ଆଫଗାନିସ୍ତାନ ବାଗ୍ରାମ ଏୟାର ବେସ୍ ଉପରେ ଟ୍ରମ୍ପଙ୍କ ଆଖି, ଫେରାଇ ନଦେଲେ ପରିସ୍ଥିତି ହେବ ଭୟଙ୍କର, ଚେତାବନୀ ଦେଲେ ଟ୍ରମ୍ପ
ଆଫଗାନିସ୍ତାନକୁ ଟ୍ରମ୍ପଙ୍କ ବଡ଼ ଚେତାବନୀ।
ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଫଗାନ ତାଲିବାନ ସରକାରକୁ ବାଗ୍ରାମ ଏୟାର ବେସର ନିୟନ୍ତ୍ରଣ ଆମେରିକାକୁ ଫେରାଇବାକୁ ଦାବି କରିଛନ୍ତି, ଯଦି ସେମାନେ ଏହା ପାଳନ ନ କରନ୍ତି ତେବେ ପରିସ୍ଥିତି ବୋହୁତ ଭୟଙ୍କର ହେବ ବୋଲି ଟ୍ରମ୍ପ ଚେତାବନୀ ଦେଇଛନ୍ତି।
ଡୋନାଲ୍ଡ ଟ୍ରମ୍ପ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଟ୍ରୁଥ୍ ସୋସିଆଲ’ରେ ଏକ ପୋଷ୍ଟରେ ଲେଖିଛନ୍ତି, “ଯଦି ଆଫଗାନିସ୍ତାନ ବାଗ୍ରାମ ଏୟାର ବେସ୍ ନିର୍ମାଣ କରିଥିବା ଲୋକଙ୍କୁ ବା ଆମେରିକାକୁ ଫେରାଇ ନଦିଏ, ତେବେ ପରିସ୍ଥିତି ବୋହୁତ ଖରାପ ହେବ !!!”
ଶୀଘ୍ର ଫେରି ପାଇବାକୁ ଚାହୁଁଛୁ: “ଆମେ ଏବେ ଆଫଗାନିସ୍ତାନ ସହ କଥାବାର୍ତ୍ତା କରୁଛୁ, ଏବଂ ଆମେ ବାଗ୍ରାମ ଏୟାର ବେସ୍ କୁ ଶୀଘ୍ର ଫେରି ପାଇବାକୁ ଚାହୁଁଛୁ। ଯଦି ସେମାନେ ନ କରନ୍ତି, ତେବେ ଆପଣ ଜାଣିପାରୁଥିବେ ମୁଁ କ’ଣ କହିବାକୁ ଚାହୁଁଛି”।
ଆମେରିକୀୟ ସୈନ୍ୟ ପ୍ରତ୍ୟାହାର: ୨୦୨୧ ମସିହାରେ ଆମେରିକୀୟ ସୈନ୍ୟ ପ୍ରତ୍ୟାହାର ପରଠାରୁ ତାଲିବାନ ସରକାର ବାଗ୍ରାମ ବାୟୁସେନା ଘାଟିକୁ ନିୟନ୍ତ୍ରଣ କରିଆସିଛି।
ଆଫଗାନିସ୍ତାନ ଏବଂ ଚୀନ୍ ସୀମା ନିକଟରେ ଏହାର ରଣନୈତିକ ଗୁରୁତ୍ୱ ହେତୁ ଟ୍ରମ୍ପ୍ ବାରମ୍ବାର କହିଛନ୍ତି ଯେ ସେ ଏହି ବାୟୁସେନାକୁ ରଖିଥାନ୍ତେ।
ଲଣ୍ଡନ ଗସ୍ତ ସମୟରେ, ଡୋନାଲ୍ଡ ଟ୍ରମ୍ପ ୟୁକେ ପ୍ରଧାନମନ୍ତ୍ରୀ କୀର ଷ୍ଟାରମରଙ୍କ ସହିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ ଆମେରିକା ଏୟାରବେସ୍ ପୁନରୁଦ୍ଧାର କରିବାକୁ ଚେଷ୍ଟା କରୁଛି।
ସେ କହିଥିଲେ, “ଆମେ ଆଫଗାନିସ୍ତାନ ଛାଡିବାକୁ ଯାଉଥିଲୁ, କିନ୍ତୁ ଆମେ ଏହାକୁ ପୂର୍ଣ୍ଣ ଶକ୍ତି ଏବଂ ସମ୍ମାନର ସହିତ ଛାଡିବାକୁ ଯାଉଥିଲୁ, ଏବଂ ଆମେ ବିଶ୍ୱର ସବୁଠାରୁ ବଡ଼ ଏୟାରବେସ୍ ମଧ୍ୟରୁ ଗୋଟିଏ ବାଗ୍ରାମକୁ ରଖିବାକୁ ଯାଉଥିଲୁ।”
ସୂଚନା ଅନୁଯାୟୀ, ଆମେରିକା କଂଗ୍ରେସର ଅନେକ ସଦସ୍ୟ ମଧ୍ୟ ବାଗ୍ରାମ ଏୟାର ବେସକୁ ପୁନଃ ଦଖଲ କରିବା ନେଇ ଟ୍ରମ୍ପଙ୍କ ମତକୁ ସମର୍ଥନ କରିଛନ୍ତି, ଏହାକୁ ରଣନୈତିକ ଏବଂ ସଠିକ୍ ବୋଲି କହିଛନ୍ତି।