fbpx

କେମିତି ଥିଲା ଶାସ୍ତ୍ରୀଙ୍କ ମୃତ୍ୟୁ ପୂର୍ବର ୧୨ ଘଣ୍ଟା? ପାଦ ତଳେ ପଡ଼ି ଯାଇଥିଲା ପାକିସ୍ତାନ

ଅଳ୍ପ ଉଚ୍ଚତା ସାଧାରଣ ପୋଷାକ ଏବଂ ଶାନ୍ତ ଚରିତ୍ର । ସେ ଭାରତର ଲାଲ୍ ଥିଲେ । ସେ ସାଧା ଜୀବନ ଉଚ୍ଚ ବିଚାର ଥିବା ଗାନ୍ଧିବାଦୀ ଥିଲେ । ସେ ଲଢ଼ିଛନ୍ତି ସ୍ୱାଧୀନତାର ଲଢ଼େଇ । ସେ ବନିଥିଲେ ଦେଶର ଦ୍ୱିତୀୟ ପ୍ରଧାନମନ୍ତ୍ରୀ । ସେ ଦେଇଥିଲେ ଜୟ ଯବାନ ଜୟ କିଶାନର ନାରା । ସେ ପାକିସ୍ତାନକୁ ଦେଇଥିଲେ ଚକମା । ଶସ୍ତ୍ର ର ଯବାବ ସେ ଶସ୍ତ୍ରରେ ଦେଇଥିଲେ । ଆଉ ସେ ଥିଲେ ଲାଲ ବାହାଦୁର ଶାସ୍ତ୍ରୀ । ତାସକେଣ୍ଟରେ ପାକିସ୍ତାନ ସାସ୍ତ୍ରୀଙ୍କ ପାଖରେ ଆଣ୍ଠେଇଥିଲା । ହେଲେ ତାସକେଣ୍ଟରୁ ଶାସ୍ତ୍ରୀ ଆଉ ଫେରି ନଥିଲେ ଭାରତକୁ ।

ସୁବାଷ ଚନ୍ଦ୍ର ବୋଷଙ୍କ ଭଳି ଭାରତର ଦ୍ୱିତୀୟ ପ୍ରଧାନମନ୍ତ୍ରୀଙ୍କ ମୃତ୍ୟୁ ରହସ୍ୟ ହୋଇ ରହିଯାଇଛି । ଏପର୍ଯ୍ୟନ୍ତ ମିଳିପାରିନାହିଁ ଶାସ୍ତ୍ରୀଙ୍କର ମୃତ୍ୟୁର ପ୍ରକୃତ ରହସ୍ୟ । ଜବାହର ଲାଲ ନେହେରୁଙ୍କ ପରେ ପ୍ରଧାନମନ୍ତ୍ରୀଙ୍କ ଆସନରେ ବସିଥିଲେ ଲାଲ ବାହାଦୁର ଶାସ୍ତ୍ରୀ । ନେହେରୁଙ୍କ ଠାରୁ ଶାସ୍ତ୍ରୀଙ୍କର ଉଚ୍ଚତା କମ୍ ଥିଲା । ହେଲେ ସେ ବହୁତ ଶୀଘ୍ର ତାଙ୍କର ଦକ୍ଷ ଏବଂ କ୍ଷମତାର ପରିଚୟ ପୁରା ଭାରତକୁ ଦେବାରେ ସକ୍ଷମ ହୋଇଥିଲେ । ୯ ଜୁନ୍ ୧୯୬୪ରୁ ପ୍ରାୟ ୧୮ ମାସ ପର୍ଯ୍ୟନ୍ତ ଦେଶର ପ୍ରଧାନମନ୍ତ୍ରୀ ରହିଥିଲେ ଶାସ୍ତ୍ରୀ ଜି । ହେଲେ ୧୯୬୬ରେ ଶାସ୍ତ୍ରୀଙ୍କର ଅଚାନକ ମୃତ୍ୟୁ ହୋଇଗଲା । ଯାହା ଏବେ ବି ରହସ୍ୟ ।

ସେତେବେଳର ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଆୟୁବ ଖାନ୍ ଧୋତି ପିନ୍ଧୁଥିବା ଶାସ୍ତ୍ରୀଙ୍କୁ ବହୁତ ହାଲୁକା ଭାବରେ ନେଇଥିଲେ । ୧୯୬୫ ମସିହାରେ ଭାରତ ଉପରେ ଆକ୍ରମଣ କରିଥିଲା ପାକିସ୍ତାନ । ହେଲେ ଏହାର ଜବାବରେ ଶାସ୍ତ୍ରୀ ଲାହୋର ଉପରେ ଆକ୍ରମଣ କରି ପାକିସ୍ତାନର ହଜାର ହଜାର ହେକ୍ଟର ଜମିକୁ କବଜା କରିନେଇଥିଲେ । ଯାହାପରେ ଆୟୂବ ଖାନ ଶାସ୍ତ୍ରୀଙ୍କୁ କ୍ଷମା ପ୍ରାର୍ଥନା କରିଥିଲେ । ଆଉ ଏହାପରେ ଆରମ୍ଭ ହୋଇଥିଲା ତାସକେଣ୍ଟ ଅଧ୍ୟାୟ । ୧୯୬୫ ଯୁଦ୍ଧ ପରେ । ଭାରତ ଏବଂ ପାକିସ୍ତାନ ମଧ୍ୟରେ ୧୯୬୬ ଜାନୁଆରୀ ୧୦ ତାରିଖରେ ତାସକେଣ୍ଟରେ ଏକ ରାଜିନାମା ସ୍ୱାକ୍ଷରିତ ହୋଇଥିଲା । ଚୁକ୍ତିନାମାରେ ଲେଖା ଯାଇଥିଲା କି ଉଭୟ ଦେଶ ନିଜ ନିଜ ଦେଶରୁ ବନ୍ଦୀ ଥିବା ସୈନ୍ୟମାନଙ୍କୁ ମୁକୁଳାଇବେ । ଯୁଦ୍ଧର ପୂର୍ବ ସ୍ଥିତିକୁ ଚାଲିଯିବେ ଦୁଇ ଦେଶ । ସୀମାରୁ ସେନାମାନଙ୍କୁ ପ୍ରତ୍ୟାହାର କରିବେ । ଉଭୟ ଦେଶ ଆଭ୍ୟନ୍ତରୀଣ ପ୍ରସଙ୍ଗ ଠାରୁ ଦୁରେଇ ରହିବେ । ଖାଲି ସେତିକି ନୁହେଁ ଅର୍ଥନୈତିକ ଏବଂ କୂଟନୈତିକ ସମ୍ପର୍କକୁ ପୁନଃସ୍ଥାପିତ କରିବାରେ ମଧ୍ୟ ସର୍ତ୍ତ ରଖାଯାଇଥିଲା । ଏସବୁ ସ୍ୱାକ୍ଷରିତ ହେବାର ଗୋଟିଏ ଦିନ ପରେ ଏମିତି କିଛି ଘଟଣା ଘଟିଲା ଯାହା ସାରା ଭାରତକୁ ଦୋହଲାଇ ଦେଇଥିଲା । ଖବର ଆସିଥିଲା କି ଶାସ୍ତ୍ରୀଙ୍କର ମୃତ୍ୟୁ ହୋଇଯାଇଛି ।

ତାସକେଣ୍ଟରେ ଏହି ଚୁକ୍ତିନାମା ସ୍ୱାକ୍ଷରିତ ହେବା ପରେ ଶାସ୍ତ୍ରୀ ବହୁତ ଚାପରେ ରହିଥିବା ଖବର ପ୍ରକାଶ ପାଇଥିଲା । ଇତିହାସକାର ମାନେ କହିଛନ୍ତି କି ହାଜି ପିର ଓ ଠିଥବାଲଙ୍କୁ ପାକିସ୍ତାନକୁ ଫେରାଇବା ପରେ ଭାରତରେ ଶାସ୍ତ୍ରୀଙ୍କୁ ବହୁତ ସମାଲୋଚନାର ଶୀକାର ହେବାକୁ ପଡ଼ିଥିଲା । ସେତେବେଳେ କୁଲଦିପ ନାୟର ଥିଲେ ଶାସ୍ତ୍ରୀଙ୍କର ସାମ୍ବାଦିକ ପରାମର୍ଶଦାତା । ତେବେ ଏକ ରିପୋର୍ଟରୁ ପ୍ରକାଶ ଯେ ହାଜି ପିର ଓ ଠିଥବାଲଙ୍କୁ ପାକିସ୍ତାନକୁ ଫେରାବାକୁ ନେଇ ଶାସ୍ତ୍ରୀଙ୍କ ପତ୍ନୀ ତାଙ୍କ ଉପରେ ବହୁତ ରଗିଥିଲେ । ଯାହା ଶାସ୍ତ୍ରୀଙ୍କୁ ବହୁତ ଖରାପ ଲାଗିଥିଲା ।

ନାୟର ତାଙ୍କ ପୁସ୍ତକ ବିୟୋଣ୍ଡ ଦ ଲାଇନରେ ଲେଖିଛନ୍ତି କି ଶାସ୍ତ୍ରୀ ତାଙ୍କ ମୃତ୍ୟୁ ପୂର୍ବରୁ ବହୁତ ବ୍ୟସ୍ତ ଥିଲେ । ଲୋକମାନେ ଝରକା ବାଟେ ଦେଖିଥିଲେ କି ତାସକେଣ୍ଟ ସ୍ଥିତ ଘରେ ଶାସ୍ତ୍ରୀ ଖାଲି ଚାଲିବାକୁ ଲାଗିଥିଲେ । ଆଉ ଯେତେବେଳେ ସେ ତାଙ୍କ ରୁମରେ ଶୋଇଥିଲେ ସେତେବେଳେ ଖବର ଆସିଲା କି ଶାସ୍ତ୍ରୀଙ୍କର ଦେହ ବହୁତ ଅସୁସ୍ଥ ହୋଇପଡ଼ିଛି । ଆଉ ଯେତେବେଳେ ନାୟର ଶାସ୍ତ୍ରୀଙ୍କ ପାଖକୁ ଯାଆନ୍ତତିତ ସେ ଦେଖନ୍ତିକି ଶାସ୍ତ୍ରୀଙ୍କ ପାଖରେ ସୋଭିଏତ ସଂଘର ପିଏମ୍ ଏଜେକ୍ସି ଛିଡ଼ା ହୋଇଥିଲେ ଏବଂ ଶାସ୍ତ୍ରୀଙ୍କର ମୃତ୍ୟୁ ହୋଇସାରିଥିଲା । ହେଲେ ଏପର୍ଯ୍ୟନ୍ତ ଶାସ୍ତ୍ରୀଙ୍କ ମୃତ୍ୟୁ କେମିତି ହେଲା ତାହା ଜଣାପଡ଼ିନାହିଁ । କିଏ କହୁଛି ତାଙ୍କୁ ହତ୍ୟା କରାଯାଇଛି ତ ପୁଣି କିଏ କହୁଛି ତାଙ୍କର ହାର୍ଟ ଆଟାକରେ ମୃତ୍ୟୁ ହୋଇଛି ।

 

Get real time updates directly on you device, subscribe now.