ଜିତିଲା ଭାରତ; ହରିସ୍ ରୌଫଙ୍କ ଖରାପ ପ୍ରଦର୍ଶନରୁ ହାରିଲା ପାକ୍‌, ସେଲିବ୍ରେସନ କଲା ଟିମ ଇଣ୍ଡିଆ

ହରିସଙ୍କ ବଲରେ ଛକା,ଚଉକା ମାରିଲା ଭାରତ

ଦୁବାଇ: ନବମ ଥର ଏସିଆ କପ ଚାମ୍ପିଅନ୍ ସାଜିଲା ଭାରତ । ଶୋଚନୀୟ ପରାଜୟ ବରଣ କଲା ପାକିସ୍ତାନ । ହାରିବା ପଛରେ ଭିଲିଆନ ସାଜିଲେ ପାକିସ୍ତାନ ବୋଲର ହରିସ ରୌଫ ।
ଭାରତ ପାକିସ୍ତାନ ମଧ୍ୟରେ ହୋଇଥିବା ୩ଟି ମ୍ୟାଚରେ ଟିମ ଇଣ୍ଡିଆ ବିଜୟ ହାସଲ କରିଛି ।

ଏସିଆ କପ ଫାଇନାଲରେ ପାକିସ୍ତାନକୁ ହରାଇ ଭାରତ ଏସିଆ କପ ଟାଇଟେଲ ଜିତିସାରିଛି । ପାକିସ୍ତାନର ପରାଜୟ ପଛରେ ହରିସ୍ ରୌଫ୍ ଙ୍କୁ ଦାୟୀ କରିଛନ୍ତି ଅଭିଜ୍ଞ ଖେଳାଳି । ମାତ୍ର ୧୫ଟି ବଲ୍ ପକାଇ ହରିସ ୫୦ ରନର ମାଡ ଖାଇଥିଲେ । ବିଶେଷ କରି ତାଙ୍କ ବଲରେ ତିଲକ ବର୍ମା ଛକା ଓ ଚଉକା ବର୍ଷା କରିଥିଲେ ।

ହାର ପାଇଁ ହରିସ୍ ଦାୟୀ: ପାକିସ୍ତାନ ପ୍ରଥମେ ବ୍ୟାଟିଙ୍ଗ କରି ୧୪୬ ରନରେ ଅଲଆଉଟ୍ ହୋଇଥିଲା । ହରିସ୍ ରୌଫ ମାତ୍ର ୬ ରନ କରି ବୋଲ୍ଟ ହୋଇଥିଲେ । ଅନ୍ୟପଟେ ଭାରତ ଖେଳିବା ସମୟରେ ରୌଫଙ୍କ ବଲରେ ଛକା, ଚଉକା ବର୍ଷା କରିଥିଲେ ବ୍ୟାଟ୍ସମ୍ୟାନ । ପାକିସ୍ତାନର ଜଣେ ଅନୁଭବୀ ଖେଳାଳି ହୋଇଥିଲେ ମଧ୍ୟ ତାଙ୍କ ରଣନିତୀ ଫେଲ ମାରିଥିଲା ।

ବୁମରାହଙ୍କ ସେଲିବ୍ରେସନ: ପାକିସ୍ତାନ ଓ ଭାରତ ମଧ୍ୟରେ ଚାଲିଥିବା ସୁପର୍‌-୪ ମ୍ୟାଚର ମୁକାବିଲାରେ ହରିସ ରୌଫ ଇଣ୍ଡିଆ ଖେଳାଳିଙ୍କୁ ଚିଡାଇବା ପାଇଁ ପ୍ଲେନ ସେଲିବ୍ରେସନ କରିଥିଲେ । ଏହାର ଅର୍ଥ ସେ ଭାରତୀୟ ଖେଳାଳିଙ୍କୁ ନିଜର ଆକ୍ସନ ଦ୍ୱାରା ଜଣାଇଥିଲେ କି ପାକିସ୍ତାନର ହିଁ ବିଜୟ ହେବ । ମାତ୍ର ସେହି ମ୍ୟାଚରେ ପାକିସ୍ତାନ ହାରିଥିଲା ।

ତେବେ ଗତକାଲି ହରିସଙ୍କ ଓିକେଟ୍ ନେବା ପରେ ବୁମ ବୁମ ବୁମରାହ ସେହି ସମାନ ଢଙ୍ଗରେ ପ୍ଲେନ ସେଲିବ୍ରେସନ କରିଥିଲେ । ଯାହା ଦେଖି ହରିସ୍ ରକ୍ତର ଚାଉଳ ଚୋବାଇବା ଭଳି ଏକ୍ସପ୍ରେସନ ଦେଇ ପଡିଆରୁ ବାହାରି ଯାଇଥିଲେ ।