fbpx

ଭୁବନେଶ୍ୱର, ଚିଲିକା, କୋଣାର୍କ ଓ ପୁରୀକୁ କରନ୍ତୁ ଯାତ୍ରା: IRCTC ଦେଉଛି ସୁଯୋଗ, ଦେବାକୁ ପଡିବ ମାତ୍ର ଏତିକି ଭଡ଼ା

ଭୁବନେଶ୍ୱର: ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପାଇଁ ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍ (ଆଇଆରସିଟିସି) ଦେଶ ତଥା ବିଦେଶ ଭ୍ରମଣ ପାଇଁ ବିଭିନ୍ନ ଟୁର୍ ପ୍ୟାକେଜ୍ ଲଞ୍ଚ ଜାରି ରଖିଛି । ଏହି ପର୍ଯ୍ୟାୟରେ ଆଇଆରସିଟିସି ଓଡିଶା ବୁଲିବାକୁ ଆଉ ଏକ ଏୟାର ଟୁର୍ ପ୍ୟାକେଜ୍ ଲଞ୍ଚ କରିଛି । ଏହି ଟୁର୍ ପ୍ୟାକେଜ୍ ଅଧୀନରେ ପର୍ଯ୍ୟଟକମାନେ ଭୁବନେଶ୍ୱର, ଚିଲିକା, କୋଣାର୍କ ଏବଂ ପୁରୀ ବୁଲି ପାରିବେ ।

ଏହି ଯାତ୍ରା କେଉଁଠାରୁ ଆରମ୍ଭ ହେବ :-

ଆଇଆରସିଟିସି ଦିଲ୍ଲୀର ଲୋକଙ୍କୁ ଧ୍ୟାନରେ ରଖି ଏହି ଟୁର୍ ପ୍ୟାକେଜକୁ ସ୍ୱତନ୍ତ୍ର ଭାବେ ଡିଜାଇନ୍ କରିଛି । ପର୍ଯ୍ୟଟକମାନେ ଦିଲ୍ଲୀ ବିମାନ ବନ୍ଦରରୁ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିବେ । ଆଇଆରସିଟିସିର ୩ ରାତି ୪ ଦିନର ଏହି ଟୁର୍ ପ୍ୟାକେଜ୍ ମାଧ୍ୟମରେ ପର୍ଯ୍ୟଟକମାନେ ପୁରୀର ବିଶ୍ୱ ପ୍ରସିଦ୍ଧ ପ୍ରଭୁ ଜଗନ୍ନାଥ ମନ୍ଦିର ଏବଂ କୋଣାର୍କରେ ଥିବା ବିଶ୍ୱ ପ୍ରସିଦ୍ଧ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିପାରିବେ ।

ଟୁର୍ ପ୍ୟାକେଜ୍ ହାଇଲାଇଟ୍ :-

ପ୍ୟାକେଜ୍ ନାମ- Divine Puri Tour Package (NDA15)

ଗନ୍ତବ୍ୟସ୍ଥଳ – ଭୁବନେଶ୍ୱର, ଚିଲିକା, କୋଣାର୍କ ଏବଂ ପୁରୀ ।

ଯାତ୍ରା କେତେ ଦିନ ହେବ – ୩ ରାତି ଏବଂ ୪ ଦିନ ।

ପ୍ରସ୍ଥାନ ତାରିଖ – ୨ ନଭେମ୍ବର / ୨୩ ନଭେମ୍ବର / ୧୪ ଡିସେମ୍ବର, ୨୦୨୩ ଏବଂ ୨୫ ଜାନୁଆରୀ / ୧୭ ଫେବୃଆରୀ / ୧୫ ମାର୍ଚ୍ଚ, ୨୦୨୪

ଭୋଜନ ଯୋଜନା – ଜଳଖିଆ ଏବଂ ରାତ୍ରୀ ଭୋଜନ ।

କ୍ଲାସ୍ – ଷ୍ଟାଣ୍ଡାର୍ଡ

ଯାତ୍ରାର ଭଡା ଏବଂ ଅନ୍ୟ ସୁବିଧା :-

ପର୍ଯ୍ୟଟକମାନଙ୍କୁ ସର୍ବନିମ୍ନ ଭଡା ୩୧,୦୦୦ ଟଙ୍କା ଦେବାକୁ ପଡିବ । ଏହି ଏୟାର ଟୁର୍ ପ୍ୟାକେଜ୍ ପାଇଁ ଜଣେ ବ୍ୟକ୍ତିଙ୍କ ପାଇଁ ପ୍ୟାକେଜ୍ ମୂଲ୍ୟ ହେଉଛି ୪୦,୯୦୦ ଟଙ୍କା । ଏକାସାଙ୍ଗରେ ଦୁଇ ଜଣ ଏକାଠି ରହିବା ପାଇଁ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ୩୨,୫୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ । ତିନି ଜଣ ବ୍ୟକ୍ତି ଏକାଠି ରହିବା ପାଇଁ ପ୍ରତି ବ୍ୟକ୍ତିଙ୍କ ପାଇଁ ୩୧,୦୦୦ ଖର୍ଚ୍ଚ କରିବାକୁ ପଡିବ । ଏହି ଟୁର୍ ପ୍ୟାକେଜରେ ପର୍ଯ୍ୟଟକଙ୍କ ପାଇଁ ବିମାନ ଟିକେଟ, ଦର୍ଶନୀୟ ସ୍ଥାନ ପାଇଁ ଏସି ଗାଡ଼ି, ୩ ଷ୍ଟାର ହୋଟେଲରେ ରହିବା ଏବଂ ଖାଦ୍ୟ ବ୍ୟବସ୍ଥା କରାଯିବ ।

Get real time updates directly on you device, subscribe now.