fbpx

କୁଜଙ୍ଗରେ ଡବଲ ମର୍ଡର, ଘରେ ପଶି ୨ ମହିଳାଙ୍କୁ ଖଣ୍ଡାରେ ହାଣିଲା ଉନ୍ମତ୍ତ ଯୁବକ

Advertisement

ଭୁବନେଶ୍ୱର: ପାରାଦ୍ୱୀପରେ ସକାଳୁ ସକାଳୁ ଘଟିଯାଇଛି ଏକ ନୃଶଂସ ହତ୍ୟାକାଣ୍ଡ । ଏକ୍ସପ୍ରେସ୍ ୱେ କଲୋନୀରେ ଜଣେ ଯୁବକ ଏକ ଘରେ ପଶି ଖଣ୍ଡାରେ ୨ ମହିଳାଙ୍କୁ ଆକ୍ରମଣ କରିଥିଲା । ଏଥିରେ ଜଣେ ମହିଳା ଘଟଣାସ୍ଥଳରେ ଏବଂ ଅନ୍ୟ ଜଣେ ମେଡିକାଲ୍ରେ ମୃତ୍ୟୁବରଣ କରିଛନ୍ତି । ଯୁବକ ଜଣକ ନିଶାସକ୍ତ ଅବସ୍ଥାରେ ୨ ମହିଳାଙ୍କ ଘରେ ପଶି ଆକ୍ରମଣ କରିଥିଲା ।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆକ୍ରମଣକାରି ଯୁବକଙ୍କୁ ଗିରଫ କରି କୁଜଙ୍ଗ ଥାନାକୁ ଆଣିଛି । ଆକ୍ରମଣକାରୀ ଯୁବକ ନିଶାସକ୍ତ ଥିବା ସୂଚନା ମିଳିଛି ।

Get real time updates directly on you device, subscribe now.