ନୂଆଦିଲ୍ଲୀ: ଏକ ବଡ଼ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି। ଉତ୍ତର ପ୍ରଦେଶର ଲକ୍ଷ୍ନୌର ମୋହନଲାଲଗଞ୍ଜ କୋତବାଲୀ ଅଞ୍ଚଳର କିସାନ ରାସ୍ତାରେ ଏକ ଡବଲ ଡେକର ବସରେ ଭୟଙ୍କର ନିଆଁ ଲାଗିଯାଇଛି। ଏଥିରେ ଅନେକ ଯାତ୍ରୀ ଜଳି ମୃତ୍ୟୁବରଣ କରିଛନ୍ତି।
ଏହି ବସ ବିହାରରୁ ପାଟଣା ମଜୁରିଆ ଏବଂ ଅନେକ ପରିବାରଙ୍କୁ ନେଇ ଦିଲ୍ଲୀ ଯାଉଥିଲା। ଏହି ସମୟରେ ବସରେ ନିଆଁ ଲାଗିଯାଇଥିଲା। ଫଳରେ ଅନେକ ଯାତ୍ରୀ ଏହି ବସ ଭିତରୁ ବାହାରି ପାରିନଥିଲେ, ଯେଉଁଥିରେ ୫ଜଣଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି।