fbpx

ଦ୍ରୌପଦୀ ମୁର୍ମୁଙ୍କ ଗାଁରେ ନାହିଁ ବିଜୁଳି: ପ୍ରାର୍ଥୀ ଘୋଷଣା ହେବା ପରେ ରାଜ୍ୟ ସରକାରଙ୍କ ତତ୍ପରତା

ମୟୁରଭଞ୍ଜ(ଓଡ଼ିଶା ଭାସ୍କର): ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ କିଏ ବା ନ ଜାଣେ । ଏନଡିଏ ତରଫରୁ ରାଷ୍ଟ୍ରପତି ପଦ ପାଇଁ ଦ୍ରୌପଦୀ ମୁର୍ମୁଙ୍କୁ ପ୍ରାର୍ଥୀ କରାଯାଇଛି । ତେବେ ରାଷ୍ଟ୍ରପତି ଦ୍ରୌପଦୀଙ୍କ ଗାଁରେ ଆଲୋକ ବ୍ୟବସ୍ଥା ନଥିବା ଏକ ଦୁର୍ଭାଗ୍ୟଜନକ ବିଷୟ । ସ୍ୱାଧୀନତାର ଏତେ ବର୍ଷ ବିତି ଯାଇଥିଲେ ମଧ୍ୟ ଦ୍ରୌପଦୀ ମୁର୍ମୁଙ୍କ ଗ୍ରାମରେ ଆଜି ଯାଏଁ ବିଜୁଳି ସଂଯୋଗ ହୋଇ ପାରି ନାହିଁ । କିନ୍ତୁ ଦ୍ରୌପଦୀ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା ହେବା ପରେ ସରକାରଙ୍କର ଚେତା ପଶିଛି ଏବଂ ସରକାର ଆଲୋକର ବ୍ୟବସ୍ଥା କରୁଥିବା ଦେଖିବାକୁ ମିଳିଛି ।

बिजली के खंभे लगाने के लिए गड्डे खोदे जा रहे हैं. (फोटो:Aajtak)

ମୟୁରଭଞ୍ଜ ଜିଲ୍ଲାର ଉପରବେଢା ଗାଁରେ ଶ୍ରୀମତି ମୁର୍ମୁଙ୍କ ଜନ୍ମ । ଉପର ବେଢାର କିଛି ଅଞ୍ଚଳରେ ଆଜି ପର୍ଯ୍ୟନ୍ତ ବିଜୁଳି ସଂଯୋଗ ହୋଇ ନଥିଲା । ଉପରବେଢାର ଡୁଙ୍ଗରୀସାହି ଅନ୍ଧକାର ଘେରରେ ରହିଥିବା ଜାଣିବା ପରେ ଓଡ଼ିଶା ସରକାର ବିଜୁଳି ସଂଯୋଗ କରିବା ପାଇଁ ତତ୍ପରତା ଦେଖାଇଛନ୍ତି । ଯୁଦ୍ଧକାଳିନଭିତ୍ତିରେ ରାଜ୍ୟ ସରକାର ଅନ୍ଧକାରରେ ଥିବା ଶ୍ରାମତି ମୁର୍ମୁଙ୍କ ଗାଁରେ ବିଜୁଳି ଖୁଣ୍ଟ ସହ ଟ୍ରାନ୍ସଫରମର ଲଗାଇବା ଆରମ୍ଭ କରିଥିବା ଦେଖିବାକୁ ମିଳିଛି ।

ଦ୍ରୌପଦୀଙ୍କ ଭାଇଙ୍କ ପୁଅ ବିରଞ୍ଚି ନାରାୟଣ ଟୁଡୁଙ୍କ ସହ ଗାଁର ପାଖାପାଖି ୨୦ ପରିବାର କିରୋସିନ ଜାଳି ଅନ୍ଧକାର ଦୂର କରୁଥିବାର ଜଣା ପଡ଼ିଛି । ମୋବାଇଲ ଚାର୍ଜ କରିବା ପାଇଁ ୧ କିମି ଦୂରରେ ଥିବା ଅନ୍ୟ ଗ୍ରାମକୁ ଗ୍ରାମବାସୀମାନେ ଯାଉଥିବାର ଜଣା ପଡ଼ିଛି । ବିଜୁଳି ସଂଯୋଗ କରିବା ପାଇଁ ପ୍ରଶାସନ ତରଫରୁ ନିର୍ଦ୍ଦେଶ ଦିଆ ଯିବା ପରେ ଟାଟା ପାୱାର କମ୍ପାନୀ ତରଫରୁ ବିଜୁଳି ସଂଯୋଗ କାର୍ଯ୍ୟ ଆରମ୍ଭ କରାଯାଇଛି । ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ପ୍ରାର୍ଥୀଭାବେ ଘୋଷଣା ହେବା ପରେ ଡୁଙ୍ଗୁରୀ ସାହି ଚର୍ଚ୍ଚାକୁ ଆସିଥିଲା । ଏହି ଗାଁରେ ବିଜୁଳି ନଥିବା ନେଇ ଚର୍ଚ୍ଚା ହେବା ପରେ ରାଜ୍ୟ ସରକାର ବିଜୁଳି ସଂଯୋଗ ପାଇଁ ତତ୍ପରତା ଦେଖାଇଛନ୍ତିି ।

Get real time updates directly on you device, subscribe now.