fbpx
BJD SKY
BJD SKY

ଶୋଇବା ପୂର୍ବରୁ ଖାଆନ୍ତୁ ନାହିଁ ଏହି ଜିନିଷ, ନଚେତ ହୋଇପରେ ଏହି ସମସ୍ୟା

BJD

ଆଜିକାଲି ଅଧିକାଂଶ ଲୋକ ନିଦ୍ରାହୀନତାର ଶିକାର ହେଉଛନ୍ତି । ରାତିରେ ଅଧିକ ସମୟ ମୋବାଇଲ ଦେଖିବା ଦ୍ବାରା ନିଦ୍ରାହୀନତା ହେଉଥିବା କୁହାଯାଏ । କିନ୍ତୁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଖାଦ୍ୟରେ ଅନିୟମିତତା । ଅନେକ ଲୋକ ଶୋଇବା ପୂର୍ବରୁ ଏଭଳି କିଛି ଖାଇଥାନ୍ତି । ଯାହା ଦ୍ୱାରା ରାତିରେ ନିଦ ହୁଏ ନାହିଁ । ପରବର୍ତ୍ତୀ ସମୟରେ ତାହା ଭୟଙ୍କର ବ୍ୟାଧିରେ ପରିଣତ ହୁଏ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଠିକ ଭାବରେ ନିଦ ହେବା ନିହାତି ଆବଶ୍ୟକ । ରାତିରେ ଠିକ ଭାବେ ନଶୋଇଲେ ହୃଦଘାତ, ଉଦାସୀନତା, ଦୁର୍ବଳ ଲାଗିବା ତଥା କର୍କଟ ଭଳି ଭୟଙ୍କର ରୋଗ ହୋଇପାରେ । ରାତିରେ ଶୋଇବା ପୂର୍ବରୁ କିଛି ଜିନିଷ ଖାଇବା ଠାରୁ ଦୂରେଇ ରୁହନ୍ତୁ । ଯାହା ଫଳରେ ଠିକ ନିଦ ହେବା ସହିତ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିବ । ସେହିଭଳି କିଛି ଜିନିଷ ଅଛି, ଯାହାକୁ ଖାଇଲେ ଆପଣଙ୍କୁ ରାତିରେ ନିଦ ହେବ ନାହିଁ ।

ରାତିରେ ଶୋଇବା ପୂର୍ବରୁ ପେନକ୍ଲିୟର ବା ଯନ୍ତ୍ରଣା ଉପଶମକାରୀ ଔଷଧ ଖାଇବା ଠାରୁ ଯଥାସମ୍ଭବ ଦୂରେଇ ରୁହନ୍ତୁ । ଅନେକ ଗୁଡିଏ ମେଡିସିନରେ କ୍ୟାଫିନ ଭର୍ତ୍ତି ହୋଇ ରହିଥାଏ । ତେଣୁ ଡାକ୍ତରଙ୍କ ବିନା ଅନୁମତିରେ ରାତିରେ ମେଡିସିନ ଖାଇବା ଉଚିତ ନୁହେଁ । ତେଣୁ ଶୋଇବା ପୂର୍ବରୁ କିଛି ଘରୋଇ ଜିନିଷ ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ ।

ଶୋଇବା ପୂର୍ବରୁ ଅତ୍ୟଧିକ ଡ୍ରାଏ ଫ୍ରୁଟସ, ବିନ୍ସ, ବ୍ରୋକୋଲି, ଫୁଲ କୋବି ଖାଆନ୍ତୁ ନାହିଁ । ଏଗୁଡିକ ଶରୀର ପାଇଁ ଭଲ କିନ୍ତୁ ଏଥିରେ ଫାଇବର ଅଂଶ ଅଧିକ ରହୁଥିବାରୁ ରାତିରେ ଶୋଇବା ପୂର୍ବରୁ ଖାଇବା ଉଚିତ ନୁହେଁ । ଅତ୍ୟଧିକ ଅମ୍ଳୀୟ ଖାଦ୍ୟ ଯେପରିକି ସାଇଟ୍ରସ ରସ, କଞ୍ଚା ପିଆଜ ଏବଂ ଟମାଟୋ ସସ ଖାଇବା ଦ୍ୱାରା ହାର୍ଟବର୍ନ ଖରାପ କରେ । ଫଳରେ ରାତିରେ ନିଦ ହୋଇନଥାଏ । ତେଣୁ ଶୋଇବା ପୂର୍ବରୁ ଅମ୍ଳଯୁକ୍ତ ଖାଦ୍ୟ ଖାଇବା ଆଦୌ ଉଚିତ ନୁହେଁ ।

ରାତିରେ ଶୋଇବା ପୂର୍ବରୁ ଅଧିକ ଚିନି ଖାଇବା ଠାରୁ ଦୂରେଇ ରୁହନ୍ତୁ । ଚିନି କିମ୍ବା ମିଠା ଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ରକ୍ତରେ ସର୍କରା ବୃଦ୍ଧି ପାଇଥାଏ । ଫଳରେ ନିଦ ହେବାରେ ବାଧା ସୃଷ୍ଟି ହୋଇଥାଏ । ତେଣୁ ଶୋଇବା ପୂର୍ବରୁ ଏଗୁଡିକୁ ଖାଇବା ଉଚିତ ନୁହେଁ । ଚା, ସୋଡା, କଫି, ଚକୋଲେଟ, ଆଇସ୍କ୍ରିମ ଏବଂ ମିଠା ଖାଦ୍ୟରେ କ୍ୟାଫିନ ଅଧିକ ରହିଥାଏ । ଯାହାକି ମସ୍ତିସ୍କ ଉପରେ ପ୍ରଭାବ ପକାଇଥାଏ । ରାତିରେ ପୂର୍ବରୁ ସେଗୁଡିକ ଖାଇବା ଠାରୁ ଦୂରେଇ ରୁହନ୍ତୁ । ଶୋଇବା ପୂର୍ବରୁ ମଦ୍ୟପାନ କରିବା କ୍ଷତିକାରକ ହୋଇଥାଏ । ଏହା ଆପଣଙ୍କ ଶୋଇବାରେ ବାଧା ସୃଷ୍ଟି କରିପାରେ । ସାଧାରଣତଃ ମଦ୍ୟପାନ ସ୍ୱାସ୍ଥ୍ୟପକ୍ଷେ ହାନିକାରକ ହୋଇଥାଏ ।

ଭଲ ନିଦ ପାଇଁ ରାତିରେ କମ ମସଲାଯୁକ୍ତ ଖାଦ୍ୟ ଖାଇବା ଆବଶ୍ୟକ । ଏହା ଆପଣଙ୍କ ଶରୀରର ତାପମାତ୍ରା ବଢାଇଥାଏ । ଶୋଇବା ପୂର୍ବରୁ ଅଧିକ ଖାଇବା ଦ୍ୱାରା ନିଦ୍ରାହୀନତାର ଶିକାର ହେବାକୁ ପଡେ । ରାତ୍ରୀ ଭୋଜନ ପରିବର୍ତ୍ତେ ଜଳଖିଆ କିମ୍ବା ମଧ୍ୟାହ୍ନ ଭୋଜନରେ ମସଲା ଯୁକ୍ତ ଖାଦ୍ୟ ଖାଇପାରିବେ ।

Get real time updates directly on you device, subscribe now.