fbpx

ଡିଗ୍ରୀ ଅଛି କିନ୍ତୁ ଚାକିରି ନାହିଁ: ସରକାର ଦେବେ ୭୫୦୦ ଟଙ୍କା ବେରୋଜଗାର ଭତ୍ତା, ଜାଣନ୍ତୁ ଉପାୟ

ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀ ଆରମ୍ଭ ହେବା ମାତ୍ରେ ବେକାରି ସମସ୍ୟା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ଏପରି ପରିସ୍ଥିତିରେ ସରକାର ବେକାର ଯୁବକମାନଙ୍କ ପାଇଁ ବେରୋଜଗାର ଭତ୍ତା ଦେବାକୁ ଯାଉଛନ୍ତି । ଦିଲ୍ଲୀର ବେକାର ଯୁବକଙ୍କୁ ବେରୋଜଗାର ଭତ୍ତା ଦେବାକୁ ଯାଉଛନ୍ତି କେଜ୍ରିୱାଲ ସରକାର ।

ଦିଲ୍ଲୀ ସରକାର ସେହି ଯୁବକମାନଙ୍କୁ ବେରୋଜଗାର ଭତ୍ତା ଦେବାକୁ ଯାଉଛନ୍ତି, ଯେଉଁମାନେ ପାଠପଢ଼ା ସାରି ଚାକିରି ଖୋଜୁଛନ୍ତି । ଯେଉଁ ଯୁବକମାନେ ଗ୍ରାଜୁଏସନ୍ ସମାପ୍ତ କରିଛନ୍ତି ଏବଂ ଚାକିରି ପାଇ ନାହାଁନ୍ତି, ସେମାନଙ୍କୁ ମାସକୁ ୫୦୦୦ ଟଙ୍କା ବେରୋଜଗାର ଭତ୍ତା ଦିଆଯିବ । ଏଥି ସହିତ, ପୋଷ୍ଟ ଗ୍ରାଜୁଏଟ୍ (ପିଜି)ର ବେକାର ଯୁବକଙ୍କୁ ମାସକୁ ୭,୫୦୦ ଟଙ୍କା ବେରୋଜଗାରୀ ଭତ୍ତା ମିଳିବ ।

ତେବେ ଦିଲ୍ଲୀ ସରକାର ଗ୍ରାଜୁଏଟ୍ ଓ ପୋଷ୍ଟ-ଗ୍ରାଜୁଏଟ୍ ସହ ଆଉ କିଛି ଯୋଗ୍ୟତା ଯୋଡ଼ିଛନ୍ତି । ଏହା ଅନୁସାରେ କେବଳ ସେହି ଯୁବକମାନଙ୍କୁ ଏହି ଯୋଜନାର ଲାଭ ମିଳିବ, ଯେଉଁମାନେ ନିଜକୁ Employment Exchangeରେ ପଞ୍ଜୀକୃତ କରିସାରିଛନ୍ତି । ପ୍ରତ୍ୟେକ ରାଜ୍ୟରେ ଏକ Employment Exchange ଖୋଲାଯାଇଛି, ଯାହାଦ୍ୱାରା ରାଜ୍ୟରେ କେତେ ବେକାରୀ ଅଛନ୍ତି ବୋଲି ସରକାର ଜାଣିଥାନ୍ତି ।

ଏହି ଡକ୍ୟୁମେଣ୍ଟ ଆବଶ୍ୟକ –
-ଏହି ଯୋଜନାର ଲାଭ ଉଠାଇବାକୁ ଯୁବକମାନଙ୍କୁ ଅନଲାଇନ୍ ରେଜିଷ୍ଟ୍ରେସନ୍ କରିବାକୁ ପଡିବ ।
-ସେମାନଙ୍କୁ ବିଭିନ୍ନ ପ୍ରକାରର ଡକ୍ୟୁମେଣ୍ଟ୍ ଦରକାର । ଯେପରିକି-
-ଆଧାର କାର୍ଡ ।
-ପାନ୍ କାର୍ଡ ।
-ବାସସ୍ଥାନ ପ୍ରମାଣପତ୍ର
-ମୋବାଇଲ୍ ନମ୍ବର
-କଲେଜ ଆଇଡି
-ପାସପୋର୍ଟ ସାଇଜ୍ ଫଟୋ ।

ଏହି ଉପାୟରେ ଯୋଜନା ପାଇଁ ଆବେଦନ କରନ୍ତୁ-:

-ଦିଲ୍ଲୀ ସରକାର ଏକ ପୋର୍ଟାଲ ଖୋଲିଛନ୍ତି । ପୋର୍ଟାଲ୍ ହେଉଛି https://jobs.delhi.gov.in/ ।
-ଏହା ଉପରେ କ୍ଲିକ୍ କର ଏବଂ Job Seeker ଅପସନକୁ ବାଛ ।
– ଏବେ ଆପଣଙ୍କ ଆଗରେ ଏକ ରେଜିଷ୍ଟ୍ରେସନ ପେଜ୍ ଖୋଲିବ ।
-ଆବେଦନରେ ସମସ୍ତ ଡାଟା, ଯେପରିକି- ଶିକ୍ଷା ଏବଂ ଡିଗ୍ରୀ ବିବରଣୀ ଦେବାକୁ ପଡିବ ।
-ମୋବାଇଲ୍ ନମ୍ବର, ରେଜିଷ୍ଟ୍ରେସନ ନମ୍ବର ଏଣ୍ଟର କରନ୍ତୁ ।
-ଶେଷରେ କ୍ୟାପଚା କୋଡ୍ ଏଣ୍ଟର କରି ଏହାକୁ ଦାଖଲ କର ।
-ଏହିପରି ଭାବେ ସମ୍ପୂର୍ଣ୍ଣ ଆବେଦନ ପ୍ରକ୍ରିୟା ଶେଷ ହୋଇଯିବ ।

Get real time updates directly on you device, subscribe now.