fbpx

ପାରିବାରିକ ଝଗଡ଼ା ଯୋଗୁଁ ଅଶାନ୍ତିରେ ଅଛନ୍ତି କି ? ଆପଣାନ୍ତୁ ଏହି ଉପାୟ

ବ୍ୟସ୍ତବହୁଳ ଜୀବନରେ ଲୋକମାନଙ୍କ ଲାଇଫଷ୍ଟାଇଲ ସମ୍ପୂର୍ଣ୍ଣ ଭାବେ ବଦଳିଯାଇଛି, ଯାହାର ସିଧା ପ୍ରଭାବ ତାଙ୍କ ପରିବାର ଉପରେ ପଡୁଛି । ମହିଳା ହୁଅନ୍ତୁ ବା ପୁରୁଷ, ସମସ୍ତଙ୍କ ପ୍ରାଥମିକତା ଅଲଗା ଅଲଗା ରହୁଛି । ପ୍ରାୟତଃ ଲୋକମାନେ ନିଜର ପ୍ରାଥମିକତାକୁ ନେଇ ବୁଝାମଣା କରିଥାନ୍ତି । ଏହି କାରଣରୁ ଅନେକ ଥର ଘରେ ଝଗଡ଼ା ହୋଇଥାଏ । ତେବେ ପତି-ପତ୍ନୀ ବା ପରିବାର ସଦସ୍ୟଙ୍କ ମଧ୍ୟରେ ଝଗଡ଼ା ହେବା ତ ସାଧାରଣ କଥା । କିନ୍ତୁ ଯେବେ ସ୍ଥିତି ଅଧିକ ବିଗିଡ଼ିଯାଏ, ସେବେ ତାହା ଚିନ୍ତାର ବିଷୟ ପାଲଟିଯାଏ । ଏପରି ପରିସ୍ଥିତିରେ ଘରୋଇ ଝଗଡ଼ାରୁ ମୁକ୍ତି ପାଇବା ପାଇଁ କିଛି ଉପାୟ ଆପଣାନ୍ତୁ, ଯାହା ଦ୍ୱାରା ଏହି ସମସ୍ୟାରୁ ମୁକ୍ତି ମିଳିବ ।

– ଯଦି ଘରର ସଦସ୍ୟ ରାଗି ହୋଇଥିବେ ବା କଥା କଥାରେ ଚିଡ଼ିଯାଉଥିବେ, ତାହାଲେ ତାଙ୍କ ପୁରୁଣା ଜୋତା ବା କପଡ଼ାକୁ ଶନିବାର ଦିନ କୌଣସି ଭିକାରିକୁ ଦାନ କରନ୍ତୁ । ଏପରି କରିବା ଦ୍ୱାରା ମାନସିକ ସୁଖ ପ୍ରାପ୍ତି ହୋଇଥାଏ ।

– ସୋମବାର ଦିନ କୌଣସି ଶିବମନ୍ଦିରରେ ନଡ଼ିଆ ଭାଙ୍ଗନ୍ତୁ । ଏହା ବ୍ୟତୀତ କଞ୍ଚା କ୍ଷୀରରେ ନଡ଼ିଆ ପାଣି ମିଶାଇ ଶିବଲିଙ୍ଗରେ ଚଢ଼ାନ୍ତୁ । ଏହା ସହିତ ବଳିଥିବା କ୍ଷୀରରେ ଚାଉଳ ଖିରି ତିଆରି କି ଘରର ସଦସ୍ୟଙ୍କୁ ଖାଇବାକୁ ଦିଅନ୍ତୁ ।

– ବୁଧବାର ଦିନ ଗଣେଶ ମନ୍ଦିରରେ ଭଗବାନ ଗଣେଶଙ୍କୁ ଲଡୁ ଭୋଗ ଭୋଗ ଚଢ଼ାନ୍ତୁ । ଏହା ପରେ ଏହି ପ୍ରସାଦକୁ ଘରକୁ ଆଣନ୍ତୁ ଓ ଏଥିରେ ତୁଳସୀ ପତ୍ର ମିଶାଇ ଘରର ସଦସ୍ୟଙ୍କୁ ଦିଅନ୍ତୁ । ଏହା କରିବା ଦ୍ୱାରା ଘରର ଝଗଡ଼ା ଦୂରେଇ ଯିବ । ସମୟ ସମୟରେ ଘରେ ଭଗବାନ ସତ୍ୟନାରାୟଣଙ୍କୁ ପୂଜା କରନ୍ତୁ ।

Get real time updates directly on you device, subscribe now.