fbpx
BSKY
BJD SHG SKY
BJD MC SKY

‘ଜାତି-ଧର୍ମ ଏବଂ ପରିବାର ଉପରେ ଆମର ଅସଲ ପରିଚୟ ଆମେ ଭାରତୀୟ’: ସ୍ୱତନ୍ତ୍ରତା ଦିବସ ପୁର୍ବ ସନ୍ଧ୍ୟାରେ ଜାତିକୁ ସମ୍ବୋଧନ କଲେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ

ନୂଆଦିଲ୍ଲୀ: ଅଗଷ୍ଟ ୧୫ ତାରିଖରେ ଭାରତ ୭୭ ସ୍ୱାଧୀନତା ଦୀବସ ପାଳନ କରିବ । ସ୍ୱତନ୍ତ୍ରତା ଦିବସର ପୁର୍ବ ସନ୍ଧ୍ୟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କ ସ୍ୱନ୍ତ୍ରତା ଦିବସର ଶୁଭେଚ୍ଛା ଜଣାଇଛନ୍ତି । ସେ କହିଛନ୍ତି ‘ସମସ୍ତ ଦେଶବାସୀ ଉତ୍ସାହର ସହିତ ଅମୃତ ମହୋତ୍ସବ ପାଳନ କରୁଛନ୍ତି । ଏହା ସହିତ ଅତ୍ୟନ୍ତ ଉତ୍ସାହର ସହିତ ସ୍ୱତନ୍ତ୍ରତା ଦିବସ ପାଳନର ପ୍ରସ୍ତୁତି କରୁଛନ୍ତି । ଯାହା ମୋତେ ମୋ ପିଲା ଦିନର କଥା ମନେ ପକାଇ ଦେଇଛି । ଯେତେବେଳେ ପତାକା ଉତ୍ତୋଳନ କରାଯାଏ, ସେ ସମୟରେ ଶରୀରରେ ବିଜୁଳୀ ଖେଳିଯିବା ପରି ତରଙ୍ଗ ଦଉଡ଼ିଥାଏ ଏବଂ ଆମକୁ ଉତ୍ସାହରେ ଭରି ଦେଇଥାଏ । ସ୍ୱତନ୍ତ୍ରତା ଦିବସରେ ଏହା ଆମକୁ ମନେ ପକାଇଥାଏ ଆମ ବ୍ୟକ୍ତିତ୍ୱ ନୁହେଁ, ଆମେ ବିଶ୍ୱର ସବୁଠୁ ବଡ଼ ନାଗରିକ ସମୁଦାୟ’।

ରାଷ୍ଟ୍ରପତି କହିଛନ୍ତି ଯେ, ‘ଏହି ଦିନ ସମସ୍ତଙ୍କ ପାଇଁ ମହତ୍ୱପୁର୍ଣ୍ଣ ଏବଂ ପିତ୍ର ଅଟେ। ସମଗ୍ର ଦେଶରେ ବର୍ତ୍ତମାନ ଉତ୍ସାହ ମାହୋଲ ଦେଖି ମୋତେ ବହୁତ ପ୍ରସନ୍ନ ଲାଗୁଛି । ଏକ ମହାନ୍ ଗଣତନ୍ତ୍ରର ଅଂଶବିଶେଷ ଭାବେ ଆମେ ଆମ ସ୍ୱାଧୀନତା ଦିବସ ପାଳନ କରୁଛୁ ଏହା ସତ୍ୟ । ଆମ ପ୍ରତ୍ୟେକଙ୍କର ଅନେକ ପରିଚୟ ରହିଛି । ଜାତି, ପନ୍ଥ, ମତ, ଭାଷା ଓ ଅଞ୍ଚଳ ନିର୍ବିଶେଷରେ ଆମେ ଆମ ପରିବାର ଓ ବୃତ୍ତି ସହିତ ସମ୍ପୃକ୍ତ । ମାତ୍ର ଏସବୁ ସତ୍ୱେ ଆମ ସମସ୍ତଙ୍କର ଗୋଟିଏ ମାତ୍ର ପରିଚୟ ହେଲା, ଆମେ ସମସ୍ତେ ଭାରତୀୟ, ଭାରତର ନାଗରିକ । ଆମ ମଧ୍ୟରୁ ପ୍ରତ୍ୟେକ ନାଗରିକ ଦେଶ ଆଗରେ ସମାନ । ଆମ ସମସସ୍ତଙ୍କ ପାଇଁ ସମାନ ସୁବିଧା ଉପଲବ୍ଧ । ଏହି ଭୂମିରେ ଆମ ସମସ୍ତଙ୍କର ଅଧିକାର ଓ କର୍ତ୍ତବ୍ୟ ସମାନ ।

ମୁଁ ଆନନ୍ଦର ସହ କହୁଛି ଯେ ଆମ ଦେଶରେ ମହିଳାମାନଙ୍କ ଆର୍ଥିକ ସଶକ୍ତିକରଣକୁ ସ୍ୱତନ୍ତ୍ର ଗୁରୁତ୍ୱ ପ୍ରଦାନ କରାଯାଉଛି । ଆର୍ଥିକ ସଶକ୍ତିକରଣ ପରିବାର ଓ ସମାଜରେ ମହିଳାମାନଙ୍କ ସ୍ଥିତି ସୁଦୃଢ କରେ । ମହିଳା ସଶକ୍ତିକରଣକୁ ପ୍ରାଧାନ୍ୟ ଦେବାକୁ ମୁଁ ସବୁ ନାଗରିକଙ୍କୁ ଆହ୍ୱାନ ଜଣାଉଛି । ଆମ କନ୍ୟା ଓ ଭଗିନୀମାନେ ସାହାସର ସହିତ ସବୁ ଆହ୍ୱାନ ଓ ପ୍ରତିବନ୍ଧକର ମୁକାବିଲା କରି ଆଗକୁ ବଢନ୍ତୁ ଓ ଜୀବନର ଉନ୍ନତି କରନ୍ତୁ ଏହା ମୁଁ ଚାହେଁ । ମହିଳାଙ୍କ ବିକାଶ ଆମ ମୁକ୍ତି ସଂଗ୍ରାମର ଅନ୍ୟତମ ଆଦର୍ଶ ଥିଲା ।

ସଶକ୍ତ ହେବାର ବିଚାର ସହିତ ଏହି ଉତ୍ସାହ ପ୍ରକାଶ ପାଇବା ସ୍ୱାଭାବିକ; କାରଣ ଆମ ଦେଶ ସବୁ କ୍ଷେତ୍ରରେ ବେଶ୍ ଉଲ୍ଲେଖନୀୟ ଅଗ୍ରଗତି କରିଛି । ଭାରତର ଅର୍ଥନୀତି କେବଳ ସୁଦୃଢ ହୋଇନାହିଁ ମହାମାରୀର ଅସ୍ଥିର ସମୟରେ ଏହା ଅନ୍ୟ ଦେଶଙ୍କ ପାଇଁ ପଥ ପ୍ରଦର୍ଶକ ସାଜିଛି । ଭାରତ ମହାମାରୀ ସମୟର ସମସ୍ୟାବଳୀକୁ ବେଶ୍ ଦକ୍ଷତାର ସହିତ ସୁଯୋଗରେ ପରିଣତ କରିପାରିଥିଲା । ଏହା ଫଳରେ ଏକ ଅସ୍ଥିର ସମୟରେ ଆମେ ନିରାପଦରେ ଆମ ଲକ୍ଷ୍ୟ ହାସଲ କରିପାରିଲୁ । କରୋନା ମହାମାରୀ ପରେ ବିଶ୍ୱର ସବୁ ରାଷ୍ଟ୍ରଙ୍କ ମଧ୍ୟରେ ଭାରତର ଜିଡିପି ଅଭିବୃଦ୍ଧି ହାର ସର୍ବାଧିକ ଥିଲା । ଏହା ଏ କ୍ଷେତ୍ରରେ ଏକ ରେକର୍ଡ । ଆମର ଅନ୍ନଦାତା, ଚାଷୀମାନେ ଆମ ଅର୍ଥନୀତିକ ଅଭିବୃଦ୍ଧିରେ ଉଲ୍ଲେଖନୀୟ ଅବଦାନ ରଖିଛନ୍ତି । ସମଗ୍ର ରାଷ୍ଟ୍ର ସେମାନଙ୍କ ପାଖରେ ଋଣୀ ।

ବୈଶ୍ୱିକ ସ୍ତରରେ ମୁଦ୍ରାସ୍ପୀତି ଏବେ ଚିନ୍ତାର କାରଣ ପାଲଟିଛି । ମାତ୍ର ଭାରତରେ ଉଭୟ କେନ୍ଦ୍ର ସରକାର ଓ ରିଜର୍ଭ ବ୍ୟାଙ୍କ ମିଳିତଭାବେ ମୁଦ୍ରାସ୍ପୀତିକୁ ନିୟନ୍ତ୍ରଣରେ ରଖିବାକୁ ସଫଳ ହୋଇଛନ୍ତି । ଉଚ୍ଚ ମୁଦ୍ରାସ୍ପୀତି ଜନିତ ପରିସ୍ଥିତିରେ ସାଧାରଣ ଲୋକଙ୍କୁ ସୁରକ୍ଷିତ ରଖିବାରେ ଆମ ସରକାର ସଫଳ ହେବା ଉଲ୍ଲେଖଯୋଗ୍ୟ । ଏହି ସମୟରେ ଦେଶର ଗରିବମାନଙ୍କୁ ବ୍ୟାପକ ନିରାପତ୍ତା ଓ ସୁରକ୍ଷା ଯୋଗାଇ ଦିଆଯାଉଛି । ବୈଶ୍ୱିକ ଅର୍ଥନୀତିକ ଅଭିବୃଦ୍ଧି ପାଇଁ ସମଗ୍ର ପୃଥିବୀ ଭାରତକୁ ଚାହିଁଛି ।

Get real time updates directly on you device, subscribe now.