fbpx

ଶୁଷ୍କ ତ୍ୱଚାକୁ କରନ୍ତୁନି ଅଣଦେଖା, ନହେଲେ ସମସ୍ୟାରେ ପଡ଼ିପାରନ୍ତି!

ଶୀତଦିନେ ଅନେକଙ୍କଠାରେ ତ୍ୱଚା ଶୁଷ୍କ ହେବାର ସମସ୍ୟା ଦେଖିବାକୁ ମିଳିଥାଏ । ହେଲେ ଅନେକ ଲୋକ ଏହାକୁ ଅଣଦେଖା କରିଥାନ୍ତି । ଯାହାଦ୍ୱାରା ତ୍ୱଚା ସମ୍ବନ୍ଧୀୟ ଅନେକ ସମସ୍ୟା ଭୋଗିବାକୁ ପଡ଼ିଥାଏ । ତେଣୁ ତ୍ୱଚାକୁ ଶୁଷ୍କ ହେବାକୁ ନଦେବା ଏବଂ ନରମ ରଖିବା ଆବଶ୍ୟକ । ଏହାସହ ବିଳମ୍ବ ନକରି ଡାକ୍ତରଙ୍କ ପରାମର୍ଶରେ ଶୁଷ୍କ ତ୍ୱଚାର ଚିକିତ୍ସା କରାଇବା ଜରୁରୀ । ଏହାର ଶୀଘ୍ର ଚିକିତ୍ସା କରା ନଗଲେ ଚର୍ମ ସଙ୍କ୍ରମଣ ସମସ୍ୟା ମଧ୍ୟ ଉପୁଜିଥାଏ । ଜୀବାଣୁ ଜନିତ ସଙ୍କ୍ରମଣ ଦ୍ୱାରା ଚର୍ମ ଲାଲ ପଡ଼ିବା ସହ ରକ୍ତ ଓ ପୂଜ ବାହାରିବା, ଫୁଲିବା ଆଦି ଲକ୍ଷଣ ଦେଖାଯାଇଥାଏ । ଏହି ଲକ୍ଷଣ ଗୁଡ଼ିକ ଦେଖାଦେଲେ ତୁରନ୍ତ ଅଭିଜ୍ଞ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ । ତେବେ ଶୁଷ୍କ ତ୍ୱଚା ସମସ୍ୟାରୁ ନିଜକୁ ଦୂରେଇ ରଖିବା ପାଇଁ ଗାଧେଇବା ପରେ ନିୟମିତ ମଏଶ୍ଚରାଇଜର କ୍ରିମ୍ ବ୍ୟବହାର କରିବା ଉଚିତ । ଏହାସହ କେତୋଟି ଗୁରୁତ୍ୱପୂର୍ଣ୍ଣ ବିଷୟ ଯଥା ଚର୍ମକୁ ବାରମ୍ବାର ନ କୁଣ୍ଡାଇବା, ଅତ୍ୟଧିକ ସମୟ ଏସି ରୁମରେ ନରହିବା ଏବଂ ଆବଶ୍ୟକତା ଠାରୁ ଅଧିକ ଗରମ ପାଣିରେ ନ ଗାଧେଇବା ଏବଂ ଡିଟର୍ଜେଣ୍ଟ ବ୍ୟବହାର ସମୟରେ ସତର୍କ ରହିବା ଉପରେ ଦୃଷ୍ଟିଦେଲେ ଶୁଷ୍କ ତ୍ୱଚାରୁ ରକ୍ଷା ପାଇପାରିବା । ସେହିପରି ଘରେ ଉପଲବ୍ଧ ନଡ଼ିଆ ତେଲ ବ୍ୟବହାର କଲେ ଶୁଷ୍କ ତ୍ୱଚା ସମସ୍ୟାରେ ଭଲ କାମ କରିଥାଏ । ଏହା ବ୍ୟତୀତ ପେଟ୍ରୋଲିୟମ ଜେଲି, ମହୁ ଏବଂ ଏଲୋଭେରା ଜେଲ୍ ବ୍ୟବହାର କରିବା ଦ୍ୱାରା ମଧ୍ୟ ଏହି ସମସ୍ୟାରୁ ରକ୍ଷା ମିଳିପାରିବ ।

Get real time updates directly on you device, subscribe now.