fbpx

ଶୁଖାଯିବ ପୋଖରୀ : ହେବ ପରୀ ହତ୍ୟା ଘଟଣାର ସିନ୍ ରିକ୍ରିଏସନ

Advertisement

ନୟାଗଡ଼, ୨୧ା୧୨ (ଓଡିଶା ଭାସ୍କର): ନୟାଗଡ଼ ଶିଶୁ କନ୍ୟା ପରୀ ହତ୍ୟାକାଣ୍ଡ ଘଟଣାରେ ଦିନକୁ ଦିନ ନୂଆ ତଥ୍ୟ ସାମନାକୁ ଆସୁଛି । ମୃତ ଶରୀର ବିଷୟରେ ଅଧିକ ତଥ୍ୟ ପାଇବାକୁ ପୋଖରୀକୁ ଶୁଖାଯିବାର ବ୍ୟବସ୍ଥା କରାଯାଉଛି ବୋଲି ଏସଆଇଟି ସୂତ୍ରରୁ ଜଣାପଡ଼ିଛି ।

ପରୀର ମୃତଦେହ ଏକ ପୋଖରୀ ହୁଡ଼ାରୁ ମିଳିଥିଲା । ଫଳରେ ଧରାପଡ଼ିଥିବା ଅଭିଯୁକ୍ତକୁ ନେଇ ହତ୍ୟାର ସିନ୍ ରିକ୍ରିଏସନ କରାଯିବ । ଏଥିପାଇଁ ଉକ୍ତ ପୋଖରୀକୁ ଶୁଷ୍କ କରାଯିବାର ବନ୍ଦୋବସ୍ତ କରାଯାଉଛି । ଏନେଇ ପୋଲିସକୁ ଏସଆଇଟି ନିର୍ଦ୍ଦେଶ ଦେଇସାରିଛି । ସଦର ଥାନା ଆଇଆଇସି ଘଟଣାସ୍ଥଳ ପରିଦର୍ଶନ କରିଥିବା ଜଣାପଡ଼ିଛି ।

ଅଭିଯୁକ୍ତକୁ ଆଜି ପୋକ୍ସେ କୋର୍ଟରେ ହାଜର କରାଯିବ । ଏଥିସହ ଅଭିଯୁକ୍ତର ମା’ଙ୍କୁ ଏସଆଇଟିମ୍ ପଚରାଉଚରା ଜାରି ରଖିଛି । ସୁରକ୍ଷା ଦୃଷ୍ଟିରୁ ଯଦୁପୁର ଗାଁରେ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

Get real time updates directly on you device, subscribe now.