fbpx

ଏଥର ଜମିବ ଦୁର୍ଗାପୂଜା, ରାତି ୧୨ଟା ପର୍ଯ୍ୟନ୍ତ ଚାଲିବ ନାଚଗୀତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌): ଦୁର୍ଗାପୂଜାକୁ ମାତ୍ର ଆଉ ମାସେ ବାକି । ପାର୍ବଣର ଏହି ପୂଜା ଏଥର ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବେଶ୍‌ ଜମିବ ବୋଲି ଆଶା କରାଯାଉଛି । ରାଜ୍ୟବାସୀ ପୂଜାମଣ୍ଡପ ଗୁଡିକରେ ମା ଜଗଦ୍‌ଜନନୀଙ୍କୁ ଦର୍ଶନ କରିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ରାତି ୧୨ଟା ପର୍ଯ୍ୟନ୍ତ ଉଠାଇ ପାରିବେ । ଏ ନେଇ ପୋଲିସ ପ୍ରଶାସନ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି । ତେବେ ପୂଜାରେ ସିଙ୍ଗିଲ୍‌ ୟୁଜ୍‌ ପ୍ଲାଷ୍ଟିକ୍‌କୁ ବାରଣ କରାଯାଇଛି ।

କରୋନା ମହାମାରୀ ଯୋଗୁ ଗତ ୨ ବର୍ଷ ହେବ ପୂଜାରେ ଭଟ୍ଟା ପଡ଼ିଥିଲା । ତେବେ ଚଳିତ ବର୍ଷ କଟକଣା ହଟିଥିବାରୁ ଦୀର୍ଘ ୨ ବର୍ଷ ପରେ ଏହି ପୂଜା ବେଶ୍‌ ଧୂମ୍‌ଧାମ୍‌ରେ ପାଳନ ହେବ ବୋଲି ଆଶା କରାଯାଉଛି । ପୂଜା ମଣ୍ଡପଗୁଡିକରେ ମଧ୍ୟ ଭକ୍ତଙ୍କର ଅଧିକ ଗହଳି ଲାଗି ରହିବ । ତେଣୁ ସୁରକ୍ଷା ପାଇଁ ଅଧିକ ଫୋର୍ସ ମୁତୟନ କରାଯିବ ବୋଲି ପୋଲିସ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ସେହିରି ପୂଜା ସମୟରେ ଟ୍ରାଫିକ ବ୍ୟବସ୍ଥା, ବିଦ୍ୟୁତ୍‌ ଯୋଗାଣ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି ।

Get real time updates directly on you device, subscribe now.