fbpx

ତମ୍ବା ପାତ୍ରରେ ପାଣି ପିଇଲେ ମିଳେ ଅନେକ ଫାଇଦା: ଏହି ଉପାୟରେ କରନ୍ତୁ ସେବନ

ନୂଆଦିଲ୍ଲୀ: କାହିଁ କେତେ ବର୍ଷରୁ ତମ୍ବା ପାତ୍ରରେ ପାଣି ପିଇବାର ପ୍ରଚଳନ ରହି ଆସିଛି । ବର୍ତ୍ତମାନ ଅଧିକାଂଶ ଲୋକ ଷ୍ଟିଲ ବାସନକୁ ଆପଣେଇ ଥିଲେ ବି ଅନେକ ସ୍ଥାନରେ ତମ୍ବା ପାତ୍ରରେ ଖାଇବା ପିଇବା କରାଯାଉଛି । କାରଣ ତମ୍ବା ପାତ୍ରର ବ୍ୟବହାରରେ ଶରୀରକୁ ବିଭିନ୍ନ ପ୍ରକାରର ଫାଇଦା ମିଳିଥାଏ । ଏହାଦ୍ୱାରା ଶରୀରରେ ବାତ, ପିତ୍ତ ଏବଂ କଫ ଇତ୍ୟାଦିର ସନ୍ତୁଳନ ରହିଥାଏ । ଏହା ଶରୀରକୁ ବିଭିନ୍ନ ରୋଗରୁ ରକ୍ଷା କରିଥାଏ ।

ନେଚୁରୋପେଥୀ ବିଶେଷଜ୍ଞ ଡା. ରମାକାନ୍ତ ଶର୍ମାଙ୍କ କହିବା ଅନୁସାରେ, ତମ୍ବା ପାତ୍ରର ଅଧିକ ଫାଇଦା ହାସଲ କରିବାକୁ ହେଲେ ଏହାର କିଛିଟା ନିୟମ ପାଳନ କରିବାକୁ ହେବ । ଏହାସହିତ କିଛି ଭୁଲ ବ୍ୟବହାରରୁ ମଧ୍ୟ ନିଜକୁ ଦୂରେଇ ରଖିବାକୁ ପଡିବ । ନଚେତ ଏହା ଖୁବ କ୍ଷତିକାରକ ହୋଇପାରେ । ଡା. ଶର୍ମାଙ୍କ କହିବା ଅନୁସାରେ, ତମ୍ବା ପାତ୍ରକୁ ଚାର୍ଜଡ ୱାଟର ବୋଲି କୁହାଯାଏ । ଏଥିରେ ପାଣି ପିଇବା ପୂର୍ବରୁ ୭-୮ ଘଣ୍ଟା ପାତ୍ରରେ ରଖି ଦିଅନ୍ତୁ । ତେବେ ଏହାଦ୍ୱାରା ତମ୍ବାର ସମସ୍ତ ଗୁଣ ପାଣିକୁ ଚାଲିଯାଇଥାଏ । ତେବେ ଏହାପରେ ପାତ୍ରକୁ ଆଉ ମାଟିରେ ରଖନ୍ତୁ ନାହିଁ । ତେବେ ସର୍ବଦା ଏହାକୁ କାଠର ଜିନିଷ ଉପରେ ରଖନ୍ତୁ ।

ତମ୍ବା ପାତ୍ରରେ ପତ୍ୟେକ ସମୟରେ ପାଣି ପିଇପାରିବେ ଆପଣ । କିନ୍ତୁ ସକାଳ ସମୟରେ ଖାଲି ପେଟରେ ଲହାକୁ ପିଇବାର ଫାଇଦା ଖୁବ ଅଧିକ ମିଳିଥାଏ । ରାତିରେ ଶୋଇବା ବେଳେ ଏହି ପାଣି ତମ୍ବା ପାତ୍ରରେ ରଖନ୍ତୁ ଏବଂ ସକାଳେ ଉଠି ଏହାକୁ ପିଇବାର ଅଭ୍ୟାସ କରନ୍ତୁ ।

ଫାଇଦା:
ଏହି ପାଣି ଦ୍ୱାରା ପେଟ ସମସ୍ୟା ଦୂର ହୋଇଥାଏ । ପେଟ ଅନ୍ତରେ ଜମା ମଇଳା ମଧ୍ୟ ସଫା କରିଦିଏ । ଏଥିସହ ଗ୍ୟାସ, ଏସିଡିଟି ଆଦି ସମସ୍ୟାରୁ ମୁକ୍ତି ଦେଇଥାଏ ।

ଶରୀରରେ ରକ୍ତ ସୁଦ୍ଧ କରିବାର କାମ କରିଥାଏ ତମ୍ବା । ଏହାର ପାଣି ପିଇବା ଦ୍ୱାରା ଚର୍ମଜନିତ ରୋଗ ଆଦି ଦୂର ହୋଇଥାଏ ।

ତମ୍ବା ପାଣିରେ ଆଣ୍ଟି ଇନଫ୍ଲେମେଟ୍ରୀ ଗୁଣ ରହିଥାଏ । ଆର୍ଥରାଇଟିସ ସମସ୍ୟାରୁ ମଧ୍ୟ ଆରୋଗ୍ୟ କରିଥାଏ ଏହି ପାଣି ।

ଏହି ପାଣିରେ କ୍ୟାନ୍ସର ବିରୋଧୀ ତତ୍ତ୍ୱ ମଧ୍ୟ ରହିଛି । ଏହା ଘାତକ ରୋଗରୁ ବଞ୍ଚାଇବା ପାଇଁ ସହାୟକ ହୋଇଥାଏ ।

କ୍ଷତି:

ଏସିଡିଟି ରୋଗୀମାନେ ତମ୍ବା ପାତ୍ରର ପାଣିକୁ ପିଅନ୍ତୁ ନାହିଁ । ନଚେତ ସମସ୍ୟା କମ୍ ହେବା ପରିବର୍ତ୍ତେ ବୃଦ୍ଧି ହୋଇଯିବ । କାରଣ ଚାର୍ଜ ହେବା ପରେ ତମ୍ବା ପାଣିର ତାସୀର ବଢି ଯାଇଥାଏ ।

ଯଦି କିଡନୀ ରୋଗୀ କିମ୍ବା ହୃଦରୋଗୀ ଏହି ପାଣି ପାନ କରନ୍ତି, ତବେ ଏହା ପୂର୍ବରୁ ଡାକ୍ତରଙ୍କ ସହ ଯୋଗାଯୋଗ କରିବା ନିହାତି ଆବଶ୍ୟକ ।

ପାଣି ବ୍ୟତୀତ କ୍ଷୀର, ଖଯା ଜାତୀୟ ପାନୀୟ ଆଦି ରଖନ୍ତୁ ନାହିଁ । ଏହାଦ୍ୱାରା ଖାଦ୍ୟ ବିଷାକ୍ତ ହୋଇପାରେ ।

Get real time updates directly on you device, subscribe now.