ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନର ଉତ୍ତେଜନା ମଧ୍ୟରେ ଡ୍ରୋନ୍ ଆକ୍ରମଣ ଚର୍ଚ୍ଚାରେ ଥିଲା ବେଳେ, ସୋସିଆଲ ମିଡିଆରେ ଡ୍ରୋନ ପକୋଡ଼ା ଚର୍ଚ୍ଚରେ ରହିଛି । ଏହି ମଜଳିଆ ଏବଂ ଭିନ୍ନ ପ୍ରୟାସ ଅବସରପ୍ରାପ୍ତ ଲେଫ୍ଟନାଣ୍ଟ ଜେନେରାଲ କେଜେଏସ ଢିଲୋନଙ୍କ ଦ୍ୱାରା କରାଯାଇଛି । ସେ ନିଜ ଏକ୍ସ ଆକାଉଣ୍ଟରେ ଡ୍ରୋନ ଭଳି ପକୋଡାର ଫଟୋ ସେୟାର କରିଛନ୍ତି ।
ଜେନେରାଲ ଢିଲ୍ଲୋ ଫଟୋ ସେୟାର କରି ଲେଖିଛନ୍ତି ଯେ, “ଡ୍ରୋନ ପକୋଡ଼ା- ଏୟାର ଡିଫେନ୍ସ ରେଜିମେଣ୍ଟରେ ଏକ ନୂଆ ଜଳଖିଆ । ଜୟ ହିନ୍ଦ ।” ତାଙ୍କର ଏହି ଦେଶଭକ୍ତିର ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଫଟୋରେ ପକୋଡ଼ା ଅବିକଳ ଡ୍ରୋନ ଭଳି ଲାଗୁଛି, ଯାହା ସାଧାରଣ ପକୁଡ଼ିଠାରୁ ସଂପୂର୍ଣ୍ଣ ଭିନ୍ନ ।
ଏହି ପ୍ରୟାସରେ ପୂର୍ବତନ ଆଇପିଏସ ଅଫିସର ଗୁରିନ୍ଦର ଢିଲୋନ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି । ସେ ଲେଖିଛନ୍ତି ଯେ, ସବୁ ପଞ୍ଜାବ ଭାଇ ଓ ଭଉଣୀମାନଙ୍କୁ ପରାମର୍ଶ ଦିଆଯାଉଛି ଯେ, ସେମାନେ ଡ୍ରୋନ ପକୋଡ଼ା ଖାଇବା ଆରମ୍ଭ କରନ୍ତୁ । ଏହା Turkish-Chinese ଡିସ୍, ଯାହାଦ୍ୱାରା ଭାରତୀୟ ବାୟୁ ରକ୍ଷା ରେଜିମେଣ୍ଟକୁ ପୁରା ସମର୍ଥନ ଦିଆଯିବ । ଆମେ ନିଜ ଏୟାର ଡିଫେନ୍ସ ଫୋର୍ସେଜ ଉପରେ ଗର୍ବ ରହିଛି ।
Drone Pakoras
A new snack in Air Defence Regiments
Jai Hind 🇮🇳
PC : www pic.twitter.com/UMuIus8R1k— KJS DHILLON🇮🇳 (@TinyDhillon) May 11, 2025