fbpx

(Video) ମା’ର ମୁଣ୍ଡ ଉପରେ ବୁଲୁଥିଲା ମୃତ୍ୟୁ! କିନ୍ତୁ ଭାଗ୍ୟର ବିଧାନ ଥିଲା କିଛି ଅଲଗା, ଭିଡିଓ ଦେଖି ଲୋକେ କହିଲେ- ‘ଯମରାଜ ଛୁଟିରେ…’

ଯେବେ ଭାଗ୍ୟ ଭଲ ଥିବ, ସେବେ ଭୟଙ୍କର ଦୁର୍ଘଟଣାରୁ ବି ଲୋକମାନେ ବର୍ତ୍ତିଯିବେ । ସୋସିଆଲ ମିଡିଆରେ ଏପରି ଅନେକ ଭିଡିଓ ସାମ୍ନାକୁ ଆସୁଛି, ଯେଉଁଥିରେ ଲୋକମାନେ ଅଳ୍ପକେ ବର୍ତ୍ତିଯାଇଛନ୍ତି । ଏପରି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଝିଅ ସହ ବସି ଖାଉଥିବା ମା’ ଏକ ଭୟଙ୍କର ଦୁର୍ଘଟଣାରୁ ମରୁ ମରୁ ବଞ୍ଚିଯାଇଛନ୍ତି । ଏହି ଘଟଣା ସିସିଟିଭିରେ କଏଦ୍ ହୋଇଛି । ଭିଡିଓରେ ଦେଖିବାକୁ ମିଳିଛି କି, କିପରି ଗୋଟିଏ ପରିବାର ଉପରେ ମୃତ୍ୟୁ ତାଣ୍ଡବ କରୁଛି, କିନ୍ତୁ ଭାଗ୍ୟବଶତଃ ସେମାନଙ୍କୁ ଟିକେ ବି ଆଘାତ ହୋଇନାହିଁ ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ ଗୋଟିଏ ପରିବାର ଛୋଟ ରୁମରେ ବସିଥିବା ନଜର ଆସିଛନ୍ତି । ସେଠାରେ ଜଣେ ଶିଶୁ ତାଙ୍କ ମା’ ଓ ପରିବାରର ଅନ୍ୟ ସଦସ୍ୟ ସହିତ ଥିଲେ । ମହିଳା ଓ ତାଙ୍କ ଝିଅ ଠିକ୍ ଫ୍ୟାନ୍ ତଳେ ବସି ଖାଦ୍ୟ ଖାଉଥିଲେ । କିଛି ସମୟ ପରେ ଫ୍ୟାନ୍ ଟି ଦୁର୍ବଳ ହୋଇ ତଳକୁ ଖସିଥିଲା, କିନ୍ତୁ ସେ ଦିଗରେ କେହି ଧ୍ୟାନ ଦେଇନଥିଲେ ।

ମା’, ଝିଅଙ୍କ ବ୍ୟତୀତ ସେଠାକୁ ଆଉ ଜଣେ ମହିଳା ବି ସାମ୍ନାକୁ ଆସିଥିଲେ । ଅଚାନକ୍ ତାଙ୍କ ନଜର ଫ୍ୟାନ୍ ଉପରେ ପଡିଥିଲା ଓ ଛୋଟ ଝିଅଟି ମଧ୍ୟ ସେହିଦିଗକୁ ଚାହିଁଥିଲେ । ଫ୍ୟାନ୍ ସମ୍ପୂର୍ଣ୍ଣ ଭାବେ ତଳକୁ ଖସିବା ପୂର୍ବରୁ ସେ ଝିଅଟିକୁ ଉଠାଇନେଇଥିଲେ ଓ ଅନ୍ୟ ମହିଳା ଜଣକ ନିଜ ସ୍ଥାନରୁ ଉଠିପଡିଥିଲେ । ଏହି ସମୟରେ ଫ୍ୟାନଟି ସିଲିଂରୁ ଅଲଗା ହୋଇ ତଳକୁ ଖସିପଡିଥିଲା । ଭାଗ୍ୟବଶତଃ ଏଥିରେ କାହାର କିଛି କ୍ଷତି ହୋଇନାହିଁ । ଯଦି ମହିଳା ଜଣକ ନିଜ ସ୍ଥାନରେ ବସିରହିଥାନ୍ତେ, ତେବେ କିଛି ବଡ଼ ଧରଣର ଦୁର୍ଘଟଣା ହୋଇଥାନ୍ତା ।

Get real time updates directly on you device, subscribe now.