fbpx

ଭଣ୍ଡାରୀପୋଖରୀରେ ଡବଲ ମର୍ଡର: ସ୍ତ୍ରୀ ଓ ପୁଅକୁ ନିର୍ମମ ହତ୍ୟା, ପରେ ଫେରାର

ଭଦ୍ରକ: ଭଦ୍ରକ ଭଣ୍ଡାରୀପୋଖରୀରେ ନୃସଂସ ସାଜିଛି ପରିବାରର ମୁଖିଆ । ନିଜ ସ୍ତ୍ରୀ ଓ ପିଲାଙ୍କୁ ନିର୍ମମ ଭାବରେ ହତ୍ୟା କରି ଫେରାର ହୋଇଯାଇଛି ଅଭିଯୁକ୍ତ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ମାମଲାକୁ ନେଇ ସାରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି ।

ମିଳିଥିବା ସୂଚନା ଅନୁସାରେ, ଭଦ୍ରକ ଭଣ୍ଡାରୀପୋଖରୀ ଥାନା ଅନ୍ତର୍ଗତ କୁଶଗଡ଼ିଆ ଗାଁରେ ଏକ ଅଜବ ଘଟଣା ଘଟିଯାଇଛି । ଜଣେ ବ୍ୟକ୍ତି ନିଜ ସ୍ତ୍ରୀ ଓ ପିଲାଙ୍କୁ ନିର୍ମମ ଭାବେ ହତ୍ୟା କରିଥିବା ନେଇ ଜାଣିବାକୁ ମିଳିଛଇ । ତେବେ ଏଭଳି କାଣ୍ଡ ଘଟାଇବାର ପ୍ରକୃତ କାରଣ ଜଣା ପଡ଼ିନଥିବା ବେଳେ ପାରିବାରିକ କଳୟ ଯୋଗୁଁ ଏପରି ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି । ତେବେ ହତ୍ୟା କରିବା ପରେ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ଗ୍ରାମବାସୀ କାବୁ କରିବାରେ ସଫଳ ହୋଇଛନ୍ତି । ଏହାପରେ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିବା ସହ ମାମଲାର ତଦନ୍ତ ଆରମ୍ଭ କରିଛି । ଏହାସହିତ ଉଭୟ ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଅଭିଯୁକ୍ତକୁ ଗିରଫ କରିଛି ଭଣ୍ଡାରୀପୋଖରୀ ପୋଲିସ ।

Get real time updates directly on you device, subscribe now.