fbpx

‘ଡୋନେଟ୍ ଫର୍ ଦେଶ’ରେ କମ ପାଣ୍ଠି ଯୋଗାଡ଼ ନେଇ କଂଗ୍ରେସ କ୍ଷୁବ୍ଧ, ପ୍ରୟାସ ଜାରି କରିବା ପାଇଁ ନିର୍ଦ୍ଦେଶ

ନୂଆଦିଲ୍ଳୀ: କଂଗ୍ରେସର ‘ଡୋନେଟ୍ ଫର୍ ଦେଶ’ ଅଭିଯାନର ଉଦ୍ଦେଶ୍ୟ ବିଫଳ ହେବା ନେଇ ସମ୍ଭାବନା ଦେଖା ଦେଇଛି । ଏନେଇ କଂଗ୍ରେସ ଅସନ୍ତୁଷ୍ଟ ଥିବା ଜଣା ପଡ଼ିଛି । ତେଣୁ ଦଳର ନେତା, କର୍ମକର୍ତ୍ତା ଏବଂ ସାଧାରଣ ଜନତାଙ୍କୁ ଅଧିକରୁ ଅଧିକ ପାଣ୍ଠି ସଂଗ୍ରହ କରିବା ଦିଗରେ ପ୍ରୟାସକୁ ତ୍ୱରାନ୍ୱିତ କରିବା ପାଇଁ ଏକ ବୈଡକରେ କହିଛି କଂଗ୍ରେସ ।

ଲୋକସଭା ନିର୍ବାଚନ ୨୦୨୪ ପୂବ ର୍ରୁ କଂଗ୍ରେସ ଦଳ ପାଇଁ ପାଣ୍ଠି ସଂଗ୍ରହ କରିବା ପାଇଁ ଡିସେମ୍ବର ୧୮ରେ ‘ଡୋନେଟ୍ ଫର୍ ଦେଶ’ ଅଭିଯାନ ଆରମ୍ଭ କରିଥିଲା । ଏହି ଅଭିଯାନ ମାଧ୍ୟମରେ ଦଳର ଅର୍ଥିକ ସ୍ଥିତି ମଜବୁତ କରିବା ଏବଂ ଅଧିକରୁ ଅଧିକ ଲୋକଙ୍କ ସହ ଯୋଡ଼ି ହେବା କଂଗ୍ରେସର ମୂଳ ଉଦ୍ଦଶ୍ୟ ଥିଲା । ସୂତ୍ରରୁ ପ୍ରକାଶ ଯେ ‘ଡୋନେଟ୍ ଫର୍ ଦେଶ’ ଅଭିଯାନ ଅନ୍ତର୍ଗତ ଦଳକୁ ୨ ସପ୍ତାହ ମଧ୍ୟରେ ପାଖାପାଖି ୧୧ କୋଟି ଟଙ୍କା ପାଣ୍ଠି ଯୋଗାଡ଼ କରିପାରିଛି । ଏନେଇ ଦଳର ମୁଖ୍ୟ ମଲ୍ଲିକାର୍ଜନ ଖଡ଼ଗେ, ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଓ ଅନ୍ୟ ପ୍ରମୁଖ ନେତାମାନେ ଅସନ୍ତୁଷ୍ଟ ବ୍ୟକ୍ତ କରିଛନ୍ତି । ଏଥିପାଇଁ ଦଳ ପକ୍ଷରୁ ମହାସଚିବ, ପ୍ରଭାରୀ, ରାଜ୍ୟର ପ୍ରମୁଖ ଏବଂ ବିଧାୟକ ଦଳ ନେତାଙ୍କୁ ନେଇ ଏକ ବୈଠକ ହୋଇଥିଲା । ଯେଉଁଥିରେ ଅଧିକରୁ ଅଧିକ ପାଣ୍ଠି ଯୋଗାଡ଼ କରିବା ନେଇ ପ୍ରୟାସକୁ ତ୍ୱରାନ୍ୱିତ କରିବା ପାଇଁ କଂଗ୍ରେସ ପକ୍ଷରୁ କୁହାଯାଇଥିଲା । ଏହା ବ୍ୟତୀତ ଜାନୁଆରୀ ୧୪ରୁ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ପାଇଁ ପୃଥକ ପାଣ୍ଠି ଯୋଗାଡ଼ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ।

Get real time updates directly on you device, subscribe now.