fbpx

ଶୀତ ଋତୁରେ ଖାଆନ୍ତୁ ନାହିଁ ଏହି ଜିନିଷ: ସ୍ୱାସ୍ଥ୍ୟ ଉପରେ ପଡ଼ିପାରେ ଖରାପ ପ୍ରଭାବ

ଦେଶରେ ଆରମ୍ଭ ହୋଇଗଲାଣି ଶୀତଋତୁ । ତେବେ ଶୀତ ଋତୁରେ ବିଭିନ୍ନ ରୋଗ ହେବାର ଆଶଙ୍କା ବଢ଼ିଯାଇଥାଏ । ସେହି କାରଣରୁ ଏ ଋତୁରେ ଖାଦ୍ୟପେୟର ବିଶେଷ ଧ୍ୟାନ ଦେବାକୁ ପଡ଼ିଥାଏ । ଏହି ଋତୁରେ ଅଧିକାଂଶ ଲୋକ ଥଣ୍ଡା ଏବଂ କାଶ ଜନିତ ସମସ୍ୟାରେ ପୀଡିତ ହୋଇଥାନ୍ତି । ଏପରି ପରିସ୍ଥିତିରେ, ଶୀତଦିନେ ନିଜକୁ ଫିଟ୍ ରଖିବା ପାଇଁ ଖାଦ୍ୟରେ କିଛି ଜିନିଷ ଅନ୍ତର୍ଭୂକ୍ତ କରିବା ଅତ୍ୟନ୍ତ ଜରୁରୀ । କିନ୍ତୁ ଏହା ସହିତ ଏହି ଋତୁରେ କିଛି ଖାଦ୍ୟରେ ଜିନିଷର ବ୍ୟବହାରକୁ ଏଡ଼ାଇବା ମଧ୍ୟ ଜରୁରୀ ।

କ୍ୟାନଡ ଜୁସ ପିଅନ୍ତୁ ନାହିଁ- ଶୀତଦିନେ କ୍ୟାନଡ୍ ଜୁସ ପିଇବା ଉଚିତ୍ ନୁହେଁ । କ୍ୟାନଡ ଜୁସରେ ଅଧିକ ଚିନି ଥିବା କାରଣରୁ ଆପଣଙ୍କ ଶରୀରରେ ଶ୍ୱେତ ରକ୍ତ କଣିକା(ଡବ୍ଲୁବିସି) ଦୁର୍ବଳ ହୋଇଯାଏ । ଏହା କରିବା ଦ୍ୱାରା ଅନେକ ରୋଗ ଆପଣଙ୍କୁ ପ୍ରଭାବିତ କରିପାରେ ଏବଂ ଆପଣଙ୍କର ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ଦୁର୍ବଳ ହୋଇପାରେ ।

ଦୁଗ୍ଧଜାତ ଦ୍ରବ୍ୟ ଖାଆନ୍ତୁ ନାହିଁ- ଶୀତଦିନେ ଦୁଗ୍ଧଜାତ ଦ୍ରବ୍ୟ ଖାଇବା ଠାରୁ ଦୂରେଇ ରହିବା ଉଚିତ୍ । ଏହାକୁ ଖାଇବା ଦ୍ୱାରା ସଂକ୍ରମଣ ଏବଂ ଛାତିରେ କଫ, ଯନ୍ତ୍ରଣା ଭଳି ସମସ୍ୟା ଦେଖା ଦେଇପାରେ । ଏପରିକି ଏହାକୁ ଖାଇବା ଦ୍ୱାରା କାଶ ସମସ୍ୟା ସୃଷ୍ଟି ହୋଇପାରେ ।

ଲାଲ ମାଂସ ବା ରେଡ଼ ମିଟ- ଶୀତଦିନେ ଲାଲ ମାଂସ ବା ରେଡ଼ ମିଟ ଖାଇବା ଠାରୁ ଦୂରେଇ ରହିବା ଉଚିତ । ଏହି ମାଂସରେ ଅଧିକ ପ୍ରୋଟିନ ଥିବାରୁ ଗଳାରେ ମ୍ୟୁକସ ସୃଷ୍ଟି ହେବାର ଆଶଙ୍କା ବଢ଼ିଥାଏ । ତେଣୁ ଶୀତ ଋତୁରେ ଲାଲ ମାଂସ ଖାଇବା ଠାରୁ ଦୂରେଇ ରହିବା ଉଚିତ ।

ସାଲାଡ ଖାଇବା ଠାରୁ ଦୂରେଇ ରୁହନ୍ତୁ- ଥଣ୍ଡା ସାଲାଡ ଏବଂ କଞ୍ଚା ଖାଦ୍ୟ ଖାଇବା ଦ୍ୱାରା ଶୀତଦିନେ ଥଣ୍ଡା ଏବଂ କାଶ ହେବାର ଆଶଙ୍କା ବଢ଼ିଥାଏ । ତେଣୁ ଏହି ଋତୁରେ ସାଲାଡ଼ ଖାଇବାକୁ ଏଡ଼ାଇବା ଉଚିତ ।

Get real time updates directly on you device, subscribe now.