fbpx

(Video) ମାତାଲ ଯୁବତୀଙ୍କର ଉନ୍ମକ୍ତ କାଣ୍ଡ; ମୃତଦେହକୁ Kiss କଲେ, ଚେୟାର ଛାଡି ଦୌଡିଲେ ଡାକ୍ତର

ଭୁବନେଶ୍ବର(ଓଡିଶା ଭାସ୍କର): ରାତିରେ ମାତାଲ ଯୁବତୀଙ୍କ ଉତ୍ପାତ । ଟାଙ୍କେ ମଦ ପିଇ ପୋଲିସକୁ କାମୁଡି ଘାଇଲା କରିବା ସହିତ ଅଚିହ୍ନା ମୃତ ଦେହକୁ କୁଣ୍ଢେଇ ପକାଇ ଚୁମା ଦେଇଛନ୍ତି । ଯୁବତୀଙ୍କ ଭୟରେ ନିଜ ସିଟ୍ ଛାଡି କ୍ୟାପିଟାଲ ହସ୍ପିଟାଲ ଡାକ୍ତର ଚାଲିଯାଇଛନ୍ତି । କଥାଟି ଶୁଣିବାକୁ ସତ ଲାଗୁନଥିଲେ ହେଁ ଘଟଣାଟି ସମ୍ପୁର୍ଣ୍ଣ ସତ୍ୟ । ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲରୁ ସାମ୍ନାକୁ ଆସିଛି ଘଟଣା ।

ଭଲକରି ନଜର ପକାନ୍ତୁ ଏହି ଭିଡିଓ ଉପରେ । ମଦ ନିଶାରେ ଏଭଳି ଚୁର ହୋଇଛନ୍ତି ଯେ, ହିନ୍ଦି ଗୀତି ଗାଇବା ସହିତ କ୍ୟାମେରା ଦେଖି ପୋଜ ଦେଉଛନ୍ତି । ଖବରଅନୁସାରେ, ଏହି ଯୁବତୀ ଜଣଙ୍କ ନିଶାରେ ଚୁର୍ ହୋଇ ଇନଫୋସିଟି ଥାନା କଳାରାହାଙ୍ଗ ରେଲଓ୍ବେ କଟିଂ ନିକଟରେ ପଡ଼ି ରହିଥିଲେ । ଖବର ପାଇ କମିଶନରେଟ ପୋଲିସ ଘଟଣାସ୍ଥଳକୁ ଆସି ଯୁବତୀଙ୍କୁ ଉଠାଇବା ପାଇଁ ଚେଷ୍ଟା କରିଥିଲା । ତେବେ ସମୟ ରାତି 12ଟା ହୋଇଯାଇଥିଲେ ମଧ୍ୟ ନିଶାସକ୍ତ ନେପାଳୀ ଯୁବତୀ ଜଣକ ପୁରା ପୋଲିସ ୟୁନିଟକୁ ନାକେଦମ କରିଦେଲେ ।

ନିଶାରେ ବାୟା ହୋଇ ଆଗ ପୋଲିସକୁ ସାଲୁଟ ମାରିଲେ ପରେ ପୋଲିସକୁ କାମୁଡି ଘାଇଲା କରି ପକାଇଲେ । ନିଶାରେ ଏମିତି କାଣ୍ଡ ଭିଆଇଲେ ଯେ କ୍ୟାପିଟାଲ ହସ୍ପିଟାଲର ଡାକ୍ତର ତାଙ୍କୁ ଦେଖି ଛାନିଆରେ ନିଜ ସିଟ୍ ଛାଡି ଧାଇଁଲେ । କେବଳ ଏତିକି ନୁହେଁ କ୍ୟାପିଟାଲ ହସ୍ପିଟାଲରେ ଏକ ମୃତଦେହକୁ ଆଲିଙ୍ଗନ କରି ମୃତକଙ୍କ ସମ୍ପର୍କୀୟଙ୍କୁ ବ୍ୟଥିତ କରି ଦେଇଥିଲେ ଏହି ନେପାଳି ଯୁବତୀ । ଯୁବତୀଙ୍କର ଏଭଳି କାରନାମାକୁ ଦେଖି କିଛି ବ୍ୟକ୍ତି ଭିଡିଓ କରିଥିବା ବେଳେ ଯୁବତୀଜଣକ ପୋଜ୍ ମଧ୍ୟ ଦେଉଥିବା ଦେଖିବାକୁ ମିଳିଥିଲା । ଏମିତି ପ୍ରାୟ ରାତି ୩ଟା ପର୍ଯ୍ୟନ୍ତ ଯୁବତୀ ପୁଲିସକୁ ହରକତ କରିଥିଲେ । ଏହାପରେ ପୋଲିସ ଠିକଣା ପାଇ ତାଙ୍କୁ ଘରେ ଛାଡିଥିଲା ।

Get real time updates directly on you device, subscribe now.