ଭୁବନେଶ୍ୱର: ଆସନ୍ତାକାଲି ମକର ସଂକ୍ରାନ୍ତି ପାଇଁ ସାରା ଓଡ଼ିଶା ଏବେ ଚଳଚଞ୍ଚଳ ହୋଇପଡ଼ିଛି । ଏହି ପର୍ବରେ ଗୁଡ଼ି ଉଡ଼ାଇବାର ପରମ୍ପରା ରହିଛି । କିନ୍ତୁ ଏହା ପୂର୍ବରୁ ଓଡ଼ିଶା ପୋଲିସ ସାଧାରଣ ଲୋକଙ୍କୁ ଗୁଡ଼ି ଉଡ଼ାଇବା ନେଇ ଦେଇଛି ସତର୍କ ସୂଚନା ଜାରି କରିଛି । ଗୁଡ଼ି ଉଡ଼ାଇବା ସମୟରେ ମାଞ୍ଜା ସୂତା ବ୍ୟବହାର ନ କରିବାକୁ ଅପିଲ୍ କରିଛି ଓଡ଼ିଶା ପୋଲିସ । ମାଞ୍ଜା ସୂତା ବ୍ୟବହାର ନ କରି ସାଧାରଣ ସୂତାରେ ଗୁଡ଼ି ଉଡ଼ାଇବାକୁ ଓଡ଼ିଶା ପୋଲିସ ସମସ୍ତଙ୍କୁ ପରାମର୍ଶ ଦେଇଛି ।
ଏହାସହ ଗୁଡ଼ି ଉଡ଼ାଇବା ବେଳେ ଯଥେଷ୍ଟ ସତର୍କତା ଅବଲମ୍ବନ କରିବା ପାଇଁ ଓଡ଼ିଶା ପୋଲିସ ସାଧାରଣ ଲୋକମାନଙ୍କୁ ସତର୍କ କରାଇ ଦେଇଛି । ସତର୍କତା ଅବଲମ୍ବନ କରି ଗୁଡ଼ି ଉଡ଼ାଇବା ପାଇଁ ପରାମର୍ଶ ଦେଇଛି ଓଡ଼ିଶା ପୋଲିସ । ମାଞ୍ଜା ସୂତା ବ୍ୟବହାର କରିବା କିମ୍ବା ବିକ୍ରି କରିବା ଆଇନଗତ ଅପରାଧ, ତେଣୁ ଏହାର ବିକଳ୍ପ ଭାବରେ ଗୁଡ଼ିରେ ସାଧାରଣ ସୂତା ବ୍ୟବହାର କରିବା ପାଇଁ ଓଡ଼ିଶା ପୋଲିସପକ୍ଷରୁ ସାଧାରଣ ଲୋକମାନଙ୍କୁ ସତର୍କ ସୂଚନା ଜାରି କରାଯାଇଛି ।
ଗୁଡି ଉଡାଇବା ସମୟରେ ସତର୍କତା ଅବଲମ୍ବନ କରନ୍ତୁ ଏବଂ ବିପଜ୍ଜନକ ମାଞ୍ଜା ସୂତା ବ୍ୟବହାର ନକରି ସାଧାରଣ ସୂତାରେ ଗୁଡି ଉଡାନ୍ତୁ ।
ମାଞ୍ଜା ସୂତା ବିକ୍ରୟ କିମ୍ବା ବ୍ୟବହାର କରିବା ଆଇନତଃ ଦଣ୍ଡନୀୟ । pic.twitter.com/fiQtJEYNYt
— Odisha Police (@odisha_police) January 14, 2024