fbpx

ସୂର୍ଯ୍ୟାସ୍ତ ପରେ କେବେ ବି କାହାକୁ ଦିଅନ୍ତୁ ନାହିଁ ଏହିସବୁ ଜିନିଷ;ନଚେତ୍ ପଡିବ ମା ଲକ୍ଷ୍ମୀଙ୍କ କୋପ ଦୃଷ୍ଟି, ଦେଖାଦେବ ଅନେକ ସମସ୍ୟା

Advertisement

ସନାତନ ଧର୍ମରେ ଦାନ ଧର୍ମର ଅନେକ ମହତ୍ୱ ଏବଂ ଗୁରୁତ୍ୱ ରହିଛି । କୁହାଯାଏ ଯେ ଦାନ କରିବା ଦ୍ୱାରା ଜୀବନରେ ବହୁତ ପୁଣ୍ୟ ମିଳିଥାଏ । ଏତିସହିତ ମୃତ୍ୟୁପରେ ମଧ୍ୟ କଷ୍ଟ ଭୋଗିବାକୁ ପଡି ନଥାଏ । ଏହି କାରଣରୁ ପ୍ରତ୍ୟେକ ଶୁଭ କାର୍ଯ୍ୟରେ ଦାନ ପୁଣ୍ୟକୁ ବହୁତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଇଥାଏ । କିନ୍ତୁ ଆପଣଲ ଜାଣିଛନ୍ତି କି ଏପରି ବି କିଛି ଜିନିଷ ଅଛି ଯାହାକୁ ସୂର୍ଯ୍ୟାସ୍ତ ପରେ କେବେ ବି କାହାକୁ ଦାନ କରାଯାଏ ନାହିଁ । ଯଦି ଆପଣ ଅଜଣାତରେ ବି ଏହି ଜିନିଷ ଦାନ କରନ୍ତି ତେବେ ଆପଣଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ । ଏଥିସହିତ ମା ଲକ୍ଷ୍ମୀଙ୍କ କୋପ ଦୃଷ୍ଟି ମଧ୍ୟ ଆପଣଙ୍କ ଉପରେ ପଡିବ ।ବର୍ତ୍ତମାନ ଆସନ୍ତୁ ଜାଣିବା ସୂର୍ଯ୍ୟାସ୍ତ ପରେ କେଉଁ ଜିନିଶ ଦାନ କରିବା ବା କାହାକୁ ଦେବା ଉଚିତ୍ ନୁହେଁ ।

ହଳଦୀ: ଜ୍ୟୋତି ଶାସ୍ତ୍ର ଅନୁସାରେ ହଳଦୀର ସମ୍ବନ୍ଧ ଦେବଗୁରୁ ବୃହସ୍ପତିଙ୍କ ସହ ଜଡିତ । ତେଣୁ ସୂର୍ଯ୍ୟାସ୍ତ ସମୟରେ କିମ୍ବା ତା ପରେ ହଳତୀ ଦାନ କରିବା ଦ୍ୱାରା ବୃହସ୍ପତି ଦୁର୍ବଳ ହୋଇଯାଆନ୍ତି । ଫଳରେ ଆପଣଙ୍କ ଜୀବନରେ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ । ଏତିସହିତ ଘରେ ଅଶାନ୍ତି ସୃଷ୍ଟି ହୋଇଥାଏ । ତେଣୁ ସୂର୍ଯ୍ୟାସ୍ତ ପରେ କେବେ ବି କାବାରକୁ ହଳଦୀ ଦିଅନ୍ତୁ ନାହିଁ ।

ଟଙ୍କା:ଶାସ୍ତ୍ରରେ କୁହାଯାଇଛି ଯେ ସଂନ୍ଧ୍ୟା ସମୟରେ ମା ଲକ୍ଷ୍ମୀ ଘରକୁ ପ୍ରବେଶ କରିଥାନ୍ତି । ତେଣୁ ଏହି ସମୟରେ କେବେ ବି ଟଙ୍କା ପଇସା ବା ଧନ କାହାକୁ ଦିଅନ୍ତି ନାହିଁ । ଯଦି ଆପଣ ଏହାକୁ କେବେ ଅବମାନନା କରି କାର୍ଯ୍ୟ କରନ୍ତି ତେବେ ଆପଣଙ୍କ ଉପରେ ମାଙ୍କ କୋପ ଦୃଷ୍ଟି ପଡିବା ସହ ଘରେ ଦାରିଦ୍ରତା ଦେଖାଦେବ । ତେଣୁ ସୂର୍ଯ୍ୟାସ୍ତ ପରେ କେବେ ବି କାହାକୁ ଟଙ୍କା ଦିଅନ୍ତୁ ନାହିଁ ।

କ୍ଷୀର-ଦହି: ଧାର୍ମିକ ଶାସ୍ତ୍ର ଅନୁସାରେ କ୍ଷୀର ଏବଂ ଦହିର ରଙ୍ଗ ଧଳା ହୋଇଥାଏ ,ଯାହାକି ଚନ୍ଦ୍ରଙ୍କ ରଙ୍ଗ ସହିତ ସମାନ । ତେଣୁ ଚନ୍ଦ୍ରଙ୍କ ଉଦୟ ସମୟରେ କାହାକୁ କ୍ଷୀର ଦହି ଦେବା ଉଚିତ୍ ନୁହେଁ । ଏପରି କରିବା ଦ୍ୱାରା ମା ଲକ୍ଷ୍ମୀ କ୍ରୋଧିତ ହୋଇଥାନ୍ତି ଏବଂ ଘରୁ ଚାଲିଯାଆନ୍ତି । ଫଳରେ ଆପଣଙ୍କ ଘରେ ଅନେକ ସମସ୍ୟା ଦେଖା ଦେବା ସହ ଅଶାନ୍ତି ସାଗି ରହିବ । ଏତ୍ତ ବ୍ୟତୀତ ଆପଣଙଅକୁ କୌମସି କାର୍ଯ୍ୟରେ ସଫଳତା ମିଳିବ ନାହିଁ । ତେଣୁ ସୂର୍ଯ୍ୟାସ୍ତ ସମୟରେ କେବେ ବି କାହାକୁ କ୍ଷୀର ଦହି ଦିଅନ୍ତୁ ନାହିଁ ।

Get real time updates directly on you device, subscribe now.