fbpx

ଶିବ ଲିଙ୍ଗ ଉପରେ ଭୁଲରେ ଚଢାନ୍ତୁନି ନଡ଼ିଆ, ନଚେତ ହୋଇପାରେ ଅସୁବିଧା

ଶିବଙ୍କ ଭକ୍ତମାନଙ୍କ ପାଇଁ ମହାଶିବରାତ୍ରୀଙ୍କ ପର୍ବ ଅତ୍ୟନ୍ତ ସ୍ୱତନ୍ତ୍ର । ଏହି ଦିନ ଲୋକମାନେ ଭୋଳାନାଥଙ୍କୁ ଖୁସି କରିବା ପାଇଁ ଉପବାସ ରଖନ୍ତି । ରୀତିନୀତି ଅନୁଯାୟୀ ଉପାସନା କରନ୍ତି ଏବଂ ଅନେକ ଉପାୟ ଅବଲମ୍ବନ କରଥିାନ୍ତି । ପ୍ରତିବର୍ଷ ମହାଶିବରାତ୍ରୀ ଫାଲଗୁନ୍ ମାସର କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀରେ ପଡ଼ିଥାଏ । ଶିବଲିଙ୍ଗକୁ ପୂଜା କରିବା ସମୟରେ ଲୋକମାନେ ଅନେକ ଜନିଷି ଅପର୍ଣ କରଥିାନ୍ତି । କିନ୍ତୁ ଏପରି କିଛି ଜିନିଷ ମଧ୍ୟ ଅଛି ଯାହା ଶବିଲିଙ୍ଗ ରେ ଚଢ଼ାଇବା ଉଚତ ନୁହେଁ । ଏହାଦ୍ୱାରା ଭୋଳାନାଥ କ୍ରୋଧିତ ହୋଇଥାନ୍ତି ।

ହିନ୍ଦୁ ଧର୍ମର ସମସ୍ତ ଦେବତା ଏବଂ ଦେବୀଙ୍କୁ ସନ୍ତୁଷ୍ଟ କରିବାକୁ, ସେମାନଙ୍କର ପ୍ରିୟ ସାମଗ୍ରୀ ପୂଜାରେ ଅର୍ପଣ କରାଯାଇଥାଏ । ଯାହାଦ୍ୱାରା କି ଲୋକଙ୍କ ମନୋବାଞ୍ଛା ପରୂଣ ହେବା ସହ ଭଗବାନ ପ୍ରସନ୍ନ ହୋଇଥାନ୍ତି । ସେହିଭଳି ବେଲପାତ୍ର, ଭାଙ୍ଗ ଏବଂ ଧୁତୁୁରା ଇତ୍ୟାଦି ଭୋଳାନାଥଙ୍କ ଅତି ପ୍ରିୟ । କିନ୍ତୁ ଏପରି କିଛି ଜିନିଷ ମଧ୍ୟ ଅଛି ଯାହାକୁ ଶିବଲିଙ୍ଗରେ ଅର୍ପଣ କରିବା ଦ୍ୱାରା ଭୋଳାନାଥ କ୍ରୋଧିତ ହେଇଥାନ୍ତି । କେବଳ ଏତିକି ନୁହେଁ, ଅତ୍ୟଧିକ କ୍ରୋଧ କାରଣରୁ କୁଆଡ଼େ ରୌଦ୍ରରୂପ ଧାରଣ କରିଥାନ୍ତି ।

ଭୁଲରେ ବି ମହାଶିବରାତ୍ରୀ ଦିନ ପୂଜା କରିବା ସମୟରେ ଶିବଲିଙ୍ଗ ଉପରେ ନଡ଼ିଆ ଅର୍ପଣ କରିବା ଉଚିତ ନୁହେଁ କିମ୍ବା ଶିବଲିଙ୍ଗକୁ ଅଭିଷେକ କରିବା ପାଇ ନଡ଼ିଆ ପାଣି ବ୍ୟବହାର କରାଯିବା ଉଚତି ନୁହେଁ । ଏହାର କାରଣ ହେଉଛି, ନଡ଼ିଆକୁ ଶ୍ରୀଫଳ ମଧ୍ୟ କୁହାଯାଏ ଏବଂ ଏହା ମାତା ଲକ୍ଷ୍ମୀଙ୍କ ରୂପ ଭାବରେ ବିବେଚନା କରାଯାଏ । ମାତା ଲକ୍ଷ୍ମୀ ଭଗବାନ ବିଷ୍ଣୁଙ୍କର ଅର୍ଦ୍ଧାଙ୍ଗିନୀ । ତେଣୁ ନଡ଼ିଆ କିମ୍ବା ନଡ଼ିଆ ପାଣି ଶିବଲିଙ୍ଗରେ ଅର୍ପଣ କରିବା ଦ୍ୱାରା ଆପଣଙ୍କର ଶୁଭ ପରିବର୍ତ୍ତେ କ୍ଷତି ହେବାର ଯଥେଷ୍ଟ ସମ୍ଭାବନା ରହିଛି ।

Get real time updates directly on you device, subscribe now.