ଆସନ୍ତାକାଲି ପୁରୀ ଆସିବାକୁ ଥିବା ଭକ୍ତଙ୍କ ପାଇଁ ବଡ଼ ସୂଚନା, ଅପରାହ୍ନ ୨ଟା ପର୍ଯ୍ୟନ୍ତ ଦର୍ଶନ ବନ୍ଦ

ଭୁବନେଶ୍ବର: ଆସନ୍ତାକାଲି ଜ୍ୟେଷ୍ଠ ଶୁକ୍ଳ ଚତୁର୍ଦ୍ଦଶୀ ତିଥି । ମହାପ୍ରଭୁଙ୍କ ସେନାପଟା ନୀତି ଲାଗି ହେବ । ଫଳରେ ସାଧାରଣ ଦର୍ଶନ ବନ୍ଦ ରହିବ । 

ଆଜି ରାତ୍ର ପହୁଡ଼ ଠାରୁ କାଲି ଅପରାହ୍ନ ୨ଟା ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିବ ଜଗା ଦର୍ଶନ । ସେନାପଟା ନୀତି ଶେଷ ହେବା ପରେ ଅର୍ଥାତ୍ ଅପରାହ୍ନ 2ଟା ପରେ ଜଗା ଦର୍ଶନ କରିପାରିବେ ଭକ୍ତ । 

ଶ୍ରୀଗୁଣ୍ଡିଚା ଯାତ୍ରା କରିବା ପୂର୍ବରୁ ମହାପ୍ରଭୁଙ୍କର ଅନେକ ନୀତିକ୍ରାନ୍ତି ହୋଇଥାଏ । ସେଥି ମଧ୍ୟରୁ ମହାପ୍ରଭୁଙ୍କ ସେନାପଟା ଲାଗି ନୀତି ଅନ୍ୟତମ । ଏହା ଏକ ଗୁପ୍ତନୀତି ହୋଇଥିବାରୁ ଶ୍ରୀମନ୍ଦିରର ପରମ୍ପରା ଅନୁଯାୟୀ କେବଳ ଦଇତାପତି ସେବାୟତମାନେ ଏହି ନୀତି କରିଥାନ୍ତି ।

ସ୍ନାନ ପୂର୍ଣ୍ଣିମା ପୂର୍ବରୁ ଶ୍ରୀମନ୍ଦିରରେ ଦଇତା ପ୍ରବେଶ ହୋଇଥାଏ । ଦଇତାପତି ସେବାୟତମାନେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ବାହୁଟ ଓ ସେନାପଟା ଲାଗି କରିବାର ପରମ୍ପରା ରହିଛି । ତେବେ ତିଥି ଅନୁସାରେ, ଆସନ୍ତାକାଲି ମହାପ୍ରଭୁଙ୍କର ଏହି ନୀତି ହେବ ।