fbpx
BJD SKY
BJD SKY

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଜମ୍ମୁ କଶ୍ମୀରରେ ହମଲା: ଏନକାଉଣ୍ଟରରେ ଟଳିଲେ ୨ ଆତଙ୍କବାଦୀ

BJD

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରର କୁଲଗାମ ଜିଲ୍ଲାରେ ଆଜି ସୁରକ୍ଷା ବାହିନୀ ଓ ଆତବାଦୀଙ୍କ ମଧ୍ୟରେ ଘମାଘୋଟ ଲଢ଼େଇ ଦେଖିବାକୁ ମିଳିଛି । ଏହି ଲଢ଼େଇରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୨ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି । ଏନକାଉଣ୍ଟରରେ ପ୍ରାଣ ହରାଇଥିବା ଦୁଇ ଆତଙ୍କବାଦୀ ପାକିସ୍ତାନର ଆତଙ୍କବାଦୀ ସଂଗଠନ ଜୈସ-ଏ-ମହମ୍ମଦ ଲିଙ୍କରେ ରହିଥିବା ସ୍ପଷ୍ଟ ହୋଇଛି ।

ଏନେଇ କଶ୍ମୀର ଆଇଜିପି କହିଛନ୍ତି ଯେ, ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜମ୍ମୁ କଶ୍ମୀରରେ ଗସ୍ତରେ ଯାଉଛନ୍ତି । ତେଣୁ ଏହା ପୂର୍ବରୁ ଆତଙ୍କବାଦୀମାନେ ଏକ ବଡ଼ଧରଣର ହମଲା କରିବା ପାଇଁ ଯୋଜନା କରିଥିଲେ । ମାତ୍ର ସୁରକ୍ଷାକର୍ମୀଙ୍କ ସ୍ପେଶାଲ ଅପରେସନ ଫଳରେ ଆତଙ୍କବାଦୀଙ୍କ ସମସ୍ତ ଯୋଜନା ପଣ୍ଡ ହୋଇଛି । ମୃତ ଆତଙ୍କବାଦୀଙ୍କ ନିକଟରୁ ବିପୁଳ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି । ସେମାନଙ୍କଠାରୁ ୨ଟି ଏକେ ରାଇଫଲ, ୭ଟି ମାଗାଜିନ, ୯ଟି ଗ୍ରେନେଡ ମିଳିଛି । ବର୍ତ୍ତମାନ ସୁଦ୍ଧା ଉକ୍ତ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଅପରେସନ ଜାରି ରହିଛି ।

ସୂଚନାଯୋଗ୍ୟ ଯେ, ଗତ ୧୪ ତାରିଖରେ ସୋପିଆନରେ ସେନାର ଗୁଳିରେ ୪ ଜଣ ଆତଙ୍କବାଦୀ ନିହତ ହୋଇଥିଲେ । ନିହତ ଆତଙ୍କବାଦୀମାନେ ଲସ୍କର-ଏ-ତୋଏବା ଆତଙ୍କବାଦୀ ସଂଗଠନର ସଦସ୍ୟ ରହିଥିଲେ । ଆତଙ୍କବାଦୀଙ୍କ ବିଷୟରେ ସୂଚନା ମିଳିବା ପରେ ଉକ୍ତ ଅଞ୍ଚଳକୁ ପୋଲିସ ଟିମ୍ ଘେରି ଯାଇଥିଲା । ଆତଙ୍କବାଦୀ ଓ ସୁରକ୍ଷା କର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ହେବା ଫଳରେ ୪ ଜଣ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଥିଲା ।

Get real time updates directly on you device, subscribe now.