ମଦ୍ୟପାନ ସ୍ୱାସ୍ଥ୍ୟପକ୍ଷେ ହାନିକାରକ । ଏକଥା କାହାକୁ ଅଛପା ନାହିଁ । ବିଶେଷ କରି ମସ୍ତିସ୍କ ଉପରେ ପକାଇଥାଏ ସବୁଠୁ ଖରାପ ପ୍ରଭାବ । ତଥାପି ଏହାକୁ ସ୍ୱଳ୍ପ ପରିମାଣରେ ଗ୍ରହଣ କରିବା ଦ୍ୱାରା କୌଣସି କ୍ଷତି ହୋଇନଥାଏ ବୋଲି ଅନେକ ଲୋକ ଚିନ୍ତା କରିଥାନ୍ତି । କିନ୍ତୁ ନିକଟରେ ଏକ ଅନୁସନ୍ଧାନରୁ ଏହାକୁ ନେଇ ଏକ ଭୟଙ୍କର ତଥ୍ୟ ସାମନାକୁ ଆସିଛି । ବିୟର ଯେ ମଣିଷର ମସ୍ତିସ୍କକୁ କେତେ ପରିମାଣରେ ବିକୃତ କରିପାରେ ତାହାର ଏକ ତଥ୍ୟ ହସ୍ତଗତ ହୋଇଛି । ଗୋଟିଏ ମଣିଷର ମସ୍ତିସ୍କରେ ୧୦ ବର୍ଷରେ ହୋଇଥିବା ଉନ୍ନତିକୁ ନଷ୍ଟ କରିଦିଏ ମାତ୍ର ଦୁଇଟି ବିୟର । ଆସନ୍ତୁ ଜାଣିବା ସମସ୍ତ ତଥ୍ୟ ।
ଅଳ୍ପ ପରିମାଣରେ ମଦ୍ୟପାନ କରିବା କହି ପିଉଥିବା ନିଶା କେତେ ଯେ କ୍ଷତି ଘଟାଇପାରେ ତାହାର ନଗ୍ନ ଚିତ୍ର ଏହି ଅଧ୍ୟୟନରୁ ଜଣାପଡିଛି । ବ୍ରେନରେ ବର୍ଷ ବର୍ଷ ମଧ୍ୟରେ ହୋଇଥିବା ଉନ୍ନତିକୁ ମାତ୍ର କିଛି କ୍ଷଣରେ ନଷ୍ଟ କରିଦିଏ ବିୟର । ଏହି ଅଧ୍ୟୟନରୁ ଜଣା ପଡିଛି ଯେ, ଗୋଟିଏ ଦିନରେ ଦୁଇ ବା ତତୋଧିକ ବିୟର ପିଇଳେ ୧୦ ବର୍ଷରେ ବ୍ରେନ ହାସଲ କରିଥିବା ଶକ୍ତି ଏବଂ ସାମର୍ଥ୍ୟକୁ ନଷ୍ଟ କରି ଦେଇଥାଏ । ମଧ୍ୟମ ଧରଣର ମଦ୍ୟପାନ କରୁଥିବା ମଣିଷର ମସ୍ତିସ୍କରେ ସ୍ମରଣ ଶକ୍ତି କମିଯାଏ । ତେବେ ଏହା ହୁଏତ ବହୁତ କମ ଲୋକ ଜାଣିଥିବେ ।
ଆହୁରି ଆଶ୍ଚର୍ଯ୍ୟ କରିଥିଲା, ଯେବେ ପ୍ରଚୁର ମଦ୍ୟପାନ କରୁଥିବା ବ୍ୟକ୍ତିମାନଙ୍କୁ ଏହି ତାଲିକାରୁ ବାଦ ଦେବା ପରେ ମଧ୍ୟ ଏହି ତଥ୍ୟରେ ବେଶୀ କିଛି ପରିବର୍ତ୍ତନ ଦେଖିବାକୁ ମିଳି ନଥିଲା । ଏଥିରୁ ଜଣା ପଡିଥିଲା ଯେ ଆପଣଙ୍କ ପିଇବାର ପରିମାଣ ଯେତେ ବି ହେଉନା କାହିଁକି, କ୍ଷତି ହେବା ସୁନିଶ୍ଚିତ । ହାରାହାରି ବ୍ୟବହାର ଉପରେ ଅଧ୍ୟୟନ ନଜର ରଖୁଥିବା ବେଳେ ଅନୁସନ୍ଧାନକାରୀମାନେ ଫ୍ରିକ୍ୱେନ୍ସି ଓ ବିଭିନ୍ନ ପରିମାଣ ଏବଂ ମସ୍ତିଷ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ଦେଖିବାକୁ ଚାହୁଁଛି ।