fbpx

ହାଇବଜେଟ୍ ଫିଲ୍ମ ‘RRR’ର ରିଲିଜ୍ ତାରିଖ ଘୋଷଣା କଲେ ମେକର୍ସ

ନୂଆଦିଲ୍ଲୀ : କରୋନାର ତୃତୀୟ ଲହରକୁ ଦୃଷ୍ଟିରେ ରଖି ବହୁ ପ୍ରତୀକ୍ଷିତ ହାଇବଜେଟ୍ ଫିଲ୍ମ ‘RRR’ ରିଲିଜ୍ ତାରିଖକୁ ଘୁଞ୍ଚାଇ ଦିଆଯାଇଛି । ଏହି ଫିଲ୍ମ ଚଳିତ ବର୍ଷ ଜାନୁଆରୀ ୭ ତାରିଖରେ ବଡ ପରଦାରେ ଏହି ଫିଲ୍ମ ରିଲିଜ୍ ହେବାକୁ ଥିଲା, ଏନେଇ ପ୍ରମୋସନ୍ ବି ସରିଥିଲା । ହେଲେ ଏକାଧିକ ରାଜ୍ୟରେ ସିନେମା ହଲ୍‌ ରେ କୋଭିଡ ଯୋଗୁ କଟକଣା ଲାଗିଥିବାରୁ ମେକର୍ସ ରିଲିଜ୍‌ ତାରିଖ ଘୁଞ୍ଚାଇବା ପାଇଁ ନିଷ୍ପତ୍ତି ନେଇଥିଲେ । ଆଉ ଏବେ ଏହାର ନୂତନ ତାରିଖ ଘୋଷଣା ହୋଇଛି । ତେବେ ମେକର୍ସ ମାନେ ଦୁଇଟି ତାରିଖ ଘୋଷଣା କରିଛନ୍ତି ।

 

View this post on Instagram

 

A post shared by RRR Movie (@rrrmovie)

ସୂଚନା ଯେ, ଫିଲ୍ମ ‘RRR’ ରିଲିଜ୍ ତାରିଖକୁ ନେଇ ମେକର୍ସ ଏବେ ୨ଟି ତାରିଖ ଘୋଷଣା କରିଛନ୍ତି। ଚଳିତ ବର୍ଷ ମାର୍ଚ୍ଚ ୧୮ କିମ୍ବା ଏପ୍ରିଲ ୨୮ରେ ଫିଲ୍ମ ରିଲିଜ୍ ହୋଇପାରେ। ଗତକାଲି RRR ମେକର୍ସ ପକ୍ଷରୁ ଫିଲ୍ମ ରିଲିଜ୍ ତାରିଖ ଘୋଷଣା ନେଇ ବିବୃତି ଜାରି କରାଯାଇଛି। RRR Movie ପକ୍ଷରୁ ଟ୍ୱିଟ୍‌ କରାଯାଇ କୁହାଯାଇଛି, ‘ଯଦି ଦେଶରେ କରୋନା ସ୍ଥିତିରେ ସୁଧାର ଆସେ ଓ ପୁଣିଥରେ ହଲ୍‌ରେ ପୂର୍ଣ୍ଣ କ୍ଷମତା ସହ ଚାଲେ, ତା’ହେଲେ ମେକର୍ସ ମାର୍ଚ୍ଚ ୧୮ରେ ଫିଲ୍ମ ରିଲିଜ୍ ହେବ। ଯଦି ଏପରି ନହୁଏ, ତା’ହେଲେ ଏପ୍ରିଲ ୨୮ରେ ଫିଲ୍ମ ‘RRR’ ରିଲିଜ୍ ହେବ।’

Get real time updates directly on you device, subscribe now.