fbpx

ବଲାଙ୍ଗିରରେ ଡବଲ ମର୍ଡର: ଶାଶୁ-ବୋହୂଙ୍କ ଗଳାକାଟି ହତ୍ୟା

ବଲାଙ୍ଗିର(ଓଡ଼ିଶା ଭାସ୍କର): ବଲାଙ୍ଗିରରେ ଶାଶୁ-ବୋହୂଙ୍କୁ କଳାକାଟି ବୀଭତ୍ସ ହତ୍ୟା କରାଯାଇଥିବା ଘଟଣା ସାମ୍ନାକୁ ଆସିଛି । ଘର ଭିତରୁ ୨ ମହିଳାଙ୍କ ଗଳାକଟା ମୃତଦେହ ଠାବ ହୋଇଛି । ତୁଷୁରା ଥାନା ନୂଆପଡ଼ା ଗାଁରେ ଘର ଭିତରୁ ମୃତଦେହ ଉଦ୍ଧାର ହୋଇଛି । ଉଭୟ ମୃତକ ସମ୍ପର୍କରେ ଶାଶୁ-ବୋହୂ ବୋଲି ଗ୍ରାମବାସୀ ସୂଚନା ଦେଇଛନ୍ତି । ମୃତକଙ୍କ ନାଁ ଯଥାକ୍ରମେ ପ୍ରେମଶିଳା ମେହେର ଓ ଅମ୍ବିକା ମେହେର ।

କିଏ, କାହିଁକି ଏହି ହତ୍ୟା କରିଛି, ତାହା ଏବେ ସୁଦ୍ଧା ଅସ୍ପଷ୍ଟ ରହିଛି । ସୂଚନା ମିଳିବା ପରେ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି ପୋଲିସ । ଅନ୍ୟପଟେ ଘଟଣାକୁ ନେଇ ତୁଷୁରା ଥାନା ନୂଆପଡ଼ା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି ।

Get real time updates directly on you device, subscribe now.