୍ୟରେ ଭରପୂର ହୋଇ ରହିଛି । ତାହା ଭୂତ ବା ଏଲିଅନ୍ସର ରହସ୍ୟ ହେଉ ବା ଅନ୍ୟ କିଛି । ଭାରତରେ ମଧ୍ୟ ଏପରି ଏକ ରହସ୍ୟ ରହିଛି, ଯାହାର ପରଦା ଆଜି ପର୍ଯ୍ୟନ୍ତ ଉଠିପାରି ନାହିଁ । ଭାରତର ଏହି ରହସ୍ୟ ଏକ ହ୍ରଦ ସହ ଜଡ଼ିତ ରହିଛି । କୁହାଯାଏ କି ଯେହି ହ୍ରଦକୁ ଯିବ ଥରେ ଯାଇଛଇ, ସେ ଆଉ ଫେରିନାହିଁ । ଏହି ହ୍ରଦ ଆମ ଦେଶର ଅରୁଣାଚଳ ପ୍ରଦେଶରେ ରହିଛି । ଏହାର ରହସ୍ୟ ଯୋଗୁଁ ହ୍ରଦର ନାଁ ରହିଛି’ ଲେକ ଅଫ୍ ନୋ ରଟର୍ଣ୍ଣ’ ଅର୍ଥାତ୍ ଯେଉଁଠାରୁ ଆଉ ଫେରିକି ଆସିପାରିବେ ନାହିଁ । ଏହି ହ୍ରଦର ରହସ୍ୟ ବିଷୟରେ ଜାଣିବାକୁ ଅନେକ ଥର ଚେଷ୍ଟା କରାଯାଇଥିଲା, କିନ୍ତୁ କିଛି ବି ପଜିଟିଭ୍ ରେଜଲ୍ଟ ବାହାରି ନଥିଲା ଓ ଏହି ହ୍ରଦର ରହସ୍ୟ ଆଜି ବି ପରଦା ଭିତରେ ରହିଛି ।

ଏହି ହ୍ରଦ ଅରୁଣାଚଳପ୍ରଦେଶରେ ରହିଛି ଯାହାକି ଭାରତ ଏବଂ ମିଆଁମାର ସୀମାରେ ଥିବା ଜଣାପଡିଛି । । ଏହି ହ୍ରଦ ଅନେକ ରହସ୍ୟମୟ ଘଟଣା ନିଜ ଭିତରେ ରଖିଛି । ଏହି ହ୍ରଦ ବିଷୟରେ ଅନେକ ରହସ୍ୟମୟ କାହାଣୀ ସାମ୍ନାକୁ ଆସିଛି । ‘ଲେକ୍ ଅଫ୍ ନୋ ରିଟର୍ଣ୍ଣ ହ୍ରଦ’ ବ୍ୟତୀତ ଏହି ହ୍ରଦକୁ ‘ନୱାଙ୍ଗ ୟାଙ୍ଗ’ ହ୍ରଦ ମଧ୍ୟ କୁହାଯାଏ । କୁହାଯାଏ ଯେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଯେତେବେଳେ ଆମେରିକୀୟ ବିମାନର ପାଇଲଟମାନେ ଏହି ହ୍ରଦକୁ ଆକାଶରୁ ଦେଖିଲେ, ସେମାନେ ଏହାକୁ ଏକ ସମତଳ ଭୂମି ଭାବିଥିଲେ । ଏହି କାରଣରୁ ସେମାନେ ଏଠାରେ ବିମାନ ଲ୍ୟାଣ୍ଡିଂ କରିବାକୁ ନିଷ୍ପତ୍ତି କରିଥିଲେ । କିନ୍ତୁ ସେମାନେ ସେଠାରେ ବିମାନ ଅବତରଣ କରିବା ମାତ୍ରେ ବିମାନଟି ପାଇଲଟଙ୍କ ସମେତ ରହସ୍ୟମୟ ଭାବରେ ଅଦୃଶ୍ୟ ହୋଇଗଲା ।

ଏହି ହ୍ରଦ ସହ ଆଉ ଏକ ରହସ୍ୟ ଜଡିତ ରହିଛି । କୁହାଯାଏ ଯେ, ଯୁଦ୍ଧ ଶେଷ ହେବା ପରେ ଜାପାନର ସୈନିକମାନେ ଫେରି ଯାଉଥିଲେ । ଏହି ସମୟରେ ସେମାନେ ଏହି ହ୍ରଦ ପାଖରେ ପହଞ୍ଚିବା ପରେ ବାଟ ଭୁଲିଗଲେ ଓ ପରେ ନିଖୋଜ ହୋଇଗଲେ । କିନ୍ତୁ କିଛି ଲୋକଙ୍କ କହିବା ମୁତାବକ, ସେହି ସୈନିକମାନଙ୍କୁ ମ୍ୟାଲେରିଆ ହୋଇଥିଲା । ଏହି କାରଣରୁ ସମସ୍ତଙ୍କର ମୃତ୍ୟୁ ହୋଇଗଲା । କିନ୍ତୁ ସତ କ’ଣ ତାହା କେହି ଜାଣି ନାହାନ୍ତି ।

ଲେକ ଅଫ୍ ନୋ ରିଟର୍ଣ୍ଣ ହ୍ରଦ ସହ ଆଉ ଏକ କାହାଣୀ ଜଡିତ ରହିଛି । ଏହି ହ୍ରଦର ଅନ୍ୟ ଏକ ରହସ୍ୟ ବିଷୟରେ ସ୍ଥାନୀୟ ଲୋକମାନେ କୁହନ୍ତି । ସେମାନଙ୍କର କହିବା ମୁତାବକ, ବହୁ ବର୍ଷ ପୂର୍ବେ ଗାଁର ଜଣେ ବ୍ୟକ୍ତି ଏକ ବଡ ମାଛ ଧରି ପୁରା ଗାଁକୁ ଭୋଜି ଦେଇଥିଲେ । ସେ ଜଣେ ଜେଜେମା ଏବଂ ତାଙ୍କ ନାତୁଣୀକୁ ଭୋଜିରେ ନିମନ୍ତ୍ରଣ କରିନଥିଲେ । ଏଥିରେ ରାଗିଯାଇ ହ୍ରଦକୁ ଜଗିଥିବା ବ୍ୟକ୍ତି ଜେଜେମା ଏବଂ ନାତୁଣୀଙ୍କୁ ଗାଁ ଛାଡ଼ି ଚାଲିଯିବାକୁ କହିଥିଲେ । ଏହା ପରଦିନ ସମଗ୍ର ଗାଁ ରହସ୍ୟମୟ ଭାବରେ ହ୍ରଦରେ ମଶିଗଲା । ବୈଜ୍ଞାନିକମାନେ ଏହି ହ୍ରଦର ରହସ୍ୟ ଖୋଲିବାକୁ ଅନେକ ଚେଷ୍ଟା କରିଥିଲେ , କିନ୍ତୁ ସେମାନଙ୍କୁ କୌଣସି ସଫଳତା ମିଳିପାରି ନାହିଁ ।

Get real time updates directly on you device, subscribe now.