fbpx
BJD
BJD SKY
BJD SKY

ରାତିରେ ଶୋଇବା ପୂର୍ବରୁ କ୍ଷୀର ପିଉଛନ୍ତି କି? ଜାଣନ୍ତୁ କ’ଣ କହୁଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ

BJD

ଆପଣ ଜାଣନ୍ତି ଯେ କ୍ଷୀର ପିଇବା ଶରୀର ପାଇଁ ଖୁବ୍ ଭଲ । ବିଶେଷ କରି କ୍ଷୀରରୁ ମିଳୁଥିବା ପ୍ରୋଟିନ୍ ଓ ଏମିନୋ ଏସିଡ୍ ରାତିରେ ଭଲ ନିଦ୍ରା କରାଏ ବୋଲି ଆମର ବିଶ୍ୱାସ ରହିଛି । ପ୍ରତ୍ୟେକ ଦିନ ୧ ଗ୍ଲାସ୍ କ୍ଷୀର ପିଇବା ଦ୍ୱାରା ଶରୀର ନିରୋଗ ରହିଥାଏ ବୋଲି ଆମେ ଜାଣୁ । ଆପଣ ଏକଥା ବି ଜାଣନ୍ତି ଯେ କ୍ଷୀରରେ ଭିଟାମିନ୍ ଏ, ବି୨ ଏବଂ ବି୧୨ ଥାଏ । ମାତ୍ର କିଛି ଲୋକ କ୍ଷୀର ପିଇବା ପରେ ନାନା ପ୍ରକାରର ସମସ୍ୟାକୁ ସାମ୍ନା କରିଥାନ୍ତି ।

ସାଧାରଣତଃ ଅଧିକାଂଶ ଲୋକ ରାତିରେ ଶୋଇବା ପୂର୍ବରୁ କ୍ଷୀର ପିଇ ଶୋଇଥାନ୍ତି । ଶୋଇବା ପୂର୍ବରୁ ଗରମ କ୍ଷୀର ପିଇଲେ ନିଦ ଭଲ ହୋଇଥାଏ ବୋଲି ଆମେ ଜାଣନ୍ତି । ମାତ୍ର ମନେ ରଖନ୍ତୁ, ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା କଥା ହେଉଛି ରାତିରେ ଶୋଇବା ପୂର୍ବରୁ କ୍ଷୀର ପିଇବା ଅନୁଚିତ । ହେଲେ କାର୍ଲିଫର୍ଣ୍ଣିଆସ୍ଥିତ ଗ୍ୟାସ୍ଷ୍ଟ୍ରୋଲୋଜି ଡାକ୍ତର ପଲିନଅପ୍ପନ ମଣିକ୍କମ୍ ସୋସିଆଲ୍ ମିଡିଆରେ ପୂର୍ବରୁ ସେୟାର୍ କରିଥିବା ଏକ ଭିଡିଓ ଦେଖିଲେ ଆପଣ ଆଉ ରାତିରେ କ୍ଷୀର ପିଇବାକୁ ଉଚିତ୍ ମଣିବେ ନାହିଁ ।

ସେ ସେୟାର କରିଥିବା ଭିଡିଓରେ କହୁଥିବାର ଦେଖିବାକୁ ମିଳିଛି ଯେ ୩୦ ବର୍ଷ ପରେ ଶରୀରରୁ ଧୀରେ ଧୀରେ ଲେକ୍ଟେଜ୍ ଏନ୍ଜାଇମ୍ ହ୍ରାସ ପାଇବାକୁ ଲାଗେ । ଫଳରେ ଶରୀର କ୍ଷୀରକୁ ହଜମ କରିବାର କ୍ଷମତା ହରାଇବାକୁ ଲାଗେ । ରାତିରେ କ୍ଷୀର ପିଇ ଶୋଇଲେ ଶରୀର ପକ୍ଷେ ତାହାକୁ ହଜମ କରିବା ଆହୁରି କଷ୍ଟକର ହୋଇପଡ଼େ । ଯଦି ଆପଣଙ୍କ ପାଚକ ପ୍ରକ୍ରିୟାରେ କୌଣସି ଅସୁବିଧା ଥାଏ ତ ଆପଣ ଶୋଇବା ପୂର୍ବରୁ କ୍ଷୀର ପିଇବା ଦ୍ୱାରା ଅସୁବିଧା ଆହୁରି ବଢ଼ିଯାଏ । ଏହି କାରଣରୁ ଅତି କମରେ ଶୋଇବାର ୧ ଘଣ୍ଟା ପୂର୍ବରୁ କ୍ଷୀର ପିଇବା ଉଚିତ୍ ।

Get real time updates directly on you device, subscribe now.