fbpx

ଚୀନ ସ୍ୱାସ୍ଥ୍ୟ ଅଧିକାରୀଙ୍କ ମଙ୍କିପକ୍ସ ଚେତାବନୀକୁ ନେଇ ବିବାଦ…

ନୂଆଦିଲ୍ଲୀ: ଚାଇନାର ଜଣେ ସ୍ୱାସ୍ଥ୍ୟ ଅଧିକାରୀଙ୍କ ଏବ ବିବାଦୀୟ ବୟାନକୁ ନେଇ ଚର୍ଚ୍ଚା ହେଉଛି । ଚାଇନିଜ୍ ସେଣ୍ଟର ଫର୍ ଡିଜିଜ୍ କଣ୍ଟ୍ରୋଲ ଆଣ୍ଡ୍ ପ୍ରିଭେନସନର ମୁଖ୍ୟ ଏପିଡେମିଓଲୋଜିଷ୍ଟ ଜୁନୟୁ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି । ସେ କହିଥିଲେ ଯେ ବିଦେଶୀଙ୍କୁ ଛୁଅନ୍ତୁ ନାହିଁ । ଚାଇନାରେ ମଙ୍କିପକ୍ସ ସଂକ୍ରମଣ ବଢ଼ିଥିବାରୁ ଏଭଳି କରିବାକୁ ସେ କହିଛନ୍ତି । ଆଉ ତାଙ୍କର ଏହି ପ୍ରତିକ୍ରିୟା ପରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଅନେକ ଏହାକୁ ଭେଦଭାବ ବୋଲି କହିଛନ୍ତି ।

ଏକ ରିପୋର୍ଟ ଅନୂଯାୟୀ ଜୁନୟୁ ତାଙ୍କର ଏକ ପୋଷ୍ଟରେ ଭାଇରସଠାରୁ ବଞ୍ଚିବା ପାଇଁ ୫ ଟି ଉପାୟ ଆପଣାଇବାକୁ କହିଥିଲେ । ଯେଉଁଥିରେ ପ୍ରଥମ ପଏଣ୍ଟ ରହିଥିଲା ଯେ ମଙ୍କିପକ୍ସକୁ ରୋକିବା ପାଇଁ ଆମକୁ ବିଦେଶରୀଙ୍କ ଠାରୁ ଦୂରରେ ରହିବାକୁ ହେବ । ସେ କହିଥିଲେ ଏହା ମଧ୍ୟ ଧ୍ୟାନ ଦେବାକୁ ହେବ ଯେପରି ବିଦେଶୀଙ୍କ କୌଣସି ଭାବରେ ସ୍ପର୍ଶ ନହେବ । ସେ କହିଥିଲେ ଯେ ଏହା ଜରୁରୀ ଯେ ମଙ୍କିପକ୍ସ ଠାର ସୁରକ୍ଷା ଏବଂ ସତର୍କତା ଜରୁରୀ । ତେବେ ବର୍ତ୍ତମାନ ତାଙ୍କର ଏଭଳି ମନ୍ତବ୍ୟକୁ ନେଇ ଖୁବ୍ ଚର୍ଚ୍ଚା ହେଉଛି । ଲୋକେ ଏହାକୁ କରୋନା ମହାମାରୀର ଆରମ୍ଭରେ ହୋଇଥିବା ପରିସସ୍ଥିତି ସହ ତୁଳନାର କରୁଛନ୍ତି ।

ସୂଚନାଯୋଗ୍ୟ, ମେନଲ୍ୟାଣ୍ଡ୍ ଚାଇନାର ପ୍ରଥମ ମଙ୍କିପକ୍ସ ରୋଗୀ ଚଙ୍ଗକିଙ୍ଗ ସହରରେ ଚିହ୍ନଟ ହୋଇଛି । ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କୁ କ୍ୱାରେଣ୍ଟିନରେ ରଖାଯାଇଛି ।

ମଙ୍କିପକ୍ସ ରୋଗ ସାରା ବିଶ୍ୱରେ ମେ ମାସରୁ ବ୍ୟାପିବା ଆରମ୍ଭ ହୋଇଥିଲା । ବର୍ତ୍ତମାନ ଏହା ୯୦ ଦେଶରେ ଚିହ୍ନଟ ହେଲାଣି । “ହୁ’ ମଧ୍ୟ  ମଙ୍କିପକ୍ସକୁ ଇମରଜେନ୍ସୀର ଘୋଷଣା କରିଛି ।

Get real time updates directly on you device, subscribe now.