fbpx

Double Meaning ଭୋଜପୁରୀ ଗୀତ ଉପରେ ପ୍ରତିବନ୍ଧକ: ନିୟମ ଭାଙ୍ଗିଲେ ନିଆଯିବ କଡା କାର୍ଯ୍ୟନୁଷ୍ଠାନ

ପାଟନା: ଭୋଜପୁରୀ ଇଣ୍ଡଷ୍ଟ୍ରି ଉପରେ ଏକ ବଡ ପଦକ୍ଷେପ ନେଇଛନ୍ତି ସରକାର । ଏଣିକି ଡବଲ ମିନିଙ୍ଗ ଗୀତ ଉପରେ ପ୍ରତିବନ୍ଧକ ଲାଗିବାକୁ ଯାଉଛି । ବିହାର ସରକାର ଏ ନେଇ ନୂଆ ନିୟମ ଲାଗୁ କରିବାକୁ ଯାଉଥିବା ଜାଣିବାକୁ ମିଳିଛି । ଦୀର୍ଘ ଦିନରୁ ଅଶ୍ଳୀଳ ତଥା ଜାତିଆଣ ଭୋଜପୁରୀ ଗୀତକୁ ବ୍ୟାନ କରାଯିବା ନେଇ ଦାବି ଜୋର ଧରିଥିଲା । କିନ୍ତୁ ଏ ନେଇ କୌଣସି ନିଷ୍ପତ୍ତି ନେଇ ନଥିଲେ ସରକାର । ତେଣୁ ଏହି ଦାବିକୁ ନେଇ ଏକ ବିରାଟ ନିଷ୍ପତ୍ତି ନେଇଛନ୍ତି ବିହାର ସରକାର ।

ସୂଚନା ଅନୁସାରେ, ଦ୍ୱିଅର୍ଥବୋଧକ ଭୋଜପୁରୀ ଗୀତ ଉପରେ ଏଣିକି କଡା କାର୍ଯ୍ୟାନୁଷ୍ଠାନ ନେବା ନେଇ ସୂଚନା ଦେଇଛନ୍ତି । ଏଭଳି ଗୀତଗୁଡିକ ବିରୋଧରେ ସରକାର ନେବେ କଡା କାର୍ଯ୍ୟାନୁଷ୍ଠାନ । ଏ ନେଇ ବିହାର ସରକାର ରାଜ୍ୟର ସମସ୍ତ ଜିଲ୍ଲା ମାଜିଷ୍ଟ୍ରେଟ ଏବଂ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏହି ଗୀତଗୁଡିକୁ ନେଇ ବଡ ପ୍ରତିକ୍ରିୟା ଦେଇଛନ୍ତି ମନ୍ତ୍ରୀ ବିଜେନ୍ଦ୍ର ପ୍ରସାଦ । ଭୋଜପୁରୀର ଅଧିକାଂଶ ଗୀତରେ ଅଶ୍ଳୀଳତା, ଜାତିଆଣ ଭେଦଭାବ ସହିତ ଅସନ୍ତୋଷ ସୃଷ୍ଟି କରିବା ଭଳି କିଛି ଇଙ୍ଗିତ କରାଯାଉଛି । ଏଭଳି ଭାଷା ବ୍ୟବହାର କରିବା ପାଇଁ କାହାର ଅଧିକାର ନାହିଁ ବୋଲି କହିଛନ୍ତି ବିଜେନ୍ନଦ୍ର ପ୍ରସାଦ ।

ଭୋଜପୁରୀ ଗୀତରେ ଅଶ୍ଳୀଳତା ଏବଂ ଦ୍ୱିଅର୍ଥବୋଧକ ଶବ୍ଦ ବ୍ୟବହାର କରାଯାଇଥାଏ । ଯେଉଁଥିପାଇଁ ସାଧାରଣ ଜନତାଙ୍କ ସହ ରାଜନୀତି ଜଗତର ବରିଷ୍ଠ ନେତା ମଧ୍ୟ ଅସନେତତାଷ ଜାହିର କରିଛନ୍ତି । ଏହାଦ୍ୱାରା ପିଲାମାନଙ୍କ ମନରେ ଏବଂ ଯୁବବର୍ଗଙ୍କ ମଧ୍ୟରେ ଏକ ନକରାତ୍ମକ ଚିନ୍ତାଧାରା ବୃଦ୍ଧି ପାଉଛି । ତେଣୁ ଏହାକୁ ଯଥାଶୀଘ୍ର ଏହି ଗୀତଗୁଡିକ ଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି ହୋଇ ଆସୁଥିଲା । ତେବେ ବର୍ତ୍ତମାନ ଏହି ଦାବିକୁ ଗ୍ରହଣ କରିଛନ୍ତି ବିହାର ସରକାର । ଏଣିକି ଭୋଜପୁରୀ ସିନେମାରେ ଦ୍ୱିଅର୍ଥବୋଧକ ଗୀତ ଉପରେ ପ୍ରତିବନ୍ଧକ ଲାଗୁ କରାଯିବ । ତେବେ ଯଦି ଏହି ନିୟମକୁ ଉଲ୍ଲଙ୍ଘନ କରାଯାଏ, ଏହା ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରଅହଣ କରାଯିବ ବୋଲି କହିଛନ୍ତି ବିହାର ସରକାର ।

Get real time updates directly on you device, subscribe now.