fbpx

ଦୀପାବଳିରେ ଭୁଲରେ ଗିଫ୍ଟ କରନ୍ତୁ ନାହିଁ ଏହି ୪ ଟି ଜିନିଷ; ନଚେତ୍ ପଡିପାରେ ମା ଲକ୍ଷ୍ମୀଙ୍କ କୋପ ଦୃଷ୍ଟି

ଆଉ କିଛି ଦନ ପରେ ସାରା ଦେଶରେ ଖୁବ ଧୁମଧାମରେ ପାଳନ ହେବ ଆଲୋକର ପର୍ବ ଦୀପାବଳି । ଯାହାପାଇଁ ଏବେଠାରୁ ଚଳଚଞ୍ଚଳ ଗାଁ ଠୁ ସହର । ତେବେ ଏହି ପର୍ବରେ ଲୋକେ ସେମାନଙ୍କ ସାଙ୍ଗସାଥି, ବନ୍ଧୁ ପ୍ରିୟଜନମାନଙ୍କୁ କିଛି ନା କିଛି ଉପହାର ଦେଇଥାନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି ବାସ୍ତୁ ଶାସ୍ତ୍ରରେ ଏପରି କିଛି ଜିନିଷ ବିଷୟରେ କୁହାଯାଇଛି , ଯାହାକୁ ଦୀପାବଳି ସମୟରେ କାହାକୁ ଉପହାର ଦେବା ଉଚିତ୍ ନୁହେଁ । ଯଦି ଏହି ଜିନିଷ କେହି କାହାକୁ ଗିଫ୍ଟ କରାଯାଏ ତେବେ ମା ଲକ୍ଷ୍ମୀଙ୍କ କୋପ ଦୃଷ୍ଟି ପଡିବା ସହ ଅନେକ ସମସ୍ୟା ଦେଖାଦେଇଥାଏ । ବର୍ତ୍ତମାନ ଆସନ୍ତୁ ଜାଣିବା ଏହି ଜିନିଷ ବିଷୟରେ…

ଗିଫ୍ଟ କରନ୍ତୁ ନାହିଁ ଏହି ଜିନିଷ:

ରୂପା କଏନ୍: ବାସ୍ତୁଶାସ୍ତ୍ର ଅନୁସାରେ ଦୀପାବଳି ସମୟରେ କାହାକୁ ବି ଭୁଲରେ ରୂପା କଏନ ଗିଫ୍ଟ କରନ୍ତୁ ନାହିଁ । ଏପରି ଗିଫ୍ଟ ଦେବା ଦ୍ୱାରା ମା ଲକ୍ଷ୍ମୀଙ୍କ କୋପ ଦୃଷ୍ଟି ପଡିଥାଏ । ତେବେ ଶାସ୍ତ୍ର ଅନୁସାରେ ଯେଉଁ ରୂପା କଏନରେ ମା ସଲକ୍ଷ୍ମୀଙ୍କ ଚିତ୍ର ଥାଏ ସେଭଳି କଏନ କାହାକୁ ବି ଗିଫ୍ଟ କରନ୍ତୁ ନାହିଁ । ଯଦି ଏଭଳି କଏନ କାହାକୁ ଦେଉଛନ୍ତି ତାହାଲେ ଆପଣଙ୍କ ଜୀବନରେ ଆର୍ଥିକ ସଂକଟ ଦେଖାଦେଇଥାଏ । ଏଥିସହିତ ପାରିବାରିକ ସମସ୍ୟା ଲାଗିରହିଥାଏ ।

ଜୋତା-ଚପଲ: ବାସ୍ତୁ ଶାସ୍ତ୍ର ଅନୁସାରେ ଦୀପାବଳି ସମୟରେ କାହାକୁ ଜୋତା କିମ୍ବା ଚପଲ ଗିଫ୍ଟ କରନ୍ତୁ ନାହିଁ । ଏପରି କରିବା ଦ୍ୱାରା ଜୀବନରୁ ସୁଖ ସମୃଦ୍ଧି ଚାଲିଯାଇଥାଏ ଏବଂ ଆର୍ଥିକ ସଂକଟ ଦେଖାଦେଇଥାଏ । ତେଣୁ ଦୀପାବଳି ସମୟରେ ଭୁଲରେ ବି କାହାକୁ ଜୋତା କିମ୍ବା ଚପଲ ଉପହାର କରନ୍ତୁ ନାହିଁ ।

ରୁମାଲ କିମ୍ବା ପରଫ୍ୟୁମ୍: ଦୀପାବଳି ସମୟରେ ଯଦି ଆପଣ କାହାକୁ କିଛି ଉପହାର ଦେଉଛନ୍ତି ତେବେ, ଧ୍ୟାନ ରଖନ୍ତୁ ଯେ କେବେ ବି ଗୁମାଲ କିମ୍ବା ପରଫ୍ୟୁମ୍ ଉପହାର କରନ୍ତୁ ନାହିଁ । ଏପରି କରିବା ଦ୍ୱାରା ଶୁକ୍ର ଗ୍ରହ ଦୁର୍ବଳ ହୋଇଯାଆନ୍ତି । ଫଳରେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ ।

କାଚ ଜିନିଷ:ଜ୍ୟୋତିଷ ଶାସ୍ତ୍ର ଅନୁସାରେ କାଚ ଭାଙ୍ଗିବାକୁ ଅଶୁଭ ବୋଲି କୁହାଯାଇଥାଏ । ତେଣୁ କୌଣସି ବ୍ୟକ୍ତିଙ୍କୁ ଉପହାର ଦେବା ସମୟରେ କାଚର କୌଣସି ବସ୍ତୁ ଦିଅନ୍ତୁ ନାହିଁ । ଯଦି ଏହା କୌଣସି କାରଣରୁ ଭାଙ୍ଗି ଯାଏ ତେବେ ଏହା ବହୁତ ଅଶୁଭ ହୋଇଥାଏ ।

 

Get real time updates directly on you device, subscribe now.