fbpx

ଶ୍ରୀମନ୍ଦିରରେ ପୁଣି ବିଭ୍ରାଟ; ନୀଳଚକ୍ରରେ ବଦଳିଲାନି ପତିତପାବନ ବାନା, ଦଇତା-ଚୁନରା ସେବକଙ୍କ ମଧ୍ୟରେ ବିବାଦ

ପୁରୀ: (ଓଡ଼ିଶା ଭାସ୍କର) ଶ୍ରୀମନ୍ଦିର ନୀଳଚକ୍ରରେ ବଦଳିଲାନି ପତିତପାବନ ବାନା । ଦଇତା-ଚୁନରା ସେବକଙ୍କ ମଧ୍ୟରେ ବିବାଦ ଯୋଗୁଁ ଲାଗିପାରିନି ପତିତପାବନ ବାନା । ପ୍ରତିଦିନ ସଂଧ୍ୟାରେ ନୀଳଚକ୍ରରେ ଲାଗିଥାଏ ଏହି ପତିତପାବନ ବାନା । ଯାହାକୁ ନେଇ ଏବେ ଭକ୍ତଙ୍କ ମହଲରେ ଦେଖାଦେଇଛି ଅସୋନ୍ତୋଷ । ଶ୍ରୀମନ୍ଦିରରେ ଗୋଟିଏ ପରେ ଗୋଟିଏ ବିଭ୍ରାଟ ଦେଖାଦେଉଛି ।

ଚଳିତ ରଥଯାତ୍ରାରେ ଆଡ଼ପ ପହଣ୍ଡି ସମୟରେ ମହାପ୍ରଭୁ ବଳଭଦ୍ର ରଥରୁ ହାମୁଡେଇ ପଡିବା ଘଟଣା, ବିଶ୍ୱର ସବୁ ଜଗନ୍ନାଥ ପ୍ରେମୀଙ୍କୁ ଆଘାତ ପହଁଚାଇଛି । ଠିକ୍ ଏତିକି ବେଳେ ଦଇତା-ଚୂଲରାଙ୍କ ଦିବାଦ ପାଇଁ ଶ୍ରୀମନ୍ଦିର ନୀଳଚକ୍ରର ପତିତପାବନ ବାନା ବଦଳି ନପାରିବା ଘଟଣାକୁ ନେଇ ଭକ୍ତଙ୍କ ମନ କଷ୍ଟ ।

Get real time updates directly on you device, subscribe now.