fbpx

(Video) BAR ପାଲଟିଗଲା SCB ମେଡିକାଲ: ଡାକ୍ତରଖାନା ଭିତରେ ମଦ ପିଇବାର ଭିଡିଓ ଭାଇରାଲ

କଟକ: ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ସ୍ଥାନେ ସ୍ଥାନେ ଗଢିଉଠିଛି ମେଡିକାଲ । କିନ୍ତ ଅନେକ ମେଡିକାଲ ସ୍ୱାସ୍ଥ୍ୟ ସେବା ଅପେକ୍ଷା ଅନ୍ୟାନ୍ୟ କାମକୁ ନେଇ ବେଶୀ ଚର୍ଚ୍ଚାରେ ରହିଥାଏ । ଏମିତି କି ମେଡିକାଲ ଭିତରେ କିଛି ଅବ୍ୟବସ୍ଥା ମଧ୍ୟ କିଛି ମେଡିକାଲକୁ ଚର୍ଚ୍ଚାରେ ଆଣିଥାଏ । ସେମତି ଏକ ହସ୍ପିଟାଲକୁ ଚର୍ଚ୍ଚାରେ ଆଣିଛି ଏକ ଭାଇରାଲ ଭିଡିଓ । ମେଡିକାଲ ଭିତରେ ମଦ ପିଉଥିବାର ଏକ ଭିଡିଓ ଏବେ ମେଡିକାଲ ସହ କର୍ମଚାରୀଙ୍କୁ ମଧ୍ୟ ଚର୍ଚ୍ଚାର ପରିସରକୁ ଆଣିଛି ।

ଓଡିଶାର ବଡ ମେଡିକାଲ ଭାବେ ଜଣାଶୁଣା କଟକ ଏସସିବି ମେଡିକାଲ କଲେଜ ମେଡିକାଲ ଏବେ ପାଲଟିଯାଇଛି ଗୋଟିଏ ବାର୍ । ମେଡିକାଲ ପରିସରରେ ହିଁ ଚାଲିଛି ମଦର ଆସର । ଚକା ମାଡି ବସି ପିଇବାରେ ଲାଗିଛନ୍ତି ଏହି ଯୁବକ । ଭାଇରାଲ ହେଉଥିବା ଏହି ଭିଡିଓରେ ଜଣେ ଯୁବକ ହାତରେ ବୋତଲ ବସିଥିବା ଦେଖାଯାଇଛି । ବୋତଲରୁ ଗୋଟିଏ ଗ୍ଲାସକୁ ଭାରି ଯତ୍ନର ସହ ଢାଳୁଛନ୍ତି ସୋମରସ । ଆନନ୍ଦର ସହ ମଦ୍ୟପାନ କରିବା ପାଇଁ ପୂର୍ବ ପ୍ରସ୍ତୁତି ଚଳାଇଛନ୍ତି ଏହି ଯୁବକ ଜଣକ । ତେବେ ପାଖରେ ଜଣେ ମହିଳା କର୍ମଚାରୀଙ୍କୁ ମଧ୍ୟ ଭିଡିଓରେ ଦେଖିବାକୁ ମିଳୁଛି । ହେଲେ ସେ ମଧ୍ୟ କୌଣସି ପ୍ରତିବାଦ ନ କରି ନିଜ କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି । ସେପଟେ ଯୁବକ ଜଣକ ବିନା ଦ୍ୱିଧାରେ ମେଡିକାଲ ପରିସରରେ ମଦ ଢାଳି ଚାଲିଛନ୍ତି । ଭିଡିଓ ହେଉଥିବା ଜାଣିବା ପରେ ମଧ୍ୟ କିଛି ଚିନ୍ତା ନାହିଁ । ହସି ହସି ସେ ତାଙ୍କ କାମ କରି ଚାଲିଛନ୍ତି ।

ତେବେ ଏହି ଦୃଶ୍ୟ କେଉଁ ବାହାର ସ୍ଥାନ କିମ୍ବା ଖଟିସ୍ଥଳର ନୁହେଁ । ଏହା କଟକ ବଡ ମେଡିକାଲ କାଜୁଆଲଟି ଟିକେଟ କାଉଣ୍ଟର ପରିସରର ଦୃଶ୍ୟ । ଏଠାରେ ପ୍ରତିଦିନ ହଜାର ହଜାର ରୋଗୀ ଚିକିତ୍ସା ହେବାକୁ ଆସିଥାନ୍ତି । କିନ୍ତୁ ଡାକ୍ତରଖାନାର ଜଣେ କର୍ମଚାରୀ ହୋଇ କିଭଳି ଭାବରେ ଏପରି କାର୍ଯ୍ୟ କରୁଛନ୍ତି, ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ତାଙ୍କ କାରମାନାର ଏହି ଭିଡିଓ ଏବେ ମୋବାଇଲରୁ ମୋବାଇଲକୁ ଘୂରି ବୁଲୁଛି । ତେଣୁ ମେଡିକାଲରେ ଚାଲିତିବା ଏଭଳି କିଛି ଅବ୍ୟବସ୍ଥା ଏବଂ ଅନୈତିକ କାର୍ଯ୍ୟ ପ୍ରତି ସରକାର ବିଶେଷ ଧ୍ୟାନ ଦେବାକୁ ସାଧାରଣରେ ଦାବି ହୋଇଛି ।

Get real time updates directly on you device, subscribe now.