ଓଡ଼ିଶା ଭାସ୍କର: ପାଣି ଆମ ଜୀବନ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । କିନ୍ତୁ ଆପଣ ଜାଣନ୍ତି କି ସକାଳେ ବାସି ମୁଁହ ରେ ପିଇବା ଦ୍ୱାରା ଆମ ପାଟିରେ ଯେଉଁ ଲାଳ ରହିଥାଏ,ତାହା ପେଟକୁ ଚାଲିଯାଇଥାଏ । ଏବଂ ତାହା ଆମକୁ ଅନେକ ରୋଗ ରୁ ବଞ୍ଚାଇଥାଏ । ଲାଳ ଯାହା ଆମ ପାଟିରୁ ତିଆରି ହୋଇଥାଏ । ଏହା ଆମ ଶରୀରରେ ଆଣ୍ଟି ସେପ୍ଟିକ୍ ରୂପେ କାର୍ୟ୍ୟ କରିଥାଏ । ତେଣୁ ପେଟ ଭିତରେ ବିନ୍ନ୍ ସମସ୍ୟାକୁ ଏହା ଦ୍ୱାରା ରୋକାଯାଇପାରିବ । କେବଳ ସେତିକି ନୁହେଁ ସକାଳେ ବାସି ମୁହଁରେ ପାଣି ପିଇଲେ ମିଳେ ଏହିସବୁ ଫାଇଦା:
- ଯାହା ଆମ ଶରୀର ରୁ ଅନେକ ରୋଗ ଦୂର କରିଥାଏ । ପାଣି ଆମ ଶରୀରରୁ ଅନେକ ରୋଗ କୁ ଦୁର କରିଥାଏ । ସୁସ୍ଥ ରଖିଥାଏ । ବାସି ମୁଁହ ରେ ପାଣି ପିଇବା ର ଫାଇଦା ଜାଣିଲେ ଆପଣ ମଧ୍ୟ ଚମକି ଉଠିବ । ଚାଲନ୍ତୁ ଜାଣିବା ପାଣିକୁ କେଉଁ ସମୟରେ ବା କେତେ ମାତ୍ର ରେ ପିଇବା ଉଚିତ୍ । ପାଣି ପିଇବାର ସଠିକ୍ ଉପାୟ ଆପଣଙ୍କୁ ସୁସ୍ଥ ରଖିଥାଏ ।
- ସକାଳେ ବାସି ମୁଁହରେ ପାଣି ପିଇବା ଦ୍ୱାରା ଶରୀରର ଭିତର ଅଙ୍ଗ ଗୁଡ଼ିକ ଅଧିକ ଚଳପ୍ରଚଳ ରହିବ । ଚେହେରାରେ ଗ୍ଲୋ ମଧ୍ୟ ଦେଖାଯାଏ । ଶରୀର ମଧ୍ୟରେ ଥିବା ବିଷାକ୍ତ ପଦାର୍ଥ ଦୂରେଇ ଯାଇଥାଏ । ଯାହା ଦ୍ୱାରା ଆମ ଶରୀର ରେ ରକ୍ତ ପରିମାଣ ବଢ଼ିଯାଇଥାଏ । ହାଟଆଟାକ ଭଳି ସମସ୍ୟା ଠାରୁ ମୁକ୍ତି ପାଇଥାଏ । ତାପମାତ୍ରା ଠିକ୍ ରହିଥାଏ । ଏହା ହାଟଆଟାକ ଠାରୁ ମୁକ୍ତି ଦେଇଥାଏ ।
- ଗାଧୋଇବା ପୂର୍ବରୁ ଗୋଟେ ଗ୍ଲାସ୍ ପାଣି ପିଇବା ଦ୍ୱାରା ବ୍ଲଡ଼ ପ୍ରେସରରୁ ମୁକ୍ତି ମିଳିଥାଏ । ସନ୍ଧ୍ୟାରେ ଜଳଖିଆ ଖାଇବା ପୂର୍ବ ରୁ ଗୋଟେ ଗ୍ଲାସ୍ ପାଣି ପିଇବା ଉଚିତ୍ ଯାହା ଦ୍ୱାରା ଖାଦ୍ୟ ର ପୂର୍ଣ୍ଣ ହଜମ ହୋଇଥାଏ । ଅଧିକ ଖାଇପରିବେ ନାହିଁ ମୋଟପଣରୁ ମୁକ୍ତି ପାଇବେ । ମୁଣ୍ଡ ବିନ୍ଧା ସମୟରେ ଅଧିକରୁ ଅଧିକ ପାଣି ପିଅନ୍ତୁ । ଯାହା ଦ୍ୱାରା ମୁଣ୍ଡ ବ୍ୟଥା କମିବ । ଏହି ସମୟରେ ସଠିକ୍ ଭାବେ ପାଣି ପିଅନ୍ତୁ ଶରୀର ସୁସ୍ଥ ରଖନ୍ତୁ ।