ନୂଆଦିଲ୍ଲୀ: ବିହାରରେ ଅପରାଧୀମାନେ ପୋଲିସକୁ ସବୁବେଳେ ଚ୍ୟାଲେଞ୍ଜ କରୁଛନ୍ତି। ଏଥର ଅପରାଧୀମାନେ ଦୁଗ୍ଧ ପାଇଁ ହତ୍ୟା କରିଛନ୍ତି। ୧ ଲିଟର କ୍ଷୀର ପାଇଁ ଭୋଜପୁର ଜିଲ୍ଲାର ଆରାରେ ଏହି ଦୁଇ ଜଣଙ୍କୁ ହତ୍ୟା କରାଯାଇଛି।
ସୂଚନାନୁଯାୟୀ, ସକାଳ ୯ଟାରେ କ୍ଷୀର ପାଇଁ ଗୁଳିକାଣ୍ଡ ଘଟିଛି। ଘଟଣାର ସୂଚନା ମିଳିବା ମାତ୍ରେ ପୋଲିସ ଅଧିକ୍ଷକ ରାଜ ଅନୁମଣ୍ଡଳ ପୋଲିସ ପଦାଧିକାରୀ ସଦର-୦୨ ଏବଂ ଅନ୍ୟ ପୋଲିସ ପଦାଧିକାରୀଙ୍କ ସହ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଏଠାରେ ପୋଲିସ ବନ୍ଧୁକ ସହ ଗୁଳି ଜବତ କରିଛି।
ପୋଲିସ କହିବାନୁଯାୟୀ, ସେମରା ଗାଁ ଏବଂ ବେଲଗାୱା ଗାଁ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ଲୋକମାନଙ୍କ ମଧ୍ୟରେ ଗୁଳିକାଣ୍ଡ ଘଟିଥିଲା। ଏଥିରେ ବେଲଗାୱାର ପ୍ରେମ ସିଂହ ଏବଂ ସେମରା ଗାଁର ଧର୍ମେନ୍ଦ୍ର ରାୟଙ୍କ ଦେହରେ ଗୁଳି ବାଜିଥିଲା। ଏହାପରେ ଦୁଇଜଣଙ୍କର ମୃତ୍ୟୁ ଘଟିଥିଲା।
ଏହି ବିଷୟରେ ବର୍ତ୍ତମାନ ପୋଲିସର ତନାଘନା ଚାଲିଛି। ଏହି ଝଗଡ଼ା ମଧ୍ୟରେ ପଥର ମାଡ଼ ମଧ୍ୟ କରାଯାଇଛି। ଫୋରେନ୍ସିକ ବିଭାଗର ଟିମ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିବ ବୋଲି କୁହାଯାଇଛି।