fbpx

ଦେଶର ୧୦୦ ସହର ଏବଂ ଟାଉନ ସ୍ଥିତ ଖେତରେ ଉଡିଲା ଡ୍ରୋନ, ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: କୃଷି କ୍ଷେତ୍ରରେ ଆସିବ ବଡ ପରିବର୍ତ୍ତନ। ଏହାର ଆରମ୍ଭ କରି ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶରେ ଭିନ୍ନ ଭିନ୍ନ ଅଞ୍ଚଳରେ ୧୦୦ କୃଷକ ଡ୍ରୋନର ଉଦଘାଟନ କରିଛନ୍ତି। ଏହି ସବୁ ଡ୍ରୋନ ବିଭିନ୍ନ ସହର ଏବଂ ଟାଉନ ସ୍ଥିତ ଖେତରେ ଉଡିଛି। ଡ୍ରୋନ ଜରିଆରେ ଖେତରେ କୀଟନାଶକ ସିଞ୍ଚନରେ ବେଶ ସହାୟକ ହେବ।

କୃଷକଙ୍କୁ ସହାୟତା କରିବା ଉଦ୍ଦେଶ୍ୟରେ ଏକ ବିଶେଷ ଅଭିଯାନ ଆଧାରରେ ପ୍ରଧାନମନ୍ତ୍ରୀ ମୋଦୀ ଭିଡିଓ କନଫରେନ୍ସ ମାଧ୍ୟମରେ ଏହି ସବୁ ଡ୍ରୋନର ଉଦଘାଟନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ପ୍ରଥମେ ଲାଗୁଥିଲା ଡ୍ରୋନ କେବଳ ସେନାଙ୍କ ସମ୍ବନ୍ଧିତ କାମ। ଶତ୍ରୁର ମୁକାବିଲା ଏବଂ ପ୍ରତିଟି ଗତିବିଧି ଉପରେ ନଜର ରଖିବାର ସବୁଠୁ ପ୍ରମୁଖ ଅସ୍ତ୍ର ଥିଲା ଡ୍ରୋନ। ମାତ୍ର ଏବେ ଏକବିଂଶ ଶତାବ୍ଦୀର ଆଧୁନିକ କୃଷି ବ୍ୟବସ୍ଥା ଦିଗରେ ଏକ ନୂତନ ଅଧ୍ୟାୟ ଆରମ୍ଭ ହୋଇ ଯାଇଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ମୁଁ ଆଶା କରୁଛି ଯେ, ଏହା କେବଳ ଡ୍ରୋନ ସେକ୍ଟରରେ ବିକାଶର ମୂଳଦୁଆ ପକାଇବ ନାହିଁ ବରଂ ଏଥିରୁ ଅନେକ ସମ୍ଭାବନାର ସୁଯୋଗ ଆରମ୍ଭ ହେବ।

 

ପ୍ରଧାନମନ୍ତ୍ରୀ କହିଛନ୍ତି, ଗରୁଡ ଏୟାରସ୍ପେସ୍ ଆଗାମୀ ଦୁଇ ବର୍ଷରେ ଏକ ଲକ୍ଷ ମେଡ୍ ଇନ୍ ଇଣ୍ଡିଆ ଡ୍ରୋନ ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରଖିଛି। ଏଥିରେ ରୋଜଗାରର ନୂତନ ଅବସର ସୃଷ୍ଟି ହେବ। ଯୁବ ବର୍ଗଙ୍କୁ ନିଯୁକ୍ତି ମିଳିବ। ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୨-୨୩ ଆର୍ଥିକ ବର୍ଷ ବଜେଟରେ କୃଷି କ୍ଷେତ୍ର ପାଇଁ ଏକ ବଡ ଘୋଷଣା କରିଥିଲେ। ଏଥିରେ କୃଷକଙ୍କୁ ଡ୍ରୋନ ସେବା ଯୋଗାଇ ଦେବା ସାମିଲ୍ ଥିଲା।

Get real time updates directly on you device, subscribe now.