fbpx
BJD SKY
BJD SKY

ଯେକୌଣସି ସମୟ ଓ ସ୍ଥାନରେ ଡାଉନଲୋଡ କରିପାରିବେ ଇ-ଆଧାର କାର୍ଡ: mAadhaar App ଆପରେ କରନ୍ତୁ ଏହି କାମ

BJD

ନୂଆଦିଲ୍ଲୀ: ଆଧାର କାର୍ଡ ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ, ଯାହାକି ବ୍ୟାଙ୍କିଂ, ଟ୍ୟାକ୍ସ ଓ ଅନ୍ୟ ସରକାରୀ କାମ ପାଇଁ ଆବଶ୍ୟକ ହୋଇଥାଏ । ଦେଶର ନାଗରିକଙ୍କ ପରିଚୟ ଏବଂ ଠିକଣା ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଦଲିଲ । ଆଧାର କାର୍ଡରେ ୧୨ ଅଙ୍କ ବିଶିଷ୍ଟ ବ୍ୟକ୍ତିଗତ ନମ୍ବର ରହିଛି, ଯାହାକୁ ଭାରତର ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଦ୍ୱାରା ଜାରି କରାଯାଇଥାଏ । ଆଧାର କାର୍ଡରେ ବ୍ୟକ୍ତିଙ୍କ ନାମ, ଜନ୍ମ ତାରିଖ, ଫଟୋଗ୍ରାଫ୍, ଠିକଣା ଏବଂ ବାୟୋମେଟ୍ରିକ୍ ତଥ୍ୟ ରେକର୍ଡ କରାଯାଏ ।

ଭାରତ ସରକାରଙ୍କ ଦ୍ୱାରା ପରିଚାଳିତ ଯେକୌଣସି ସରକାରୀ ଯୋଜନାର ଲାଭ ଉଠାଇବା ପାଇଁ ଆଧାର କାର୍ଡ ଆବଶ୍ୟକ । ଏହା ସହ ଆପଣଙ୍କର ଆଧାର କାର୍ଡ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ସହିତ ଲିଙ୍କ୍ ହେବା ଜରୁରୀ । ଆୟକର ସମ୍ବନ୍ଧୀୟ ଯକୌଣସି କାମ ପାଇଁ ଆଧାର କାର୍ଡର ପାନ ଆକାଉଣ୍ଟ ସହିତ ଲିଙ୍କ୍ କରିବା ମଧ୍ୟ ବାଧ୍ୟତାମୂଳକ କରାଯାଇଛି ।

ଥରେ ଆଧାର କାର୍ଡ ହୋଇଗଲେ ଏହା ପୁରା ଜୀବନ ପାଇଁ ବୈଧ ହୋଇଥାଏ । ସମୟ ସମୟରେ ଆପଣ ଏଥିରେ ଆପଣଙ୍କର ଠିକଣା ଅପଡେଟ୍ କରିପାରିବେ । ଆଧାର କାର୍ଡରେ ନାମ, ଠିକଣା କିମ୍ବା ଜନ୍ମ ତାରିଖରେ ଯେକୌଣସି ଭୁଲକୁ ଆପଣ ସଂଶୋଧନ କରିପାରିବେ ।

ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ ଏବେ ଲୋକଙ୍କୁ ଇ-ଆଧାର କାର୍ଡର ସୁବିଧା ଦେଇଛି । ଆପଣ ଯେକୌଣସି ସ୍ଥାନରେ ଏବଂ ଯେକୌଣସି ସମୟରେ ଇ-ଆଧାର କାର୍ଡ ଡାଉନଲୋଡ୍ କରି ଏହାର ବ୍ୟବହାର କରିପାରିବେ । ଯଦି ଆପଣଙ୍କର ଆଧାର କାର୍ଡ ହଜିଯାଇଛି, ତେବେ ଘରେ ବସି ଆପଣ ଇ-ଆଧାରକୁ ଡାଉନଲୋଡ୍ କରିପାରିବ ।

ଇ-ଆଧାର କାର୍ଡ ଡାଉନଲୋଡ୍ କରିବାର ବହୁତ ସହଜ ଉପାୟ ରହିଛି । ଆପଣ ନିଜ ଆଧାରକାର୍ଡକୁ UIDAI ର ୱେବସାଇଟ୍ କିମ୍ବା ଏଆଧାର ଆପ୍ ରୁ ଡାଉନଲୋଡ୍ କରିପାରିବେ । କିନ୍ତୁ ସର୍ବସାଧାରଣ କମ୍ପୁଟରରୁ ଏହାକୁ ଡାଉନଲୋଡ କରନ୍ତୁ ନାହିଁ ।

ଆଧାର କାର୍ଡ ଡାଉନଲୋଡ୍ କରିବେ କିପରି:-

– ସର୍ବପ୍ରଥମେ UIDAI ର ଅଫିସିଆଲ୍ ୱେବସାଇଟ୍ uidai.gov.in/କୁ ଯାଆନ୍ତୁ ।
– ଏଠାରେ Download Aadhaar ର ବିକଳ୍ପ ଚୟନ କରନ୍ତୁ କିମ୍ବା eaadhaar.uidai.gov.in/ ଏହି ଲିଙ୍କକୁ ଯାଅ ।
– ଆଇ ଆଭ୍ ସେକ୍ସନରେ Aadhaar ବିକଳ୍ପକୁ ଚୟନ କରନ୍ତୁ ।
– ୧୨ ଅଙ୍କ ବିଶିଷ୍ଟ ଆଧାର ନମ୍ବର ଏଣ୍ଟର କରନ୍ତୁ ।
– ଯଦି ଆପଣ ଆଧାର ନମ୍ବର ଦେଖାଇବାକୁ ଚାହୁଁନାହାଁନ୍ତି, ତେବେ ‘Masked Aadhaar’କୁ ଚୟନ କରନ୍ତୁ ।
– କ୍ୟାପଚା କୋଡ୍ ଏଣ୍ଟର କର ଓ ରେଜିଷ୍ଟର ମୋବାଇଲ ନମ୍ବରରେ ଓଟିପି ପାଇବାକୁ Send OTP କୁ ବାଛନ୍ତୁ ।
– ମୋବାଇଲ୍ ନମ୍ବରରେ ଆସିଥିବା OTP ନମ୍ବର ଏଣ୍ଟର କରନ୍ତୁ ।
– ଇ-ଆଧାର କାର୍ଡ ଡାଉନଲୋଡ୍ କରିବାକୁ ‘Verify And Download’ ଉପରେ କ୍ଲିକ୍ କରନ୍ତୁ ।

Get real time updates directly on you device, subscribe now.