fbpx

(Video)ଭୁବନେଶ୍ୱର ଶିଶୁପାଳଗଡ଼ରେ ATM କାଟି ନେଲେ ଦୁର୍ବୃତ୍ତ, ସାମ୍ନାକୁ ଆସିଲା ଲୁଟ୍ ବେଳର ଦୃଶ୍ୟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରୁ ହୋଇଛି ଏଟିଏମ୍ ଲୁଟ୍ । ଶିଶୁପାଳଗଡ଼ ଲିଙ୍ଗିପୁର୍ ହାଉସିଂବୋର୍ଡ ଛକ ଇନ୍ଦିରା କଲୋନୀରେ ଥିବା ଏସବିଆଇର ଏଟିଏମକୁ କାଟି ନେଇଛନ୍ତି ଦୁର୍ବୃତ୍ତ । ସୋମବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା ବେଳେ ସିସିଟିଭିରେ କଏଦ ହୋଇଛି ଲୁଟ୍ ବେଳର ଦୃଶ୍ୟ । କେତେ ଟଙ୍କା ଲୁଟ୍ ହୋଇଛି, ତାହାର ପରିମାଣ ଜଣାପଡିଛି । ଏଟିଏମ୍ ଭିତରେ ଓ ବାହାରେ ଟେଣ୍ଡହାଉସ କପଡ଼ା ପଡ଼ିଥିବା ଦେଖିବାକୁ ମିଳିଛି । ଏଟିଏମ୍ କୁ ଘୋଷାଡି ଘୋଷାଡି କିଛିବାଟ ନେଇଥିଲେ ଦୁର୍ବୃତ୍ତ । ଅନ୍ୟପଟେ ଖବର ପାଇ ଘଟଣାସ୍ଥଳରେ ଧଉଳି ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.