fbpx

ଜାନୁଆରୀ ୨୨ ଶ୍ରୀରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠାରେ ଶ୍ରଦ୍ଧାଳୁମାନେ ଆଦୌ ଅଯୋଧ୍ୟା ଆସନ୍ତୁ ନାହିଁ , କାହିଁକି ଏଭଳି କୁହାଗଲା କାରଣ ଜାଣନ୍ତୁ

ଅଯୋଧ୍ୟା: ଅଯୋଧ୍ୟାରେ ଶ୍ରୀରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ପାଇଁ ପ୍ରସ୍ତୁତି ଶେଷ ପର୍ୟ୍ୟାୟରେ ପହଞ୍ଚିଛି । ଆସନ୍ତା ଜାନୁଆରୀ ୨୨ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମନ୍ଦିରରେ ଗର୍ଭଗୃହରେ ପ୍ରଭୁ ଶ୍ରୀରାମଙ୍କର ପ୍ରାଣ ପ୍ରତିଷ୍ଠା କରିବେ। ତେବେ ଏହି ଐତିହାସିକ ଦିନରେ ମର୍ୟ୍ୟାଦା ପୁରୁଷ ପ୍ରଭୁ ରାମଚନ୍ଦ୍ରଙ୍କର ଦର୍ଶନଲାଭ କରିବା ଲାଗି ଲକ୍ଷାଧିକ ଶ୍ରଦ୍ଧାଳୁ ଅଯୋଧ୍ୟା ଯିବାକୁ ଲକ୍ଷ୍ୟ ରଖିଛନ୍ତି। ହେଲେ ଜାନୁଆରୀ ୨୨ରେ ଶ୍ରଦ୍ଧାଳୁମାନେ ଆଦୌ ଅଯୋଧ୍ୟା ଆସନ୍ତୁ ନାହିଁ ବୋଲି ରାମ ମନ୍ଦିର ଟ୍ରଷ୍ଟର ସମ୍ପାଦକ ଚମ୍ପତ ରାୟ ସମସ୍ତଙ୍କୁ ଅନୁରୋଧ କରିଛନ୍ତି।

ତେବେ ପ୍ରାଣ ପ୍ରତିଷ୍ଠା ପାଇଁ ବିଭିନ୍ନ ପ୍ରାନ୍ତରୁ ଲୋକମାନେ ଅଯୋଧ୍ୟା ଆସିବାକୁ ଚାହୁଁଛନ୍ତି। ଏହା ଫଳରେ ଅଯୋଧ୍ୟାରେ ଭିଡ଼ ନିୟନ୍ତ୍ରଣ ବାହାରକୁ ଚାଲିଯିବ। ତେଣୁ ଭିଡ଼ ନିୟନ୍ତ୍ରଣକୁ ଦୃଷ୍ଟିରେ ରଖି ସେ ଜାନୁଆରୀ ୨୨ରେ ଏଠାକୁ ନ ଆସିବାକୁ ଶ୍ରଦ୍ଧାଳୁମାନଙ୍କୁ କହିଛନ୍ତି। ଏଠାକୁ ଆସିବା ପରିବର୍ତ୍ତେ ଶ୍ରଦ୍ଧାଳୁମାନେ ସେମାନଙ୍କ ନିକଟସ୍ଥ ମନ୍ଦିରରେ ଆନନ୍ଦ ମହତ୍ସୋବ ପାଳନ କରନ୍ତୁ ବୋଲି ସେ ପରାମର୍ଶ ଦେଇଛନ୍ତି।

ସେ କହିଛନ୍ତି, “ଜାନୁଆରୀ ୨୨ରେ ଅଯୋଧ୍ୟାକୁ ଆସନ୍ତୁ ନାହିଁ। ଆପଣମାନଙ୍କ ଘର ପାଖରେ ଥିବା ବଡ଼ କିମ୍ବା ଛୋଟ ମନ୍ଦିରରେ ଏକାଠି ହୁଅନ୍ତୁ। ଯେଉଁ ମନ୍ଦିର ଆପଣଙ୍କ ପାଇଁ ସୁବିଧା ହେଉଛି, ସେଠାକୁ ଯାଆନ୍ତୁ। ସେଠାରେ ଭିନ୍ନ ଦେବଦେବୀ ଥିଲେ ମଧ୍ୟ କିଛି ବି ଯାଏ ଆସେ ନାହିଁ। ଆପଣମାନେ ସେଠାରେ ଭବ୍ୟ ରାମ ମନ୍ଦିର ପାଇଁ ପୂଜାର୍ଚ୍ଚନ କରନ୍ତୁ।”

 

Get real time updates directly on you device, subscribe now.