fbpx

ଖୁସି ଖବର; DRDO ରେ ବାହାରିଲା ନିଯୁକ୍ତି, ତୁରନ୍ତ କରନ୍ତୁ ଆବେଦନ

ଓଡିଶା ଭାସ୍କର; ନିଯୁକ୍ତି କ୍ଷେତ୍ରରେ ଏକ ଖୁସି ଖବର । ଡିଆରଡିଓରେ ବାହାରିଛି ନିଯୁକ୍ତି ଏବଂ ଆବେଦନର ତାରିଖ ମଧ୍ୟ ଘୋଷଣା ହୋଇଛି । ପ୍ରୋଜେକ୍ଟ ଇଞ୍ଜିନିୟର ପଦବୀ ପାଇଁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି । ଇଚ୍ଛୁକ ପ୍ରାର୍ଥୀ ବା ପ୍ରାର୍ଥିନୀ ବର୍ତ୍ତମାନ ବି ଚାହିଁଲେ ଏଥିପାଇଁ ଆବେଦନ କରିପାରିବେ । ସେପ୍ଟେମ୍ବର ୮ ତାରିଖ ଯାଏଁ ଏହି ଆବେଦନ ପ୍ରକ୍ରିୟା ଚାଲୁ ରହିବ । ଏହାର ଅଫିସିଆଲ୍ ୱେବ୍‌ସାଇଟ୍‌ www.ada.gov.in. କୁ ଯାଇ ଇଚ୍ଛୁକ ପ୍ରାର୍ଥୀ ବା ପ୍ରାର୍ଥିନୀ ଚାକିରି ପାଇଁ ଆବେଦନ କରିପାରିବେ । ଏରୋନଟିକାଲ ଡେଭଲପ୍‌ମେଣ୍ଟ ଏଜେନ୍ସି ଅଧିନରେ ଥିବା ଡିଆରଡିଓ ପକ୍ଷରୁ ଏନେଇ ସୂଚନା ଜାରି କରାଯାଇଛି । ପ୍ରୋଜେକ୍ଟ ଇଞ୍ଜିନିୟର ପଦବୀ ପାଇଁ ଖାଲି ପଡ଼ିଥିବା ମୋଟ ପଦବୀ ସଂଖ୍ୟା ୫୩ ରହିଛି । ପ୍ରୋଜେକ୍ଟ ଇଞ୍ଜିନିୟର- ୧ (ଲେଭେଲ ପିଇ ୧) ପାଇଁ ୪୦ ପଦବୀ ରହିଛି ସେହିପରି ପ୍ରୋଜେକ୍ଟ ଇଞ୍ଜିନିୟର-୨ (ଲେଭେଲ ପିଇ ୨) ପାଇଁ ୯ ପଦବୀ ରହିଛି ଓ ପ୍ରୋଜେକ୍ଟ ଇଞ୍ଜିନିୟର-୩ (ଲେଭେଲ ପିଇ ୩ ) ପାଇଁ ୪ ପଦବୀ ରହିଛି । ଏହି ସବୁକୁ ମିଶାଇଲେ ସର୍ବମୋଟ ୫୩ ଟି ପଦବୀ ରହିଥିବା ସୂଚନା ରହିଛି ।

କିପରି କରିବେ ଆବେଦନ ?

ପ୍ରଥମେ ଅଫିସିଆଲ୍ ୱେବ୍‌ସାଇଟ୍‌କୁ www.ada.gov.in ଯାଆନ୍ତୁ ।

ହୋମପେଜ୍‌ରେ ଲାଟେଷ୍ଟ ନ୍ୟୁଜ୍‌ ଟ୍ୟାବ୍‌ ତଳେ ଥିବା ଆପ୍ଲିକେସନ୍‌ ଫର୍ ଦ ପ୍ରୋଜେକ୍ଟ ଇଞ୍ଜିନିଅର (PE) ଉପରେ କ୍ଲିକ୍‌ କରନ୍ତୁ ।

ସେଠାରେ ଥିବା ଆପ୍‌ଲିକେସନ୍‌ ଫର୍ମ ମାଧ୍ୟମରେ ରେଜିଷ୍ଟର କରନ୍ତୁ ।

ଆପ୍ଲିକେସନ୍‌ରେ ଆବଶ୍ୟକ ଥିବା ସମସ୍ତ ଡକ୍ୟୁମେଣ୍ଟ ମଧ୍ୟ ସେଠାରେ ଅପ୍‌ଲୋଡ୍‌ କରନ୍ତୁ ଆଉ ସବ୍‌ମିଟ୍‌ କରନ୍ତୁ ।

ଶେଷରେ ଆପ୍ଲିକେସନ୍‌ର ପ୍ରିଣ୍ଟଆଉଟ୍ ବାହାର କରି ରଖନ୍ତୁ । ଭବିଷ୍ୟତରେ ଆବଶ୍ୟକ ପଡ଼ିପାରେ ।

Get real time updates directly on you device, subscribe now.