fbpx

(video)ଯୁଦ୍ଧରେ ଇସ୍ରାଏଲ ବ୍ୟବହାର କରିବ ସ୍ପଞ୍ଜ ବମ୍‌, ଯିଏ ଯେଉଁଠି ଲୁଚି ଥିବ ପାଲଟିଯିବ ପଥର

Advertisement

ନୂଆଦିଲ୍ଲୀ: ଗାଜାପଟ୍ଟୀରେ ଥିବା ହମାସ ଆତଙ୍କବାଦୀଙ୍କ ସୁଡଙ୍ଗ ବନ୍ଦ କରିବା ଲାଗି ଇସ୍ରାଏଲ ନୂଆ ଅସ୍ତ୍ର ଖୋଜି ବାହାର କରିଛି । ଏହା ଏକ ପ୍ରକାର ଖାସ୍ ବମ୍ । ଏହାର ବିସ୍ଫୋରଣ ଘଟିଲେ କୌଣସି ଶବ୍ଦ ହେବ ନାହିଁ । କିନ୍ତୁ ଏହା ଯେଉଁଠି ବିସ୍ଫୋରଣ ଘଟିବ ସେଠାରେ ଫୋମ୍ ପରି ତରଳ ପଦାର୍ଥ ବାହାରିବ ଯାହା ପରେ ପଥର ପରି ଟାଣ ହୋଇଯିବ । ଅର୍ଥାତ୍ ସୁଡଙ୍ଗରେ ଏହି ବମ୍ ଫୁଟିବା ପରେ ତାହାର ସବୁ ଦ୍ୱାର ବନ୍ଦ ହୋଇଯିବ ।

ଇସ୍ରାଏଲ ପ୍ରତିରକ୍ଷା ବିଭାଗ ଲାଗି ସବୁଠାରୁ ବଡ ଆହ୍ୱାନ ହେଉଛି ହମାସର ସୁଡଙ୍ଗ ସବୁକୁ ବନ୍ଦ କରିବା । କାରଣ ଏହି ସୁଡଙ୍ଗ ବାଟ ଦେଇ ହିଁ ଆତଙ୍କବାଦୀମାନେ ଫେରାର ହୋଇଯାଉଛନ୍ତି ଓ ଲୁଚିଛପି ଗରିଲା ଯୁଦ୍ଧ କରୁଛନ୍ତି । ଏହି ସୁଡଙ୍ଗରେ ହମାସ ଏହାର ଅସ୍ତ୍ରଶସ୍ତ୍ର ଲୁଚାଇ ରଖିଛି । ଇସ୍ରାଏଲ ସବୁଠାରୁ ବଡ ଯୋଜନା ହେଉଛି ଏହି ସୁଡଙ୍ଗସବୁକୁ ବନ୍ଦ କରିବା । ଏହି ସୁଡଙ୍ଗକୁ ବନ୍ଦ କରିବା ଲାଗି ଇସ୍ରାଏଲ ସ୍ପଞ୍ଜ ବମ୍‌ର ବ୍ୟବହାର କରିବାକୁ ଯାଉଛି ।

ଏହା ଏକ ଖାସ୍ ଧରଣର ବମ୍ ଯାହା ଫାଟିବା ପରେ ବହୁମାତ୍ରାରେ ଅଠାଳିଆ ତରଳ ପଦାର୍ଥ ବାହାରିବ  ଓ ଏହା କିଛି ସମୟ ମଧ୍ୟରେ କଂକ୍ରିଟ୍ ପରି ଟାଣ ହୋଇଯିବ । ଅର୍ଥାତ୍ ଏହି ବମ୍‌କୁ ସୁଡଙ୍ଗରେ ବିସ୍ଫୋରଣ କରାଗଲେ ସୁଡଙ୍ଗ ପୁରା ବନ୍ଦ ହୋଇଯିବ । ଫଳରେ ଏହା ମଧ୍ୟରୁ କେହି ବାହାରକୁ ଆସିପାରିବେନି କି କେହି ବାହାରୁ ଆଉ ଭିତରକୁ ଯାଇପାରିବେନି ।

Get real time updates directly on you device, subscribe now.