fbpx

Dream-11 ବଦଳାଇଲା ଯୁବକଙ୍କ ଭାଗ୍ୟରେଖା, କଫି ସପରେ କାମ କରୁ କରୁ ବନିଗଲେ ୨ କୋଟିର ମାଲିକ

ନୂଆଦିଲ୍ଲୀ: କଥାରେ ଅଛି- ‘ଥରେ ଲଟେରୀ ଲାଗିଗଲେ ଭାଗ୍ୟ ବଦଳିଯାଏ ।’ ତେବେ ଆଜିକାଲି ଏଇଟା କିଛି ନୂଆ କଥା ନୁହେଁ, ଲଟେରୀ ଜିତି ରାତାରାତି ଅନେକ ଯୁବକ କୋଟିପତି ପାଲଟି ଯାଇଛନ୍ତି । ନିକଟରେ ଉତ୍ତରପ୍ରଦେଶର ଜଣେ ଯୁବକ ରାତାରାତି ୨କୋଟି ଟଙ୍କାର ମାଲିକ ବନିଯାଇଛନ୍ତି । ଡ୍ରିମ-୧୧ରେ ମାତ୍ର ୪୯ ଟଙ୍କା ଲଗାଇ ରାଜେଶ କୁମାର ନାମକ ଜଣେ ଯୁବକ ନିଜର ଭାଗ୍ୟରେଖାକୁ ପରିବର୍ତ୍ତନ କରିପାରିଛନ୍ତି ।

ୟୁପିର ଗୋଣ୍ଡାର ଜିଲ୍ଲାର ନିବାସୀ ରାଜେଶ ରୋଜଗାର ଉଦ୍ଦେଶ୍ୟରେ ନିଜର ପରିବାର ସହ ହିମାଚଳ ପ୍ରଦେଶର ଗଗ୍ରେଟକୁ ଚାଲିଆସିଥିଲେ । ସେଠାରେ ରାଜେଶ ଗଗ୍ରେଟ-ହୋଶିୟାରପୁର ରୋଡ଼ସ୍ଥିତ ଏକ କଫି ହାଉସରେ ଚାକିରି ପାଇଥିଲେ । ଏହି ସମୟରେ ରାଜେଶ ଡ୍ରିମ-୧୧ ବିଷୟରେ ଜାଣିଥିଲେ ଓ ସେଥିରେ ୪୯ ଟଙ୍କା ବିନିଯୋଗ କରିଥିଲେ । ତେବେ ରାଜେଶ ନିଜର କ୍ରିକେଟ ଟିମ୍ ଗଠନ କରିଥିଲେ ଓ ପରେ ରେଜଲ୍ଟକୁ ଦେଖି ତାଙ୍କର ଆଖି ଲାଖି ଯାଇଥିଲା । ଖେଳରେ ଖେଳରେ ରାଜେଶ ହଠାତ୍ ୨ କୋଟି ଟଙ୍କା ଜିତିଯିବେ ବୋଲି ସ୍ୱପ୍ନରେ ସୁଦ୍ଧା ଭାବି ନଥିଲେ ।

ରାଜେଶଙ୍କ ସହିତ କଫି ହାଉସର ସଞ୍ଚାଳକ ମଧ୍ୟ ଏହି କଥାକୁ ସହଜରେ ବିଶ୍ୱାସ କରିପାରି ନଥିଲେ । ମାତ୍ର ରାଜେଶ ସତରେ ଏହି ଅର୍ଥ ଜିତିଥିବା ନେଇ ପରେ ସେ ନିଶ୍ଚିତ ହୋଇଥିଲେ । ଏହା ମଧ୍ୟରେ ରାଜେଶଙ୍କ ମୋବାଇଲକୁ ମେସେଜ୍ ଆସିଥିଲା ଓ ତାଙ୍କର କିସ୍ମତର ବାଜି ପଲଟି ଯାଇଥିଲା । ବର୍ତ୍ତମାନ ରାଜେଶ ଜଣେ ଚର୍ଚ୍ଚିତ ଚେହେରା ପାଲଟି ଯାଇଛନ୍ତି ।

Get real time updates directly on you device, subscribe now.