fbpx

ଦିଗପହଣ୍ଡିରେ ଡବଲ ମର୍ଡର: ବିଳମ୍ବିତ ରାତିରେ ମୃତ ଦେହ ଉଦ୍ଧାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି ଅପରାଧିକ ମାମଲା । ଦିଗପହଣ୍ଡିରେ ଘଟି ଯାଇଛି ଡବଲ୍ ମର୍ଡର୍ । ଶନିବାର ବିଳମ୍ବିତ ରାତିରେ ଏହି ହତ୍ୟାକାଣ୍ଡ ଘଟିଥିବା ବେଳେ ସ୍ଥାନୀୟ ଲୋକ ମୃତଦେହକୁ ଦେଖିଥିଲେ । ମୃତଦେହକୁ ଉଦ୍ଧାର କରି ହସ୍ପିଟାଲ ନିଆଯାଇଥିଲେ ହେଁ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ ।

ଦିଗପହଣ୍ଡିର ଚଷାନିମଖଣ୍ଡି ଗାଁରୁ ଏହି ମୃତ ଦେହ ଉଦ୍ଧାର କରାଯାଇଛି । ମୃତକ ଦୁଇ ଜଣଙ୍କ ପରିଚୟ ମିଳିଥିବା ବେଳେ ସେମାନେ ହେଉଛନ୍ତି ପାଳଝଡି ଗାଁର ସୁଧୀର ପାତ୍ର ଓ ସୁଦର୍ଶନ ସୁଆର । ବିଳମ୍ବିତ ରାତ୍ରିରେ ରାସ୍ତା କଡରୁ ଉଭୟଙ୍କ ମୃତ ଶରୀର ଉଦ୍ଧାର କରାଯାଇଥିଲା ।

ପାଳଝଡି ଗାଁର ସଉରା ପାହାଡ ଓ ସିନ୍ଧି ଗାଁ ରାସ୍ତାରୁ ଉଭୟଙ୍କ ମୃ୍ତ ଶରୀର ଉଦ୍ଧାର କରାଯାଇ ଡାକ୍ତରଖାନା ନିଆଯାଇଥିଲା । ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରାଯାଇଥିଲା । ଏହି ଘଟଣା ପରେ ପରିବାର ଲୋକଙ୍କ ପକ୍ଷରୁ ଦିଗପହଣ୍ଡି ଥାନାରେ ଏକ ହତ୍ୟା ମାମଲା ରୁଜୁ କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

Get real time updates directly on you device, subscribe now.