fbpx

ଭୋଟ ପାଇଁ ସ୍କୁଲ ପିଲାଙ୍କୁ ଏପରି ଧମକ ଦେଲେ ବିଧାୟକ, ଭିଡିଓ ଭାଇରାଲ ହେବା ପରେ ବଢିଲା ବିବାଦ

ମୁମ୍ବାଇ: ଏକନାଥ ସିନ୍ଦେ ନେତୃତ୍ୱ ବିଶିଷ୍ଟ ଶିବସେନାର ଜଣେ ବିଧାୟକ ସନ୍ତୋଷ ବାଙ୍ଗର ସ୍କୁଲ ପିଲାମାନଙ୍କୁ ଏପରି ଧମକ ଦେଇ ବିବାଦ ମଧ୍ୟକୁ ଆସିଛନ୍ତି । ସେ ପିଲାଙ୍କୁ ଧମକ ଦେଇ କହିଛନ୍ତି ଯଦି ତୁମର ମା’ବାପା ମୋତେ ଭୋଟ ନ ଦେବେ ତେବେ ତୁମ ସମସ୍ତଙ୍କର ଦୁଇଦିନର ଖାଇବା ବନ୍ଦ କରିଦେବି । କଲମପୁରୀ ବିଧାୟକ ବାଙ୍ଗରଙ୍କ ଏହିଭଳି ଧମକ ଏହି ସମୟରେ ଆସିଛି ଯେତେବେଳେ ପ୍ରାୟ ଏକ ସପ୍ତାହ ତଳେ ନିର୍ବାଚନ ଆୟୋଗ ନିର୍ବାଚନ ସମ୍ବନ୍ଧିତ ଗତିବିଧିରେ ପିଲାମାନଙ୍କ ବ୍ୟବହାର ବିରୁଦ୍ଧରେ ନିର୍ଦ୍ଦେଶନାମା ଜାରି କରିଛନ୍ତି ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳୁଛି କି ବାଙ୍ଗର ସ୍କୁଲ ପିଲାଙ୍କୁ କହୁଛନ୍ତି କି ଯଦି ତୁମ ମାତାପିତା ଆଗାମୀ ନିର୍ବାଚନରେ ମୋତେ ଭୋଟ ନ ଦେବେ ତେବେ ୨ ଦିନ ତକ ତୁମେମାନେ ଖାଦ୍ୟ ଖାଇବ ନାହିଁ । ଏହି ଭିଡିଓ ହିଙ୍ଗୋଳୀ ଜିଲ୍ଲାରେ ତାଙ୍କର ଏକ ଜିଲ୍ଲା ପରିଷଦ ସ୍କୁଲ ଗସ୍ତ କାର୍ଯ୍ୟକ୍ରମ ସମୟରେ ପ୍ରସ୍ତୁତ କରାଯାଇଛି । ଭିଡିଓରେ ଆହୁରି ଦେଖିବାକୁ ମିଳୁଛି କି ବାଙ୍ଗର ପିଲାମାନଙ୍କୁ କହୁଛନ୍ତି କି ଯଦି ତୁମ ମାତାପିତା ତୁମକୁ ପଚାରିବେ କି ଆଜି ସ୍କୁଲରେ କାହିଁକି ଖାଇନ ତେବେ ତୁମେ ଉତ୍ତର ଦେବ ଯେ, ‘ଯଦି ତୁମେ ବାଙ୍ଗରଙ୍କୁ ଭୋଟ ଦେବ ତେବେ ଆମେ ଖାଦ୍ୟ ଖାଇବୁ’ । ଏହି ସମସ୍ତ ପିଲାଙ୍କ ବୟସ ୧୦ ବର୍ଷରୁ ବି କମ୍ ରହିଛି । ଏହାପରେ ବିଧାୟକ ପିଲାମାନଙ୍କୁ ତାଙ୍କ କଥା ଦୋହରାଇବାକୁ କହୁଥିବାର ଦେଖିବାକୁ ମିଳୁଛି ।

ତେବେ ଏହା ପୂର୍ବରୁ ମଧ୍ୟ ବାଙ୍ଗର ନିଜ ଟିପ୍ପଣୀକୁ ନେଇ ବିବାଦ ମଧ୍ୟକୁ ଆସିଛନ୍ତି । ଗତ ମାସରେ ସେ କହିଥିଲେ କି ୨୦୨୪ ଲୋକସଭା ନିର୍ବାଚନରେ ଯଦି ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହେବେ ନାହିଁ ତେବେ ସେ ଫାଶୀ ଦେଇଦେବେ । ଗତବର୍ଷ ଏକ ର‌୍ୟାଲିରେ ସେ ଖଣ୍ଡା ବୁଲାଇଥିବାରୁ କଲମନୁରୀ ପୋଲିସ ତାଙ୍କ ଉପରେ ମାମଲା ରୁଜୁ କରିଥିଲା ।

Get real time updates directly on you device, subscribe now.